ଭୁବନେଶ୍ୱର: ଦିଲ୍ଲୀ ଦଖଲ ପରେ ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ । ଦିଲ୍ଲୀରେ ଓଡ଼ିଆ ଲୋକ ସକ୍ରିୟ ହୋଇ ବିଜେପି ପାଇଁ କାର୍ଯ୍ୟ କରୁଥିଲେ । ଓଡ଼ିଆ ନେତାଙ୍କ ଦିଲ୍ଲୀ ନିର୍ବାଚନରେ ଥିଲା ପ୍ରମୁଖ ଭୂମିକା । ଆଞ୍ଚଳିକ ଦଳକୁ ଲୋକ ଆଉ ବିଶ୍ୱାସକୁ ନେଉ ନାହାନ୍ତି କହିଲେ ମନମୋହନ ସାମଲ ।
"ବହୁତ ଖୁସି ସମସ୍ତେ ଅଛନ୍ତି ସମସ୍ତେ ଚାହୁଁଥିଲେ ବିଜେପି ସରକାର ହେଉ ତାହା ହୋଇଛି । ଓଡ଼ିଆ ଲୋକ ଦିଲ୍ଲୀରେ ନେତୃତ୍ୱ ନେଉଥିଲେ ଓଡ଼ିଆ ଲୋକ ସେଠାରେ ପ୍ରଭାରୀ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ଲୋକଙ୍କ ନିକଟରେ ପହଂଚାଉଥିଲେ ଓଡ଼ିଆ ଲୋକ । ଆମ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନିର୍ବାଚନ ପରିଚାଳନାର ମୁଖ୍ୟ ଦାୟିତ୍ବରେ ଥିଲେ, ପୂର୍ବରୁ ସେ ଦିଲ୍ଲୀରେ ପ୍ରଭାରୀ ଥିଲେ । ସେଠାର କାର୍ଯ୍ୟକର୍ତାଙ୍କ ସହିତ ସେ ଜଡ଼ିତ ଥିଲେ । ସେଠାରେ ଲକ୍ଷାଧିକ ଓଡ଼ିଆ ଅଛନ୍ତି ସେମାନେ ବି ବିଜେପିର ସକ୍ରିୟ ଭାବରେ କାର୍ଯ୍ୟ କରିଥିଲେ । ସମସ୍ତଙ୍କର ହାତ ଲାଗିଥିଲା । ଭଲ କାମ କରିବା ସହିତ ଲୋକଙ୍କ ବିଶ୍ୱାସ ରହିଲେ ହେବ ଲୋକେ ଯେଉଁଟା ଚାହୁଁଛନ୍ତି ଲୋକଙ୍କ ବିଶ୍ୱାସନିବୟତା, ଲୋକଙ୍କ ରାଜନୈତିକ ଅଧିକାର ଲୋକଙ୍କ କାମ କଲେ ଲୋକଙ୍କ ବିଶ୍ୱାସ ରହିବ। କଠିନ ପରିଶ୍ରମ ହିଁ ଆମର ରଣନୀତି । ଆଞ୍ଚଳିକ ଦଳ 2019 ରେ ଗ୍ରହଣ ଯୋଗ୍ୟ ହୋଇନଥିଲା 24ରେ ହାତ ଗଣତି କିଛି ଆଞ୍ଚଳିକ ଦଳ ଛାଡିଦେଲେ ସଫଳତା କାହାକୁ ମିଳିନି । ଆଞ୍ଚଳିକ ଦଳ ନିଜକୁ ଏକଥା ଗ୍ରହଣ କରିବା ଦରକାର ଲୋକ ତାଙ୍କୁ ବିଶ୍ୱାସକୁ ନେଇ ପାରୁନାହାନ୍ତି," ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ବିଜୟ ନେଇ ପ୍ରତିକ୍ରିୟା-
ଦିଲ୍ଲୀ ନିର୍ବାଚନର ସଫଳତାକୁ ନେଇ ଖୁସୀ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ବାସୀଙ୍କୁ ଜଣାଇଲେ କୃତଜ୍ଞତା ଓ ଧନ୍ୟବାଦ୍ । ମୁଖ୍ୟମନ୍ତ୍ରୀ କହିଲେ ମହାରାଷ୍ଟ୍ର, ହରିୟଣା ପରି ଦିଲ୍ଲୀରେ ମଧ୍ୟ ବିଜେପିକୁ ସଫଳତା ମିଳିଛି । ଏସବୁ କେବଳ ଆମର ପ୍ରିୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓ କାର୍ଯ୍ୟ ଦକ୍ଷତା ପାଇଁ ସମ୍ଭବ ହୋଇପାରିଛି ।
दिल्लीवासियों को हार्दिक शुभकामनाएं!
— Mohan Charan Majhi (@MohanMOdisha) February 8, 2025
आप सभी के समर्थन और विश्वास से डबल इंजन सरकार के गठन की ऐतिहासिक घड़ी आ गई है। यह विजय न केवल विकास और प्रगति की दिशा में एक महत्वपूर्ण कदम है, बल्कि यह भी दर्शाती है कि दिल्लीवासी एक सशक्त, समृद्ध और आत्मनिर्भर भारत के निर्माण के लिए पूरी…
'ଗଣତନ୍ତ୍ରରେ କେହି ଅପରାଜୟ ନୁହେଁ କାହାକୁ ଲାଗିପାରେ 10 ବର୍ଷ କାହାକୁ ଲାଗିପାରେ 24 ବର୍ଷ'
ଦିଲ୍ଲୀରେ ଆପ ପତ୍ତନ ପରେ ବିଜେଡ଼ିକୁ ବିଜେପି ନେତାଙ୍କ କଟାକ୍ଷ । ଗଣତନ୍ତ୍ରରେ କେହି ଅପରାଜୟ ନୁହେଁ କାହାକୁ ଲାଗିପାରେ 10 ବର୍ଷ କାହାକୁ ଲାଗିପାରେ 24 ବର୍ଷ । ଦିଲ୍ଲୀ ବିଜୟ ପରେ ବିଜେପି ବରିଷ୍ଠ ନେତା ସମୀର ମହାନ୍ତି କହିଛନ୍ତି, "ମୋଦିଙ୍କ ନେତୃତ୍ୱ ଓ ଅମିତ ଶାହାଙ୍କ ରଣନୀତି ଦିଲ୍ଲୀ ବାସୀ ଗ୍ରହଣ କରିଛନ୍ତି । ଓଡିଶା ରେ 24 ବର୍ଷର ସରକାର ନିର୍ବାଚନରେ ପରାସ୍ତ ଓ ଦିଲ୍ଲୀ ରେ ମଧ୍ୟ ସମାନ ସ୍ଥତି । ଗଣତନ୍ତ୍ର ରେ କେହି ଅପରାଜୟ ନୁଁହେ କାହାକୁ 24 ବର୍ଷ ଓ କାହାକୁ 10 ବର୍ଷ ଲାଗିପାରେ । ଯେଉଁ ଆଞ୍ଚଳିକ ଦଳ ଆଞ୍ଚଳିକ ବିକାଶ ଉପରେ ପ୍ରାଧାନ୍ୟ ନ ଦିଏ ତାର ପତ୍ତନ ହୁଏ ।"
ସେ ପୁଣି କହିଛନ୍ତି, ସମଗ୍ର ଭାରତ ବର୍ଷରେ ମୋଦିଙ୍କ ନେତୃତ୍ୱ ସମସ୍ତେ ଗ୍ରହଣ କରିଛନ୍ତି । ସଫଳ ନେତୃତ୍ୱ ଅମିତ ଶାହାଙ୍କ ସଫଳ ରଣନୀତି କାର୍ଯ୍ୟକାର୍ତ୍ତାଙ୍କ ପରିଶ୍ରମ ଦିଲ୍ଲୀ ବିଜୟର କାରଣ । ଓଡିଶାର 23 ଜଣ ସାଂସଦ ସମସ୍ତ ନିର୍ବାଚନ ମଣ୍ଡଳୀର ଅହରହ କାମ ଓଡ଼ିଆ ବାସୀ ଓ କାର୍ଯ୍ୟକର୍ତାମାନଙ୍କୁ ପ୍ରେରଣା ଦେଇଛି । ଅପରପକ୍ଷରେ କେଜ୍ରିଓ୍ୱାଲଙ୍କ ଭୋଟର ମାନଙ୍କୁ ପ୍ରତାରଣା କରିବା ଦୁର୍ନୀତି ବିରୋଧରେ କହି ଭୋଟର ମାନଙ୍କୁ ଯେଉଁ ପ୍ରଭାବିତ କରୁଥିଲେ ତାହା ଦିଲ୍ଲୀବାସୀ ଜାଣିଗଲେ ଏଣୁ ଦିଲ୍ଲୀବାସୀ ମୋଦିଙ୍କ ସଫଳ ନେତୃତ୍ୱକୁ ଗ୍ରହଣ କଲେ । ମୋଦିଙ୍କ ନତୃତ୍ୱ ଓ ଅମିତ ଶାହାଙ୍କ ରଣନୀତି ଦିଲ୍ଲୀବାସୀ ଗ୍ରହଣ କରିଛନ୍ତି ।
ଦିଲ୍ଲୀରେ ଯେଉଁଭଳି ବିଜୟ ହେଲା ଯେଉଁ ନିଳବର୍ଣ୍ଣ ଶୃଗାଳ ଅଛନ୍ତି 24 ବର୍ଷର ସରକାର ପତ୍ତନ ହେଲା ଏହା ସଚେତନ ଭୋଟର ମାନଙ୍କ ନିଷ୍ପତ୍ତି । ଏଣୁ ବିଜୁ ଜନତା ଦଳ ଜାଣି ସାରିଛି ଭୋଟର ମାନଙ୍କୁ ଠକିଲେ କଣ ହୁଏ । ଗଣତନ୍ତ୍ର ରେ ଭୋଟର ମାଲିକ ଗଣତନ୍ତ୍ରରେ କେହି ଅପରାଜୟ ନୁଁହେ । ଗଣତନ୍ତ୍ର ସୁଶାସନ ଯିଏ କରିବ ସିଏ ହେବ ନେତା ଅତୀତରେ 24 ଦଳକୁ ଗଠନ କରି ଅଟଳ ବିହାରି ବାଜପେୟୀ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇଥିଲେ ଆଉ ଇଣ୍ଡି ମେଣ୍ଟ ମଧ୍ୟ ଗଠନ ହୋଇଥିଲା । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନତା ଆସ୍ଥା ବ୍ୟକ୍ତ କରିଛନ୍ତି । ଯିଏ ଭଲ କାମ କରିବ ଜନତା ତାଙ୍କ ଉପରେ ଆସ୍ଥା ଦେବେ । ଯେଉଁ ଆଂଚଳିକ ଦଳ ଆଂଚଳିକ ବିକାଶ ଉପରେ ପ୍ରାଧାନ୍ୟ ନଦିଏ , ଜାତୀୟତା ଉପରେ ଆସ୍ଥା ସ୍ଥାପନ ନକରେ ଜନତା ତାର ଜବାବ ଦେବେ । ରାଷ୍ଟ୍ରିୟତା ଉପରେ ଆପ କୁ ଆସ୍ଥା ସ୍ଥାପନ କରିବାକୁ ପଡ଼ିବ ବୋଲି କହିଛନ୍ତି ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ।