ETV Bharat / technology

ଫ୍ୟାକ୍ଟ୍ରି ଛାତରେ ଗୋଲାକାର ପାତ୍ର ଭଳି ଜିନିଷଟି କଣ ? ଜାଣିଛନ୍ତି କି - Round like thing on factory roof

author img

By ETV Bharat Tech Team

Published : 2 hours ago

Pot Like Objects on Roof Top: ଯେଉଁମାନେ ଫ୍ୟାକ୍ଟ୍ରି ନିକଟକୁ ଯାଇଥିବେ ସେମାନେ ଏହାର ଛାତ ଉପରେ ଘୁରୁଥିବା ଗୋଲ ପାତ୍ର ଭଳି ଜିନିଷଟିକୁ ଦେଖିଥିବେ । ସାଧାରଣ ଲୋକଙ୍କ ମନରେ ଏହା କଣ ଓ ଏହାର କାମ କଣ ବୋଲି ପ୍ରଶ୍ନ ଆସେ । ତେବେ ଆସନ୍ତୁ ଜାଣିବା...

Pot Like Objects on Roof Top
Pot Like Objects on Roof Top (ETV Bharat)

ହାଇଦ୍ରାବାଦ: କୌଣସି ଫ୍ୟାକ୍ଟ୍ରିର ଛାତ ଉପରେ ଏକ ବଡ଼ ପାତ୍ର ଭଳି ଜିନିଷଟି ଦେଖିବାକୁ ମିଳେ । ଏହା ସିଲଭର ରଙ୍ଗର ହୋଇଥିବା ବେଳେ ଘୁରୁଥାଏ ମଧ୍ୟ । ସାଧାରଣ ଲୋକଟିଏ ଏହାକୁ ଦେଖିଲେ ଏହି ଜିନିଷଟି କଣ ବୋଲି ମନରେ ପ୍ରଶ୍ନ ଆସେ । କାହିଁକି ଏହା ଫ୍ୟାକ୍ଟ୍ରିର ଛାତ ଉପରେ ଏପରି ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କ ଏହି ଦ୍ବନ୍ଦ୍ବକୁ ଦୂର କରିବୁ । ଏହା କଣ ଓ ଏହାର କାମ କଣ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

କଣ ଏହି ଗୋଲାକାର ପାତ୍ର ?

ଏହି ଗୋଲାକାର ପାତ୍ରଗୁଡିକ ଷ୍ଟିଲରେ ନିର୍ମିତ ଏବଂ କାରଖାନାର ଛାତ ଉପରେ ଅଳ୍ପ ଦୂରରେ ସ୍ଥାପିତ ହୋଇଥାଏ । କାରଖାନାର ଛାତ ଉପରେ ସ୍ଥାପିତ ଏହି ଇସ୍ପାତ ପାତ୍ରଗୁଡ଼ିକର ନାମ ହେଉଛି ଟର୍ବୋ ଭେଣ୍ଟିଲେଟର (Turvo Ventilator) । ଏହା ଅତ୍ୟନ୍ତ ଲାଭଦାୟକ ଉପକରଣ ଯାହା ଉତ୍ତାପକୁ ବାହାର କରିବା ପାଇଁ ବ୍ୟବହୃତ ହୁଏ ।

Turbo Ventilator
Turbo Ventilator (ETV Bharat)
Also Read: ବଟନ୍‌ ଚିପି ମଣିଷଙ୍କ ଭଳି କଥା କହିପାରେ କି କୁକୁର ? କଣ କହୁଛି ବିଜ୍ଞାନ - Can Dogs Talk By Pressing Buttons

ଟର୍ବୋ ଭେଣ୍ଟିଲେଟର କଣ ?

ଯେତେବେଳେ ଆପଣ ରାସ୍ତାରେ ଯାତ୍ରାକୁ ଯାଆନ୍ତି ଆପଣ ରାସ୍ତାରେ ଅନେକ କାରଖାନା ଦେଖିଥିବେ । ଯଦି ଆପଣ ଧ୍ୟାନର ସହ ଦେଖିବେ ତେବେ ସମସ୍ତ କାରଖାନାଗୁଡ଼ିକର ଛାତରେ ଅତି କମରେ 3-4 ଟି ଚକଚକିଆ ଗୋଲାକାର ପାତ୍ର ସଦୃଶ କିଛି ଲାଗିଥାଏ । ଏଗୁଡ଼ିକୁ ହିଁ ଟର୍ବୋ ଭେଣ୍ଟିଲେଟର କୁହନ୍ତି । ଟର୍ବୋ ଭେଣ୍ଟିଲେଟରର କାର୍ଯ୍ୟ ହେଉଛି କାରଖାନା ଭିତରୁ ବାହାରୁଥିବା ଉତ୍ତାପ ଏବଂ ରାସାୟନିକ ନିର୍ଗମନକୁ ବାହାର କରିବା, ଯାହାଦ୍ବାରା ଶ୍ରମିକମାନଙ୍କ ପାଇଁ ଏକ ସୁସ୍ଥ ପରିବେଶ ସୁନିଶ୍ଚିତ ହୋଇଥାଏ । ଏହା ହେଉଛି ଏକ ପ୍ରକାର ସିଲିଂ ଫ୍ୟାନ୍ ଯାହା ଗରମ ପବନକୁ ବାହାର କରିବା ପାଇଁ ବ୍ୟବହୃତ ହୁଏ ।

Turbo Ventilator
Turbo Ventilator (ETV Bharat)

କେଉଁଠି ଲାଗିଥାଏ ଟର୍ବୋ ଭେଣ୍ଟିଲେଟର ?

ଏହା କେବଳ କାରଖାନାରେ ନୁହେଁ, ବରଂ ଜନବହୁଳ ସ୍ଥାନରେ ମଧ୍ୟ ବ୍ୟବହାର କରାଯାଏ । ଏହା ସାଧାରଣତଃ କାରଖାନା, ଗୋଦାମ, ରେଳ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ବଡ଼ ପରିସରରେ ଦେଖାଯାଏ ।

  • ଗୋଦାମ
  • ହସ୍ପିଟାଲ
  • ସ୍କୁଲ
  • ପାୱାର ହାଉସ
  • ସାମୁଦ୍ରିକ କେନ୍ଦ୍ର
  • ରେଳ ଷ୍ଟେସନ

କି କାମ କରେ ଟର୍ବୋ ଭେଣ୍ଟିଲେଟର ?

ଟର୍ବୋ ଭେଣ୍ଟିଲେଟର ଧୀରେ ଧୀରେ ଚାଲିଥାଏ କିନ୍ତୁ ଗରମ ପବନକୁ ବାହାର କରିବାରେ ବହୁତ ପ୍ରଭାବଶାଳୀ । କାରଖାନାଗୁଡ଼ିକରୁ ଗରମ ପବନ ବାହାର କରିବା ଏବଂ ଥଣ୍ଡା ପବନ ଆଣିବାରେ ଏମାନେ ସାହାଯ୍ୟ କରନ୍ତି । ଗୋଦାମଗୁଡ଼ିକରେ ଆର୍ଦ୍ରତା ହ୍ରାସ କରିବାରେ ଟର୍ବୋ ଭେଣ୍ଟିଲେଟର ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ବୃହତ କମ୍ପ୍ଲେକ୍ସରେ ବାୟୁ ପ୍ରବାହରେ ଉନ୍ନତି ଆଣିବା ଲାଗି ଏହା ଅତ୍ୟନ୍ତ ଉପଯୋଗୀ ।

Also Read: ଅକ୍ଟୋବର 2ରେ ଲାଗିବ 2024ବର୍ଷର ଶେଷ ସୂର୍ଯ୍ୟ ପରାଗ; କଣ ଭାରତରେ ଦିଶିବ 'Ring Of Fire' - Last solar eclipse of 2024

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.