ହାଇଦ୍ରାବାଦ: ରଣବୀର ଆହ୍ଲାବାଦିଆଙ୍କ ପ୍ରଶ୍ନକୁ ନେଇ ତେଜିଲା ବିବାଦ । କମେଡିଆନ ସମୟ ରାଇନାଙ୍କ ଷ୍ଟାଣ୍ଡ ଅପ୍ କମେଡି ଶୋ 'ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ'ରେ ଜଜ୍ ଅଛନ୍ତି ରଣବୀର । ସେ ଜଣେ ଜଣାଶୁଣା ୟୁଟ୍ୟୁବର ମଧ୍ୟ । ଶୋ'ରେ କିଛି ଅଶାଳୀନ ଭାଷା ପ୍ରୟୋଗ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମାମଲା ଥାନାରେ ପହଞ୍ଚିଛି । ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଟ୍ରୋଲ କରିଛନ୍ତି ୟୁଜର୍ସ । ସେପଟେ ଘଟଣାକୁ ନେଇ ଭିଡିଓ ଜାରି କରି କ୍ଷମା ମାଗିଛନ୍ତି ରଣବୀର ଆହ୍ଲାବାଦିଆ।
କାହିଁକି ତେଜିଲା ବିବାଦ?
ଷ୍ଟାଣ୍ଡ ଅପ୍ କମେଡି ଶୋ'ରେ ପିତାମାତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିବା ଅଶ୍ଳୀଳ ପ୍ରଶ୍ନ ଯୋଗୁଁ ରଣବୀର ଆହ୍ଲାବାଦିଆ ଅଡୁଆରେ ପଡିଛନ୍ତି । ଯେଉଁଥିପାଇଁ ରଣବୀରଙ୍କ ସମେତ ସମୟ ରାଇନାଙ୍କ ନାଁରେ ଏତଲା ଦାୟର କରାଯାଇଛି ।
#WATCH | Mumbai: On controversy over YouTuber Ranveer Allahbadia's remarks on a show, Maharashtra CM Devendra Fadnavis says, " i have come to know about it. i have not seen it yet. things have been said and presented in a wrong way. everyone has freedom of speech but our freedom… pic.twitter.com/yXKcaWJWDD
— ANI (@ANI) February 10, 2025
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ:
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଫଡନାଭିସ କହିଛନ୍ତି, "ଏହି ଦେଶରେ ସମସ୍ତ ନାଗରିକଙ୍କ ବାକ୍ ସ୍ବାଧୀନତା ବା ମତ ପ୍ରକାଶ କରିବାର ଅଧିକାର ଅଛି । କିନ୍ତୁ ଯଦି କେହି ସୀମା ଅତିକ୍ରମ କରନ୍ତି କିମ୍ବା ଅଶ୍ଳୀଳ କଥା କୁହନ୍ତି ଯାହା ଜଣେ ବ୍ୟକ୍ତିଙ୍କ ଭାବନାକୁ ଆଘାତ କରେ । ତେବେ ସେମିତି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ଏହା ବି ପଢନ୍ତୁ...ଲାଇଭ୍ କନସର୍ଟରେ ମହିଳା ଫ୍ୟାନ୍ସଙ୍କୁ କିସ୍ କଲେ ଉଦିତ ନାରାୟଣ, ଟ୍ରୋଲ କଲେ ନେଟିଜେନ୍ସ
I shouldn’t have said what I said on India’s got latent. I’m sorry. pic.twitter.com/BaLEx5J0kd
— Ranveer Allahbadia (@BeerBicepsGuy) February 10, 2025
କ୍ଷମା ମାଗିଲେ ରଣବୀର ଆହ୍ଲାବାଦିଆ:
ମାମଲା ଅଧିକ ଗମ୍ଭୀର ହେଉଥିବାବେଳେ ନିଜ ବିବାଦୀୟ ଟିପ୍ପଣୀକୁ ନେଇ କ୍ଷମା ମାଗିଛନ୍ତି ରଣବୀର ଆହ୍ଲାବାଦିଆ । ଏକ ଭିଡିଓ ଜାରି କରି ସେ କହିଛନ୍ତି, "ମୁଁ କମେଡିଆନ ନୁହେଁ । ଯାହା ହେଲା ସେଥିପାଇଁ ମୁଁ କୌଣସି ଏକ୍ସକ୍ୟୁଜ ଦେଉନି କି ସ୍ପଷ୍ଟୀକରଣ ରଖୁନାହିଁ । ବରଂ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି ଓ ମୋ ଭୁଲ ସ୍ବୀକାର କରୁଛି । ଆଶା କରୁଛି ଆପଣମାନେ ମୋତେ କ୍ଷମା କରିଦେବେ । ଆଗକୁ ମୁଁ ଏପରି ଭୁଲ ଦୋହରାଇବି ନାହିଁ ।" ଏହାସହ ଭାଇରାଲ ହେଉଥିବା ଏହି କ୍ଲିପ୍ ଡିଲିଟ କରିବାକୁ ରଣବୀର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ଏହା ବି ପଢନ୍ତୁ...'ଛାବା'ରୁ ହଟିବ ଏହି ବିବାଦୀୟ ସିନ୍, ରାଜ ଠାକରେଙ୍କୁ ଭେଟିଲେ ନିର୍ଦ୍ଦେଶକ
ଏହା ବି ପଢନ୍ତୁ...ସୈଫ ଅଲି ଖାନଙ୍କୁ କ୍ଷମା ମାଗିଲେ ଉର୍ବଶୀ, କାହିଁକି ? ଜାଣନ୍ତୁ