ଅହମ୍ମଦାବାଦ: ସିରିଜ ହାତେଇଲା ଟିମ ଇଣ୍ଡିଆ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ- ଇଂଲଣ୍ଡ ତୃତୀୟ ଦିନିକିଆ ମୁକାବିଲାରେ ଇଂଲଣ୍ଡକୁ ଅଲ ଆଉଟ କରି ୩-୦ରେ ଭାରତର କ୍ଲିନ ସୁଇପ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୩୫୭ ରନର ଟାର୍ଗେଟ ରଖିଥିଲା ରୋହିତ ଟିମ୍ । ଏହି ରନକୁ ପିଛା କରି ୩୪.୨ ଓଭରରେ ୨୧୪ ରନ କରି ଅଲଆଉଟ ହୋଇଯାଇଥିଲା ଫିରଙ୍ଗି ବାହିନୀ ।
ON A ROLL!
— BCCI (@BCCI) February 12, 2025
For his excellent knock of 112 runs, @ShubmanGill is adjudged Player of the Match.
Scorecard - https://t.co/S88KfhG7gQ… #INDvENG @IDFCFIRSTBank #TeamIndia pic.twitter.com/u8ahP11nbm
ଶୁବମନ ଗିଲଙ୍କ ବିସ୍ଫୋରକ ଶତକ:
ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିବା ବେଳେ ଭାରତୀୟ ଓପନର ଭାବେ ରୋହିତ ଶର୍ମା ଓ ଶୁବମନ ଗିଲ ମୈଦାନକୁ ଓହ୍ଲାଇଥିଲେ । ବାରବାଟୀରେ ରୋହିତଙ୍କ ଶତକ ପରେ ସମସ୍ତଙ୍କ ନଜର କ୍ୟାପଟେନଙ୍କ ବ୍ୟାଟିଂ ଉପରେ ରହିଥିଲା । ହେଲେ ଫ୍ୟାନ୍ସମାନଙ୍କୁ ନିରାଶ କରି ମାତ୍ର ୨ଟି ବଲ ଖେଳି ୧ ରନ କରି ଉଡଙ୍କ ବଲରେ କ୍ୟାଚ ଆଉଟ ହୋଇଯାଇଥିଲେ ରୋହିତ । ହେଲେ ଶୁବମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲେ । ୧୦୨ ବଲରେ ୧୪ ଚଉକା ଓ ୩ଟି ଛକା ସହ ୧୧୨ ରନ କରି ଆଉଟ ହୋଇଯାଇଥିଲେ ଶୁବମନ ଗିଲ । ଗିଲଙ୍କ ଶତକ ସହ ଶେୟସ ଆୟର ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଭାରତ ଖାତାରେ ଏକ ବିରାଟ ରନ ଯୋଡିଥିଲା । ଶେୟସ ଆୟର ୬୪ ବଲରେ ୭୮ ରନ କରିଥିବା ବେଳେ ବିରାଟ କୋହଲି ୫୫ ବଲରେ ୭ଟି ଚଉକା ଓ ଗୋଟିଏ ଛକା ସହ ୫୨ ରନ କରିଥିଲେ । ଏଥିସହ କେ ଏଲ ରାହୁଲଙ୍କ ୨୯ ବଲରେ ୪୦ ରନ କରିଥିଲେ । ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ଦଳୀୟ ସ୍କୋର ୩୫୬ରେ ପହଞ୍ଚିଥିଲା ।
୩-୦ରେ ଭାରତର ସିରିଜ କ୍ଲିନ ସୁଇପ:
୩୫୭ରନ ବିଜୟ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ଇଂଲଣ୍ଡ ଟିମ ଇନିଂସ ଆରମ୍ଭ କରିଥିଲା । ହେଲେ ୬ ଓଭରରେ ଦଳୀୟ ସ୍କୋର ୬୦ ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ହରାଇଥିଲା ଇଂଲଣ୍ଡ । ତେବେ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରୁ ଅଟକିନସନ ୧୯ ବଲରେ ୩୮, ବନଟନ୍ ୪୧ ବଲରେ ୩୮ ଓ ଡକେଟ ୨୨ବଲରେ ୩୪ ରନ କରିଥିବା ବେଳେ ଅନ୍ୟ ଖେଳାଳି ୩୦ ରନ ଛୁଇଁ ପାରିନଥିଲେ । ତେବେ ମ୍ୟାଚ ଜିତିବା ସହ ୩-୦ରେ କ୍ଲିନ ସୁଇପ କରିଛି ଇଣ୍ଡିଆ ।
𝐂𝐋𝐄𝐀𝐍 𝐒𝐖𝐄𝐄𝐏
— BCCI (@BCCI) February 12, 2025
Yet another fabulous show and #TeamIndia register a thumping 142-run victory in the third and final ODI to take the series 3-0!
Details - https://t.co/S88KfhFzri… #INDvENG @IDFCFIRSTBank pic.twitter.com/ZoUuyCg2ar
ଫର୍ମକୁ ଫେରିଲେ ସିନିଅର ଖେଳାଳି:
ଟିମର ୩ ବରିଷ୍ଠ ଖେଳାଳିଙ୍କ ଫର୍ମକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋରଦାର ଥିବା ବେଳେ ବାରବାଟୀ ଷ୍ଟାଡିୟମରେ ରୋହିତ ଶର୍ମା ଓ ଆଜିର ମ୍ୟାଚରେ କୋହଲି ସମସ୍ତଙ୍କ ମୁହଁ ଚୁପ କରିଦେଇଛନ୍ତି । କେ ଏଲ ରାହୁଲ ମଧ୍ୟ ୨୯ ବଲରେ ୪୦ ରନ କରିଛନ୍ତି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲି ଫର୍ମକୁ ଫେରିବା ଜରୁରୀ ଥିଲା ।
ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ