ଶ୍ରୀନଗର: ଭାରତ-ଚୀନ୍ ସୀମା ତିକ୍ତତା ବଢୁଥିବା ବଳେ ଚୀନ୍ ଲଦାଖର ହୋଟାନ୍ ଏୟାରବେସରେ ଏକ ନୂତନ ରନ-ୱେ କାର୍ଯ୍ୟକ୍ଷମ କରିବାକୁ ଯାଉଛି । ଯାହା ଚୀନର ସାମରିକ ଶକ୍ତିକୁ ବୃଦ୍ଧି କରିବାକୁ ଯାଉଛି । ଜଣେ ଜଣାଶୁଣା ଉପଗ୍ରହ ବିଶେଷଜ୍ଞ ଦାବି ଏହା କରିବା ସହ ସାଟେଲାଇଟ ଇମେଜ ମଧ୍ୟ ସେୟାର କରିଛନ୍ତି । ଯାହାକୁ ନେଇ ଭାରତରେ ଚିନ୍ତା ବଢିଛି । ଏହି ନୂତନ ନିର୍ମିତ ରନଓ୍ବେର ପ୍ରାୟ 3,700 ମିଟର ଲମ୍ବ ରହିଛି । ଏହି ଅଞ୍ଚଳରେ ଚୀନର ସାମରିକ ସାମର୍ଥ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ଉନ୍ନତି ଭାବେ ଅନୁମାନ କରାଯାଉଛି ।
ସାଟେଲାଇଟ୍ ଇମେଜ ବିଶେଷଜ୍ଞ ଡାମିଆନ୍ ସାଇମନ ‘ଏକ୍ସ’ରେ ଏହି ସମାରିକ ବେସର ଇମେଜ ସେୟାର ମଧ୍ୟ କରିଛନ୍ତି । ସେ କହିଥିଲେ ଯେ ପ୍ରାୟ ଚାରି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ନୂତନ ରନ-ୱେ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି । ଲଦାଖ ନିକଟରେ ଏହାର କାର୍ଯ୍ୟକ୍ଷମତାକୁ ଦୃଢ କରିବା ପାଇଁ ଚୀନର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ବୋଲି ମଧ୍ୟ କହିଛନ୍ତି । ଭାରତୀୟ ସୀମା ନିକଟରେ ରଣନୈତିକ ସ୍ତରରେ ଅବସ୍ଥିତ ହୋଟାନ୍ ଏୟାରବେସରେ ପୂର୍ବରୁ 3200 ମିଟର ଲମ୍ବର ରନୱେ ଥିଲା । ଅତିରିକ୍ତ 500 ମିଟର ବ୍ୟାପି ନୂତନ ରନ-ୱେ କାର୍ଯ୍ୟକ୍ଷମ ହେବା ସହିତ ଏହା କେବଳ ସାମରିକ ବ୍ୟବହାର ପାଇଁ ନିର୍ମିତ ବୋଲି ଅନୁମାନ କରାଯାଉଛି ।