ETV Bharat / state

ଦେଶୀ କନ୍ୟା ବିଦେଶୀ ବର: ଲଣ୍ଡନରେ ଲଭ, ବାଲେଶ୍ବରରେ ବାହାଘର - ODISHA GIRL LONDON MARRIAGE

ଏମିତି ଏକ ବିବାହ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଶୋଭାରାମପୁର ଅଞ୍ଚଳରେ । ଏକ କଫି ସପରୁ ଆରମ୍ଭ ପ୍ରେମ ବାହବେଦୀରେ ସାତ ଜନ୍ମ ସାଥି ହୋଇ ରହିବାର ଶପଥରେ ପରିଣତ ହେଲା।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Feb 5, 2025, 8:04 PM IST

ବାଲେଶ୍ବର: ଓଡିଆ ଝିଅ ପ୍ରେମରେ ବିଦେଶୀ ପୁଅ । ବିଦେଶରେ ପ୍ରେମ ହେଲା କିନ୍ତୁ ବାହାଘର ଦେଶୀ ଷ୍ଟାଇଲରେ । ଭାରତୀୟ ବର ବେଶରେ ବିବାହ ମଣ୍ଡପକୁ ଆସିଲେ ବିଦେଶୀ ବର। ହାତରେ ନଡିଆ ଧରି କନିଆଁ ଘରେ ପହଞ୍ଚିଥିଲା ବିଦେଶୀ ବର । ଆଉ ହିନ୍ଦୁ ରୀତିନୀତି ଅନୁସାରେ ବିଦେଶୀ ବରକୁ ବରଣି କରି ପାଛୋଟି ନେଇଥିଲେ କନିଆଁ ପକ୍ଷ । ଏମିତି ଏକ ବିବାହ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଶୋଭାରାମପୁର ଅଞ୍ଚଳରେ । ଏକ କଫି ସପରୁ ଆରମ୍ଭ ହୋଇଥିବା ପ୍ରେମ ଗାଁ ଦାଣ୍ଡର ବାଣ ରୋଷଣୀ ଓ ଡିଜେ ସହ ବାହବେଦୀରେ ସାତ ଜନ୍ମ ସାଥି ହୋଇ ରହିବାର ଶପଥରେ ପରିଣତ ହେଲା।

ପ୍ରେମ ହେଲା ଲଣ୍ଡନରେ ହାତଗଣ୍ଠି ପଡ଼ିଲା ବାଲେଶ୍ୱରରେ (ETV Bharat)
  • ବାଲେଶ୍ବର ଝିଅ ଲଣ୍ଡନ ବୋହୂ

ଝିଅ ଲଣ୍ଡନରେ ରହି ପାଠ ପଢିବା ପରେ ଚାକିରୀ କରୁଥିଲେ। ପରେ ଜଣେ ବିଦେଶୀ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ତା ପରେ ସେହି ବିଦେଶୀ ପୁଅ ପୁରା ଦେଶୀ ବେଶରେ ଝିଅ ଘରର ଦାଣ୍ଡରେ ବର ବେଶରେ ପହଞ୍ଚିଥିଲେ। ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବୈଦିକ ରୀତିରେ ହୋମ ନିଆଁ ଜଳୁଥିଲା। ଦଶଦିଗପାଳକୁ ସାକ୍ଷୀ ରଖି ଉଭୟଙ୍କ ପଡ଼ିଛି ହାତଗଣ୍ଠି। ଝିଅ ଘର ବାଲେଶ୍ୱର ସହରର ଶୋଭାରମପୁର ହୋଇଥିବା ବେଳେ ପୁଅ ଘର ସୁଦୂର ଲଣ୍ଡନରେ। ଶୋଭାରମପୁର ଅଞ୍ଚଳର କମଳାକାନ୍ତ ଦାସ ଓ ମିନାକ୍ଷୀ ଦାସଙ୍କ ଝିଅ ହେଉଛି ନତାଶା। ନତାଶା ଲଣ୍ଡନରେ ରହି MBA କରି ସେଠାରେ ଏକ ହୋଟେଲରେ ମ୍ୟାନେଜର ଭାବେ ଚାକିରୀ କରୁଥିଲେ। ଚାକିରୀ ସମୟରେ ଏକ କଫି ସପରେ ଦେଖା ହୋଇଥିଲା ସେଠାକାର ବାସିନ୍ଦା ଲୁକ ଡେଙ୍କ ସହ। ଧୀରେ ଧୀରେ ଉଭୟଙ୍କ ଭିତରେ ଗଢି ଉଠିଥିଲା ସମ୍ପର୍କ। ଦୁଇବର୍ଷ ଧରି ଉଭୟ ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ନିଷ୍ପତ୍ତି ନେଇଥିଲେ ବିବାହ କରିବେ।

ବାଲେଶ୍ବରରେ ବିଦେଶୀ ବର
ବାଲେଶ୍ବରରେ ବିଦେଶୀ ବର (ETV Bharat)

ନତାଶା ଓ ଲୁକ ତାଙ୍କ ପରିବାରଙ୍କୁ ଜଣାଇବା ପରେ ଉଭୟଙ୍କ ସହମତିରେ ପ୍ରଥମେ ବାଲେଶ୍ଵର କୋର୍ଟରେ ହୋଇଥିଲା ବିବାହ। ଆଉ ଶେଷରେ ଲୁକ ପୁରା ଦେଶୀ ଷ୍ଟାଇଲରେ ବରବେଶ ହୋଇ ପହଞ୍ଚିଥିଲେ ଶୋଭାରମପୁରରେ ନତାଶାଙ୍କ ହାତ ଧରିବାକୁ। ହାତଗଣ୍ଠି ପଡ଼ିବା, ଖଇ ପୋଡ଼ିବା, କନ୍ୟା ମୁଣ୍ଡରେ ସିନ୍ଦୁର ଦେଇ ସ୍ତ୍ରୀ ରୂପରେ ସ୍ବିକାର କରିବା ଭଳି ସମସ୍ତ ହିନ୍ଦୁ ରିତୀନିତୀ ପାଳନ କରାଯାଇଛି ଏହି ବାହାଘରରେ।

  • ଲୁକ୍‌ ଡେଙ୍କ ଭାରତ ସହ ସମ୍ପର୍କ ପୁରୁଣା

ଲୁକ୍‌ ଡ଼େଙ୍କ ବାପା ଆନ୍ଥୋନୀ ଡ଼େ ଥିଲେ ଜଣେ ଭାରତୀୟ। ସେ ଗୋଆର ବାସିନ୍ଦା ଥିଲେ। ଆନ୍ଥୋନୀ ଲଣ୍ଡନରେ ଚାକିରି କରିବା ସମୟରେ ଲଣ୍ଡନର ଝିଅ ଜେରାଲଡ଼ାଇନ୍‌ଙ୍କୁ ପ୍ରେମ ବିବାହ କରି ସେଠାକାର ନାଗରିକତ୍ବ ଗ୍ରହଣ କରିଥିଲେ। ଲୁକ୍‌ ଡ଼େ ଲଣ୍ଡନରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର ଭାରତୀୟଙ୍କ ପ୍ରତି ଦୂର୍ବଳତା ରହିଥିଲା। ସେଇଥିପାଇଁ ଏମିତି ଏକ ବିବାହ ସମସ୍ତଙ୍କ ନଜରରେ ବେଶ ମନକିଣା ହୋଇ ରହିଛି। ଏମିତି ବିବାହକୁ ନେଇ ବାଲେଶ୍ୱରର କନ୍ୟା ନତାଶାଙ୍କ ବାପା କମଳାକାନ୍ତ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ," ଝିଅ ପାଞ୍ଚବର୍ଷ ଆଗରୁ ଲଣ୍ଡନ MBA କରିବାକୁ ଯାଇଥିଲା। ପାଠ ପଢିବା ପରେ ସେ ଚାକିରୀ କରିଥିଲା। ସେ ସେଠି ଲଣ୍ଡନରେ ରହୁଛି। ହଠାତ ସେ ମୋତେ ଖବର ଦେଇଥିଲା ଜଣେ ଇଂଲଣ୍ଡ ପୁଅକୁ ଭଲ ପାଉଛି। ଏହାପରେ ଆମେ ସ୍ୱାମୀ ସ୍ତ୍ରୀ ଅନୁଧ୍ୟାନ କରି ଜାଣିଲୁ ଯେ ସେମାନେ ହେଲେ ମୂଳ ଭାରତୀୟ। ତାଙ୍କର ମା ଯେହେତୁ ଲଣ୍ଡନର ବାସିନ୍ଦା ସେ ଯାଇ ସେଠାରେ ତିନି ପୁରୁଷ ପୂର୍ବରୁ ନାଗରିକତ୍ୱ ଗ୍ରହଣ କରିଥିଲ । ବର୍ତ୍ତମାନ ଏ ପୁଅଟି ଆମର ଭାରତୀୟ ସଂସ୍କୃତିକୁ ଫେରିବା ପାଇଁ ବହୁତ ଆଶା ରଖିଛି। ଆମେ ତାଙ୍କ ପରିବାର ବିଷୟରେ ଜାଣିଲୁ, ତାଙ୍କ ବାପା ଜଣେ ଲଣ୍ଡନର ସରକାରୀ ଅଫିସର, ଭାଇ ଜଣେ ସରକାରୀ ଅଫିସର। ଏହି ପିଲାଟି ଲଣ୍ଡନର ଏକ ଟେଲିକମ କମ୍ପାନୀରେ ଅଫିସର ଅଛନ୍ତି। ତା ପରେ ଆମେ ଯୋଗାଯୋଗ କରି ଆମେ ସ୍ୱୀକୃତି ଦେଲୁ।"

ପ୍ରେମ ହେଲା ଲଣ୍ଡନରେ ହାତଗଣ୍ଠି ପଡ଼ିଲା ବାଲେଶ୍ୱରରେ

  • ଝିଅ ତୁଳସୀ ନେଇ ଲଣ୍ଡନ ଯିବ

ସୁଦୂର ଲଣ୍ଡନରେ ଝିଅକୁ ବିଦା କରିବା ଏବଂ ସମ୍ପର୍କ ବାନ୍ଧିବା ଉପରେ ପ୍ରତିକ୍ରିୟା ରଖି ନତାଶାଙ୍କ ମା ମିନାକ୍ଷୀ ଦାସ କହିଛନ୍ତି ଯେ," ଆମେ ଖୁସି ଅଛୁ ଯେ ଝିଅ ସେଇଠି ନିଜକୁ ଖାପ ଖୁଆଇ ଦେଇଛି। ଆମକୁ କିଛି ଅସୁବିଧା ନାହିଁ। ମୋ ପୁଅ ବି ପୁନେ ରେ ଅଛି ସିଏ ବି ଘରକୁ ଆସିବାକୁ ଯେତିକି ସମୟ ଲାଗୁଚି ଲାଣ୍ଡନରୁ ଆସିବାକୁ ସେତିକି ସମୟ ଲାଗିବ। କୋର୍ଟ ମ୍ୟାରେଜ ବେଳେ ତାଙ୍କ ବାପା ଲାଇଭରେ ଆସିଥିଲେ, ସେ ବି କହିଲେ ସେ ବହୁତ ଖୁସି ଆଉ ନିଜର ସ୍ୱୀକୃତି ପ୍ରଦାନ କରିଥିଲେ। ତାଙ୍କର ତ ଆମ ଭଳି ପରମ୍ପରା ନାହିଁ ତଥାପି ମୁଁ ଭାବିଛି ଯେ ଲୁଗା ପଟା ପଠାଇବି। ତାଙ୍କର ଖାଦ୍ୟ ଶୈଳୀ ଅଲଗା ହେଲେ ଏ ପିଲା ସବୁ ଓଡ଼ିଆ ଖାଦ୍ୟ ଖାଇ ପାରୁଛି। ଆମ ଝିଅ ସେଠି ରହିକି ଆମର ସବୁ ଦେବାଦେବୀଙ୍କୁ ପୂଜା କରିବା ସହ ଏଥର ମୋ ପାଖରୁ ତୁଳସୀ ନେବ ବୋଲି କହିଛି। ତେଣୁ ସେ ସେଠାରେ ଆମ ସଂସ୍କୃତିକୁ ଭୁଲିବନି।"

ବାଲେଶ୍ବରରେ ବିଦେଶୀ ବର
ବାଲେଶ୍ବରରେ ବିଦେଶୀ ବର (ETV Bharat)

ଏହି ବାହାଘରର ମୁଖ୍ୟ ଚରିତ୍ର ଅର୍ଥାତ୍‌ କନ୍ୟା ନତାଶା ଦାସ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, "ମୋର ତାଙ୍କ ସହ ଗୋଟେ କଫି ସପରେ ଦେଖା ହୋଇଥିଲା। ତା ପରେ ଆମର ସମ୍ପର୍କ ବଢିଥିଲା। ଏହି ବର୍ଷେ ପୂର୍ବରୁ ଆମେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ମୁଁ ସେଇଠି MBA ସରିବା ପରେ ଏକ ହୋଟେଲରେ ମ୍ୟାନେଜର ଥିଲି । ଆଜି ତ ଆମେ ପୁରା ହିନ୍ଦୁ ପରମ୍ପରାରେ ବାହା ହେଉଛୁ। ତା ପରେ ସେଇଠି ମୁଁ ଯାଇକି ସବୁ ହିନ୍ଦୁ ପରମ୍ପରା ଅନୁସାରେ ଚଳିବି। ଆଜି ପର୍ଯ୍ୟନ୍ତ 7 ବର୍ଷ ହେଲାଣି ରହିକି ସେଠି ପୂଜା ପର୍ବାଣୀ ସବୁ କରେ। ମୁଁ ତ ମୋ ହିନ୍ଦୁ ପରମ୍ପରା ବଜାୟ ରଖିବି।"

ବାଲେଶ୍ବରରେ ବିଦେଶୀ ବର
ବାଲେଶ୍ବରରେ ବିଦେଶୀ ବର (ETV Bharat)

ଅନ୍ୟପଟେ ଲଣ୍ଡନର ବର ହିନ୍ଦୁ ବେଶରେ କନ୍ୟା ଘରକୁ ଯାଇଥିବା ବେଳେ ନିଜର ପ୍ରତିକ୍ରିୟାରେ ଲୁକ ଡେ କହିଛନ୍ତି ଯେ," ମୁଁ ନତାଶା ଏବଂ ତାଙ୍କ ପରିବାରକୁ ବହୁତ ଭଲ ପାଏ। ମୁଁ ବହୁତ ଖୁସି ଅନୁଭବ କରୁଛି। ମୁଁ ବହୁତ ଆନନ୍ଦିତ ଏଠାକାର ଲୋକଙ୍କ ସହ ମିଶିକି। ମୋ ପରିବାର ଏବଂ ଏଠିକାର ସଂସ୍କୃତି ପ୍ରାୟତଃ ଏକା ପ୍ରକାରର। ନତାଶାଙ୍କ ପରିବାରର ଇଚ୍ଛାକୁ ସମ୍ମାନ ଜଣାଇ ମୁଁ ଏଇଠି ବିବାହ କଲି। କିଛି କାରଣ ପାଇଁ ମୋ ପରିବାର ଓ ବନ୍ଧୁବର୍ଗ ଏଠାକୁ ଆସି ପାରିଲେ ନାହିଁ କିନ୍ତୁ ସେମାନେ ମୋତେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। ମୋ ମା ବାପା ମଧ୍ୟ ମୋତେ ସେଠାରେ ରହି ଅଭିନନ୍ଦନ ଜଣାଇଛନ୍ତି। ବିବାହ ପରେ ଆମେ ଲଣ୍ଡନରେ ଖୁସିରେ ରହିବୁ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.