ETV Bharat / lifestyle

ପ୍ରେମ ସପ୍ତାହ: ଗୋଲାପରୁ ଆରମ୍ଭ, ସାତ ଦିନରେ ସମ୍ପର୍କର ସାତ ନୂଆ କାହାଣୀ - VALENTINE WEEK 2025

ପ୍ରେମୀ ଯୁଗଳଙ୍କ ପାଇଁ ବେଶ ଖାସ ସପ୍ତାହ ପ୍ରେମ ସପ୍ତାହ, ଗୋଲାପ ଦିବସଠୁ ନେଇ ପ୍ରେମ । ଜାଣନ୍ତୁ କେଉଁ ତାରିଖକୁ କେଉଁ ଡେ ଭାବେ କରାଯାଏ ପାଳନ

Valentine week 2025
Valentine week 2025 (Freepik)
author img

By ETV Bharat Odisha Team

Published : Feb 8, 2025, 7:04 PM IST

ହାଇଦ୍ରାବାଦ: 'ପ୍ରେମ' ଦୁନିଆର ସବୁଠୁ ସୁନ୍ଦର ଭାବନା । ଏହା ଏକ ସ୍ୱର୍ଗୀୟ ଅନୁଭବ । ମନରେ ହଜାର ହଜାର ଆଶା ଜାଗ୍ରତ କରେ । ବଞ୍ଚିବାର ପ୍ରେରଣା ସାଜେ । ଏହା ଏପରି ଏକ ଭାବନା ଯାହା ସୁଖ ବି ଦିଏ ଓ ଦୁଃଖ ବି ଭରିଦିଏ । ଜଣେ ଖାସ ଲୋକଙ୍କ ପ୍ରତି ଥିବା ସ୍ନେହର ବଳିଷ୍ଠ ଅଭିବ୍ୟକ୍ତି ହେଉଛି ପ୍ରେମ । ଏହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରେନା । କାରଣ ଏହା ହେଉଛି ଏକ ଅନନ୍ୟ ଅନୁଭବ । ଏହା କେବଳ ମନ ସହ ମନର ମିଳନ ।

ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ଓ୍ବିକ୍:

ଏହି ଖାସ ଭାବନାକୁ ନିଜ ଖାସ ଲୋକଙ୍କ ସହ ପାଳନ କରିବାକୁ ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ଓ୍ବିକ । ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ପ୍ରେମ ଦିବସ । ପ୍ରତ୍ୟେକ ଦିନରେ ଥାଏ କିଛି ସ୍ପେଶାଲ ସେଲିବ୍ରେସନ । ପ୍ରେମ ସପ୍ତାହ ଗୋଲାପ ଦିବସଠୁ ଆରମ୍ଭ ହୋଇ ପ୍ରେମ ଦିବସରେ ଶେଷ ହୋଇଥାଏ ।

Valentine Week
Valentine Week (Freepik)

ଜାଣନ୍ତୁ କେଉଁ ତାରିଖରେ କେଉଁ ଦିବସ କରାଯାଏ ପାଳନ:

ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ପ୍ରେମ ଦିବସ । ଏହି ଦିବସ ଗୁଡିକରେ ପ୍ରେମିକ ପ୍ରେମିକା ପରସ୍ପରକୁ ଉପହାର ଦେଇ ଏହି ଦିନକୁ ସେଲିବ୍ରେଟ କରିଥାନ୍ତି ।

Rose day
Rose day (Freepik)

ଫେବୃଆରୀ ୭- ରୋଜ୍ ଡେ (ଗୋଲାପ ଦିବସ)

ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ଫେବୃଆରୀ ହେଉଛି ଗୋଲାପ ଦିବସ (ରୋଜ୍ ଡେ) । ଗୋଲାପ ଫୁଲକୁ ପ୍ରେମର ପ୍ରତୀକ କୁହାଯାଏ । ତେଣୁ ଏହି ଦିନର ପ୍ରେମୀ ଯୁଗଳ ପରସ୍ପରକୁ ଲାଲ୍ ଗୋଲାପ ଦେଇ ପ୍ରେମର ଭାବନାକୁ ପ୍ରକାଶ କରିଥାନ୍ତି ।

propose day
propose day (Freepik)

ଫେବୃଆରୀ ୮- ପ୍ରପୋଜ ଡେ (ପ୍ରସ୍ତାବ ଦିବସ)

ଗୋଲାପ ଦିବସର ପର ଦିନ ଅର୍ଥାତ୍ ଫେବୃଆରୀ ୮କୁ ପ୍ରପୋଜ ଡେ ଭାବେ ପାଳନ କରାଯାଏ । ଏହି ଦିନ ପ୍ରେମୀଯୁଗଳ ନିଜ ପ୍ରେମ ଭାବନା ପରସ୍ପର ଆଗରେ ପରିପ୍ରକାଶ କରି ସାରା ଜୀବନ ପାଇଁ ସାଥିରେ ରହିବାକୁ ପ୍ରପୋଜ କରିଥାନ୍ତି ।

Chocolate day
Chocolate day (Freepik)

ଫେବୃଆରୀ ୯- ଚକୋଲେଟ ଡେ (ଚକୋଲେଟ ଦିବସ)

ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ୍ ଫେବୃଆରୀ ୯ ତାରିଖକୁ ପ୍ରେମୀଯୁଗଳ ଚକୋଲେଟ ଡେ ଭାବେ ପାଳନ କରିଥାନ୍ତି । ଏହି ଦିନ ପ୍ରେମିକ ପ୍ରେମିକା ଉଭୟ ଉଭୟଙ୍କୁ ଚକୋଲେଟ ଦେଇ ନିଜ ପ୍ରେମ ଜୀବନକୁ ଆଗକୁ ବଢାଇବାକୁ ଚେଷ୍ଟା କରିଥାନ୍ତି । ଚକୋଲେଟ ଦେବା ଦ୍ୱାରା ସମ୍ପର୍କ ଆହୁରି ନିବିଡ ହୋଇଥାଏ ।

teddy day
teddy day (Freepik)

ଫେବୃଆରୀ ୧୦- ଟେଡ୍ଡି ଡେ (କଣ୍ଢେଇ ଦିବସ)

ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନ ଅର୍ଥାତ୍ ଫେବୃଆରୀ ୧୦ ତାରିଖ ଦିନ ପାଳନ କରାଯାଏ ଟେଡ୍ଡି ଡେ ବା କଣ୍ଢେଇ ଦିବସ । ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଟେଡ୍ଡି ଗିଫ୍ଟ ଦେଇଥାନ୍ତି । ଯଦି ଉଭୟ ଉଭୟଙ୍କ ଉପହାରକୁ ପସନ୍ଦ କରନ୍ତି ତେବେ ସମ୍ପର୍କ ଆଗକୁ ବଢେ ।

ଫେବୃଆରୀ ୧୧- ପ୍ରମିଜ ଡେ (ପ୍ରତିଜ୍ଞା ଦିବସ)

ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ ୧୧ତାରିଖରେ ପାଳନ କରାଯାଏ ପ୍ରମିଜ ଡେ ବା ପ୍ରତିଜ୍ଞା ଦିବସ । ଏହି ଦିନ ନିଜ ଲଭ ପାର୍ଟନରଙ୍କ ସହ ଲଭ ପ୍ରମିଜ କରାଯାଏ । ଏହି ପ୍ରତିଜ୍ଞା ସାରା ଜୀବନ ପାଇଁ ପାଳନ କରିବାକୁ ପଡେ । ତେବେ ପ୍ରତିଜ୍ଞା ଦିବସ ହେଉଛି ନିଜ ଜୀବନ ସାଥୀ ସହିତ ପ୍ରେମଭରା ଚୁକ୍ତିନାମା କରିବାର ଏକ ଦିବସ ।

Huge day
Huge day (Freepik)

ଫେବୃଆରୀ ୧୨- ହଗ୍ ଡେ (ଆଲିଙ୍ଗନ ଦିବସ)

ପ୍ରେମ ସପ୍ତାହର ଷଷ୍ଠ ଦିନ ଅର୍ଥାତ ୧୨ ତାରିଖରେ ପାଳନ କରାଯାଏ ହଗ୍ ଡେ ବା ଆଲିଙ୍ଗନ ଦିବସ । ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ପ୍ରେମ ଭାବନାକୁ ପରିପ୍ରକାଶ କରିଥାନ୍ତି ।

ଫେବୃଆରୀ ୧୩- କିସ୍ ଡେ (ଚୁମ୍ବନ ଦିବସ)

ପ୍ରେମ ସପ୍ତାହର ସପ୍ତାହ ସପ୍ତମ ଦିନ ଅର୍ଥାତ୍ ଫେବୃଆରୀ ୧୩ ତାରିଖ ଦିନ ପାଳନ ହୋଇଥାଏ କିସ୍ ଡେ । ପ୍ରେମର ଭାବନାକୁ ଆହୁରି ଗଭୀର କରିବାକୁ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରିଥାନ୍ତି । କିସ କରିବା ଦ୍ବାରା ଉଭୟଙ୍କ ମଧ୍ୟରେ ସ୍ନେହ ଭାବନା ବଢିବା ସହ ଲଭ ପାର୍ଟନରଙ୍କ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହୋଇଥାଏ ।

Valentine day
Valentine day (Freepik)

ଫେବୃଆରୀ ୧୪- ଭାଲେଣ୍ଟାଇନ ଡେ (ପ୍ରେମ ଦିବସ)

ଭାଲେଣ୍ଟାଇନ ସପ୍ତାହର ଶେଷ ଦିନ ହୋଇଥାଏ ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସ । ଏହା ସବୁଠୁ ରୋମାଣ୍ଟିକ ଦିନ ହୋଇଥାଏ । ଏହି ଦିନ ରୋମାନ୍ସ ଓ ପ୍ରେମ କରିବାର ସୁଯୋଗ ମିଳିଥାଏ ।ଏହି ଦିନ କିଛି ସ୍ପେଶାଲ ଉପହାର ଦେଇ ପ୍ରେମିଯୁଗଳ ନିଜ ଲଭ ପାର୍ଟନରଙ୍କ ମନ ଜିତିଥାନ୍ତି ।

ଏହାମଧ୍ୟ ପଢନ୍ତୁ...

ଆଖି ଦେଖିନି ସାଥୀ, ପ୍ରେମ ଗଣିତ ବୁଝିଛି ହୃଦୟ: ଚର୍ଚ୍ଚାରେ ଦୃଷ୍ଟିବାଧିତ ଦମ୍ପତିଙ୍କ ପ୍ରେମ କାହାଣୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.