ETV Bharat / international

ଛୁଟି ନେଇ ରେକର୍ଡ କଲେ ବାଇଡେନ ! ରାଷ୍ଟ୍ରପତି କାର୍ଯ୍ୟକାଳର 40 ପ୍ରତିଶତ ଅନୁପସ୍ଥିତ - Joe Biden

author img

By ETV Bharat Odisha Team

Published : Sep 8, 2024, 2:13 PM IST

Joe Biden: ରାଷ୍ଟ୍ରପତି କାର୍ଯ୍ୟକାଳରେ ମାତ୍ରାଧିକ ଛୁଟି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ । 4 ବର୍ଷୀୟ କାର୍ଯ୍ୟକାଳର 40 ପ୍ରତିଶତ ଅନୁପସ୍ଥିତ । ସମାଲୋଚନା କଲେ ବିରୋଧୀ । ଅଧିକ ପଢନ୍ତୁ

ଛୁଟି ନେଇ ରେକର୍ଡ କଲେ ବଇଡେନ ! ରାଷ୍ଟ୍ରପତି କାର୍ଯ୍ୟକାଳର 40 ପ୍ରତିଶତ ଅନୁପସ୍ଥିତ
ଛୁଟି ନେଇ ରେକର୍ଡ କଲେ ବଇଡେନ ! ରାଷ୍ଟ୍ରପତି କାର୍ଯ୍ୟକାଳର 40 ପ୍ରତିଶତ ଅନୁପସ୍ଥିତ (ETV Bharat Odisha)

ହାଇଦ୍ରାବାଦ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଜୋ.ବାଇଡେନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଦେଶରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଲାଣି । ଶାସକ ଦଳ ଡେମୋକ୍ରାଟିକ୍ସ ପାର୍ଟି ଜୋ.ବାଇଡେନଙ୍କୁ ନିର୍ବାଚନରୁ ମୁକ୍ତ କରି ଉପରାଷ୍ଟ୍ରପତି କମଲା ହାରିଶଙ୍କୁ ଏଥର ପ୍ରାର୍ଥୀ କରିଛି । ତେବେ ଆମେରିକା ଇତିହାସରେ ସର୍ବାଧିକ ବୟସାଧିକ ରାଷ୍ଟ୍ରପତି ଭାବେ ରେକର୍ଡ କରିଥିବା ବାଇଡେନ ଏବେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ମାତ୍ରାଧିକ ଛୁଟି ନେଇ । 4 ବର୍ଷୀୟ ରାଷ୍ଟ୍ରପତି କାର୍ଯ୍ୟକାଳ ମଧ୍ୟରେ ସେ 532 ଦିନ ସରକାରୀ କାମରୁ ଛୁଟି ନେଇଛନ୍ତି । ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକାଳର ପ୍ରାୟ 40 ପ୍ରତିଶତ । ଯାହାକୁ ନେଇ ବାଇଡେନଙ୍କୁ ଏବେ ସମାଲୋଚନାର ଶିକାର ହେବାକୁ ପଡିଛି ।

  • କେତେ ଛୁଟି ଉପଭୋଗ କରନ୍ତି ଜଣେ କାର୍ଯ୍ୟରତ ଆମେରିକୀୟ !

ଏକ ସ୍ଥାନୀୟ ରିପୋର୍ଟ ଅନୁସାରେ, ଜଣେ କାର୍ଯ୍ୟରତ ଆମେରିକୀୟ ନାଗରିକ ହାରିହାରି ବାର୍ଷିକ ପ୍ରାୟ 11ଦିନ ଛୁଟି ପାଇଥାନ୍ତି । କିନ୍ତୁ ଦେଶର ରାଷ୍ଟ୍ରପତି ଭାବେ 4 ବର୍ଷର କାର୍ଯ୍ୟକାଳରେ ବାଇଡେନ 5ଶହ ଦିନରୁ ଅଧିକ ଛୁଟି ଉପଭୋଗ କରିଛନ୍ତି । ଯାହା ଜଣେ ସାଧାରଣ ଆମେରିକୀୟ ନାଗରିକ ପକ୍ଷେ 48 ବର୍ଷ ସମୟ ଲାଗିବ । ତେବେ ବାଇଡେନ ବିଭିନ୍ନ ସମୟରେ ବେଳଭୂମି ଓ ଅନ୍ୟ ପର୍ଯ୍ୟଟନସ୍ଥଳୀରେ ଛୁଟି କାଟୁଥିବାର ନଜର ମଧ୍ୟ ଆସିଛନ୍ତି ।

  • ବାଇଡେନଙ୍କ ମାତ୍ରାଧିକ ଛୁଟିକୁ ସମାଲୋଚନା

ପ୍ରାୟ ସମସ୍ତ ବୈଶ୍ବିକ ପ୍ରସଙ୍ଗରେ ଆମେରିକାର ପ୍ରତ୍ୟକ୍ଷ ହସ୍ତକ୍ଷେପ ରହିଥାଏ । ବାଇଡେନଙ୍କ କାର୍ଯ୍ୟକାଳରେ ଋଷ-ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ବ୍ୟାପକ ଅସ୍ଥିରତା ମଧ୍ୟ ଦେଖିବାକୁ ମିଳିଛି । ଇସ୍ରାଏଲ- ଗାଜା ସଙ୍କଟ ମଧ୍ୟରେ ମଧ୍ୟ ଆମେରିକାର ଆଭିମୁଖ୍ୟ ଉପରେ ବିଶ୍ବ ସମୂଦାୟର ନଜର ରହିଛି । ଏପରି ସମୟରେ ବାଇଡେନଙ୍କ ମାତ୍ରାଧିକ ଛୁଟି ତାଙ୍କ ପ୍ରାଶାସନର କାର୍ଯ୍ୟଶୈଳୀକୁ ବିତର୍କକୁ ଟାଣିଛି । ନିକଟରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ବାଇଡେନଙ୍କୁ ସମାଲୋଚନା କରିଥିଲେ । ମଧ୍ୟପ୍ରାଚ୍ୟ ସଙ୍କଟ ତୃତୀୟ ବିଶ୍ବଯୁଦ୍ଧ ମୁହାଁ ହେବାରେ ଲାଗିଛି । କିନ୍ତୁ ବାଇଡେନ ବେଳାଭୂମିରେ ଶୋଇଛନ୍ତି । ଆମେରିକା ଏହି ପ୍ରସଙ୍ଗରେ କଣ ଆଭିମୁଖ୍ୟ ରଖିଛି ବୋଲି ପ୍ରଶ୍ନ କରି ଟ୍ରମ୍ପ ସମାଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-Kargil war: 25 ବର୍ଷ ପରେ ସତ ମାନିଲା ପାକିସ୍ତାନ, ଯୁଦ୍ଧରେ ଅନେକ ସୈନିକ ମୃତ୍ୟୁ ହୋଇଥିବା ସ୍ବୀକାର କଲେ ସେନାମୁଖ୍ୟ - Kargil War 1999

  • କେଉଁ ଆମେରିକୀୟ ରାଷ୍ଟ୍ରପତି କେତେ ଛୁଟି ନେଇଥିଲେ

ତେବେ ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ କାର୍ଯ୍ୟକାଳର ପ୍ରାୟ 26 ପ୍ରତିଶତ ଛୁଟି ନେଇଥିବା ଏକ ରିପୋର୍ଟ କହୁଛି । ସେହିପରି ଆମେରିକାର ଇତିହାସର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ଦୁଇଟି କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିବା ବାରାକ ଓବାମା ମାତ୍ର 11 ପ୍ରତିଶତ ଛୁଟି ନେଇଥିଲେ । ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ରୋନାଲ୍ଡ ରିଗନ ମଧ୍ୟ ପ୍ରାୟ 11 ପ୍ରତିଶତ ଛୁଟି ଗ୍ରହଣ କରିଥିଲେ । ଏହି ଧାରାରେ ଅନ୍ୟ ଜଣେ ରାଷ୍ଟ୍ରପତି ଜିମି କାର୍ଟର ନିଜ କାର୍ଯ୍ୟକାଳରେ ମାତ୍ର 79 ଦିନ ଛୁଟି ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.