ETV Bharat / state

ଖାଲି ପଡ଼ିଛି ୧୩୦୭ ଅଧ୍ୟାପକ ପଦବୀ, ଗେଷ୍ଟ ଫ୍ୟାକଲ୍ଟି ଭରସାରେ ବିଶ୍ୱବିଦ୍ୟାଳୟ - ODISHA ASSEMBLY BUDGET SESSION 2025

ରାଜ୍ୟର ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୩୦୭ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପଦବୀ ।

1,307 faculty posts are vacant in 17 universities
1,307 faculty posts are vacant in 17 universities (ETV BHARAT ODISHA)
author img

By ETV Bharat Odisha Team

Published : Feb 14, 2025, 11:01 PM IST

ଭୁବନେଶ୍ବର: ନାହିଁ ନାହିଁରେ ଚାଲିଛି ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟ । ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୩୦୭ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପଦବୀ । ଗେଷ୍ଟ ଫ୍ୟାକଲ୍ଟିଙ୍କ ଭରସାରେ ଚାଲିଛି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଏକ ପ୍ରଶ୍ନର ଜବାବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି । ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ଦୁରବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି ।

୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୩୦୭ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପଦବୀ:

ଆଜି ବିଧାନସଭାରେ ବିଜେଡିର ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ରାଜ୍ୟର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ଅନ୍ୟାନ୍ୟ ଫାଙ୍କା ପଦବୀ ନେଇ ପ୍ରଶ୍ନ କରିଥିଲେ । ପ୍ରଶ୍ନର ଜବାବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ଦେଇଥିଲେ । ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଛି । ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଅଛି । ସେଥିମଧ୍ୟରୁ ୬୯୬ଟି ପଦବୀରେ ଅଧ୍ୟାପକ ଓ ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି । ୧୩୦୭ଟି ପଦବୀ ଖାଲି ପଡିଛି । ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲିଥିବା ବିଭିନ୍ନ ବର୍ଗର ଅଧ୍ୟାପକ ପଦବୀ ଗୁଡ଼ିକର ପୂରଣ ନିମନ୍ତେ ଅତିଥି ଅଧ୍ୟାପକ ଓ ଅବରସପ୍ରାପ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତି ଦିଆଯାଉଛି । ଏଥିପାଇଁ ବିଶ୍ୱବିଦ୍ୟାଳୟମାନଙ୍କ ଦ୍ୱାରା ଏବେ ସୁଦ୍ଧା ୯୬୩ ଜଣ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି ।

1,307 faculty posts are vacant in 17 universities
1,307 faculty posts are vacant in 17 universities (ETV BHARAT ODISHA)

୧୯୧୦ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଖାଲି:

ସେହିପରି ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୬୯୨ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଅଛି । ସେଥିରୁ ୭୮୨ଟି ପଦବୀରେ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୧୯୧୦ଟି ପଦବୀ ଖାଲି ପଡ଼ିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ମୋଟ ୨୩୯ଟି ପଦରୁ ୧୩୬ଟି ଖାଲି ପଡ଼ିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୬ଟି ପ୍ରଫେସର ପଦବୀ ଥିବା ବେଳେ ୩୬ଟି ଖାଲି ପଡ଼ିଛି । ୭୫ଟି ଆସୋସିଏଟ ପ୍ରଫେସର ପଦବୀ ଥିବାବେଳେ ୪୫ଟି ଖାଲି ପଡ଼ିଛି । ୧୧୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୫୫ଟି ଖାଲି ପଡ଼ିଛି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ମୋଟ ୨୧ଟି ଅଧ୍ୟାପକ ପଦବୀ ରହିଥିବା ବେଳେ ଗୋଟିଏ ବି ପଦବୀ ପୂରଣ ହୋଇନାହିଁ । ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୩ଟି ପ୍ରଫେସର, ୬ଟି ଆସୋସିଏଟ ପ୍ରଫେସର ଓ ୧୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ସୃଷ୍ଟି ହୋଇଛି । ହେଲେ ସବୁ ପଦବୀ ଖାଲି ପଡ଼ିଛି । ୧୦ ଜଣ ଅତିଥି ଅଧ୍ୟାପକରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଚାଲିଛି । ସେମାନଙ୍କ ମଧ୍ୟରେ ୩ ପ୍ରଫେସର ଓ ୭ ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୫୭ଟି ପଦବୀ ଖାଲି :

ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମୋଟ ୨୬୭ଟି ପଦବୀ ରହିଛି । ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରକୁ ମିଶାଇ ୧୫୭ଟି ପଦବୀ ଖାଲି ପଡ଼ିଛି । ୨୯ଟି ପ୍ରଫେସର ପଦବୀ ମଧ୍ୟରୁ ୨୦ଟି ଖାଲି ପଡିଛି । ୭୧ଟି ଆସୋସିଏଟ ପ୍ରଫେସର ପଦବୀରୁ ୫୨ଟି ପଦବୀ ଫାଙ୍କା ପଡିଛି । ୧୬୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୮୫ଟି ଖାଲି ପଡ଼ିଛି । MSCBରେ ୧୧୫ଟି ଅଧ୍ୟାପକ ପଦବୀରୁ ୬୫ଟି ପଦବୀ ଖାଲି ପଡ଼ିଛି । ୧୯ଟି ପ୍ରଫେସର, ୩୯ଟି ଆସୋସିଏଟ ପ୍ରଫେସର ଓ ୫୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ଯଥାକ୍ରମେ ୧୫, ୨୬ ଓ ୨୪ଟି ଖାଲି ପଡ଼ିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୮୨ଟି ପଦବୀ ଥିବାବେଳେ ୮୯ଟି ପଦବୀ ପୂରଣ ହୋଇଛି । ଅର୍ଥାତ ୯୩ଟି ଖାଲି ପଡ଼ିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରକୁ ମିଶାଇ ୯୩ଟି ପଦବୀ ଖାଲି ପଡ଼ିଛି । ଜିଏମ ବିଶ୍ୱବିଦ୍ୟାଳୟରେ ୧୪୪ଟି ପଦବୀରୁ ୭୮ଟି ପଦବୀ ଖାଲି ଅଛି ।

ବିଭିନ୍ନ ବିଶ୍ବବିଦ୍ୟାଳୟରେ ଖାଲି ଥିବା ପଦବୀ:

ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୧୩୫ରୁ ୭୧ଟି ପଦବୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୧୧୭ରୁ ୪୯ଟି ପଦବୀ, ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୧୧୨ରୁ ୧୧୨ଟି ପଦବୀ, SISVରେ ୩୮ରୁ ୧୯ଟି ପଦବୀ, ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୩୭ରୁ ୭୮ଟି ପଦବୀ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୨୬ରୁ ୧୦୬ଟି ପଦବୀ, ଧରଣୀଧର ବିଶ୍ୱବିଦ୍ୟାଳୟରେ ୯୭ରୁ ୯୭ଟି ପଦବୀ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୧୧ରୁ ୧୧୧ଟି ପଦବୀ, MS ଲ’ ବିଶ୍ୱବିଦ୍ୟାଳୟରେ ୫୦ରୁ ୩୦ ପଦବୀ ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୧୧୨ଟିରୁ ୮୪ଟି ପଦବୀ ଖାଲି ପଡ଼ିଛି । ୧୭ ସରକାରୀ ବିଶ୍ୱବିଦ୍ୟାଳୟରେ ୨୮୭ଟି ପ୍ରଫେସର ପଦବୀରୁ ୨୪୨ଟି ଖାଲି ପଡ଼ିଛି । ୫୭୮ଟି ଆସୋସିଏଟ ପ୍ରଫେସର ପଦବୀରୁ ୪୩୧ଟି ଖାଲି ପଡ଼ିଛି । ସେହିପରି ୧୧୩୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୬୩୪ଟି ଖାଲି ପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରେ କେତେ ଅଛନ୍ତି ଭିକ୍ଷୁକ ? ବିଧାନସଭାରେ ଜଣାଇଲେ ମନ୍ତ୍ରୀ - ODISHA ASSEMBLY BUDGET SESSION 2025

ଏହା ମଧ୍ୟ ପଢନ୍ତୁ-'ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡ଼ାଣ-ହରଣ, ୨୦୧୪ରୁ ବଢ଼ି ଚାଲିଛି ସଂଖ୍ୟା' - ODISHA ASSEMBLY BUDGET SESSION 2025

୧୭ ବିଶ୍ୱବିଦ୍ୟାଳୟରେ ୯୬୩ ଜଣ ଅତିଥି ଅଧ୍ୟାପକ ଓ ଅଧ୍ୟାପିକାକୁ ନିଯୁକ୍ତି ଦିଆଯାଇଛି:

ପାଠ ପଢାକୁ ଆଗକୁ ନେବା ଲାଗି ୧୭ ବିଶ୍ୱବିଦ୍ୟାଳୟରେ ୯୬୩ ଜଣ ଅତିଥି ଅଧ୍ୟାପକ ଓ ଅଧ୍ୟାପିକାକୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରେ ୫୩ ଜଣ ପ୍ରଫେସର, ୬୦ ଜଣ ଆସୋସିଏଟ ପ୍ରଫେସର ଓ ୮୫୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୯, ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୧୦, ରେଭେନ୍ସାରେ ୮୯, OSOUରେ ୬୩, MSCBରେ ୫୦, ବ୍ରହ୍ମପୁରରେ ୩୮, GMରେ ୬୧, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୪, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୧୯, ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୬୩, SJSVରେ ୫, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୮୧, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୧୩, ଧରଣୀଧର ବିଶ୍ୱବିଦ୍ୟାଳୟରେ ୬୩, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ୭୮, MS ଲ’ ବିଶ୍ୱବିଦ୍ୟାଳୟରେ ୪୦ ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୬୭ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ପାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.