ନୂଆଦିଲ୍ଲୀ: 27 ବର୍ଷ ପରେ ଦିଲ୍ଲୀରେ ସତ୍ତାକୁ ଫେରିଛି ବିଜେପି । ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେପିର ସେଲିବ୍ରେସନ ଜୋରଦାର ରହିଛି । ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରିବା ସହ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ।
'ଦିଲ୍ଲୀକୁ ଆପଦା(ବିପର୍ଯ୍ୟୟ) ମୁକ୍ତ କରାଯାଇଛି':
#WATCH | " yamuna maiya ki jai," says prime minister narendra modi as he begins his address at the party headquarters in delhi
— ANI (@ANI) February 8, 2025
bjp emerged victorious in #DelhiAssemblyElection2025 pic.twitter.com/O5FIbhv2r7
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆଜି ଦିଲ୍ଲୀରେ ଦିଲ୍ଲୀବାସୀଙ୍କ ମଧ୍ୟରେ ଏକ ଉତ୍ସାହ ବି ରହିଛି ଓ ଆଶ୍ୱସ୍ତି ବି ରହିଛି । ଦିଲ୍ଲୀକୁ ଆପଦା(ବିପର୍ଯ୍ୟୟ) ମୁକ୍ତ କରିଥିବାରୁ ଦିଲ୍ଲୀବାସୀ ଆଶ୍ୱସ୍ତି ଅଛନ୍ତି । ଦିଲ୍ଲୀକୁ ବିକଶିତ ଭାରତର ବିକଶିତ ରାଜଧାନୀ ଭାବେ ଗଢି ତୋଳିବା ପାଇଁ ମଉକା ଦିଅନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରିଥିବାରୁ କୃତଜ୍ଞତା ଜଣାଉଛି । ବିଜେପିକୁ ମନ ଖୋଲି ଭଲ ପାଇବା ଦେଇଛନ୍ତି ଦିଲ୍ଲୀବାସୀ ।
'ଆଡମ୍ବର, ଅରାଜକତା, ଅହଙ୍କାର, ଆପଦାର ପରାଜୟ':
ସେ ଆଉ ମଧ୍ୟ କହିଛନ୍ତି, "ଏହା ଐତିହାସିକ ବିଜୟ । ଦିଲ୍ଲୀବାସୀ ଆପଦା(ବିପର୍ଯ୍ୟୟ)କୁ ଦିଲ୍ଲୀରୁ ବାହାର କରିଦେଇଛନ୍ତି । ଏକ ଦଶକ ଧରି ଚାଲିଥିବା ଆପଦା(ବିପର୍ଯ୍ୟୟ)ରୁ ଦିଲ୍ଲୀ ମୁକ୍ତ ହୋଇଛି । ଦିଲ୍ଲୀର ଜନାଦେଶ ସ୍ପଷ୍ଟ ଜଣାପଡିଛି । ଦିଲ୍ଲୀରେ ବିକାଶ, ଭିଜନ ଓ ବିଶ୍ୱାସ ବିଜୟ ହୋଇଛି । ଆଜି ଆଡମ୍ବର, ଅରାଜକତା, ଅହଙ୍କାର, ଆପଦାର ପରାଜୟ ହୋଇଛି ।"
#WATCH | On BJP's victory in #DelhiElections2025, PM Narendra Modi says, " ...i was seeing that bjp workers across the country also had a pain in their hearts. it was about not being able to serve delhi fully. but today delhi has accepted our request too. the youth born in the… pic.twitter.com/S8oiZCELhY
— ANI (@ANI) February 8, 2025
'ରାଜନୀତିରେ ମିଛ ଓ ଦୁର୍ନୀତିର ସ୍ଥାନ ନାହିଁ':
ଦିଲ୍ଲୀର ଜନାଦେଶରୁ ଏହା ସ୍ପଷ୍ଟ ହୋଇଛି ଯେ ରାଜନୀତିରେ ମିଛ ଓ ଦୁର୍ନୀତି ପାଇଁ କୌଣସି ସ୍ଥାନ ନାହିଁ । ବିଜେପିର ଡବଲ ଇଞ୍ଜିନ ସରକାର ଉପରେ ଲୋକଙ୍କ ଭରସା ରହିଛି । ଦିଲ୍ଲୀ ବିବିଧତା ଭରା ଭାରତର ଲଘୁ ରୂପ । ଦିଲ୍ଲୀର ସବୁ କ୍ଷେତ୍ରରେ ପଦ୍ମ ଫୁଟିଛି । ସମଗ୍ର ଦିଲ୍ଲୀର ବିକାଶ ମୋଦିଙ୍କ ଗ୍ୟାରେଣ୍ଟି । ଦିଲ୍ଲୀରେ ଗରିବ, ବସ୍ତିରେ ରହୁଥିବା ଲୋକେ, ମଧ୍ୟବିତ୍ତ ପରିବାର ସମସ୍ତେ ବିଜେପିକୁ ସମର୍ଥନ କରିଛନ୍ତି । ପ୍ରଚାର ବେଳେ ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ପୂରଣ କରାଯିବ ବୋଲି ଦିଲ୍ଲୀର ମାତୃଶକ୍ତିଙ୍କ ଆଗରେ ପ୍ରତି ପ୍ରତିଜ୍ଞା କରୁଛି ବୋଲି କହିଛନ୍ତି ମୋଦି ।
#WATCH | On BJP's victory in #DelhiElections2025, PM Narendra Modi says, " dilli ke logo ne shortcut wali rajneeti ka short-circuit kar diya'. today the people of delhi have made it clear. the real owner of delhi is only the people of delhi. those who thought of being the owners… pic.twitter.com/mDKGXowfl6
— ANI (@ANI) February 8, 2025
'ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିବାର ପ୍ରତିଶ୍ରୁତି'
ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, "ପ୍ରଥମ ବିଧାନସଭା ଅଧିବେଶନରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯିବ, ଯେଉଁମାନେ ଲୁଟ କରିଛନ୍ତି ସେ ଗୁଡିକୁ ଫେରସ୍ତ କରିବାକୁ ପଡିବ ଓ ଏହା ମୋଦି ଗ୍ୟାରେଣ୍ଟି ।"
#WATCH | On BJP's victory in #DelhiElections2025, PM Narendra Modi says, " ...the blessings of nari shakti is our biggest defence shield and today once again nari shakti has blessed us in delhi. be it odisha, maharashtra or haryana, we have fulfilled every promise made to the nari… pic.twitter.com/1a0JEtbxH3
— ANI (@ANI) February 8, 2025
ଏକବିଂଶ ଶତାବ୍ଦୀରେ ଜନ୍ମ ହୋଇଥିବା ଯୁବଗୋଷ୍ଠୀ ଦିଲ୍ଲୀରେ ସୁଶାସନ ଦେଖିବେ:
ପ୍ରଧାନମନ୍ତ୍ରୀ ଆଉମଧ୍ୟ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ଜନ୍ମ ହୋଇଥିବା ଯୁବଗୋଷ୍ଠୀ ପ୍ରଥମ ଥର ଦିଲ୍ଲୀରେ ବିଜେପିର ସୁଶାସନ ଦେଖିବେ । ଦିଲ୍ଲୀର ଜନାଦେଶରୁ ଏହା ସ୍ପଷ୍ଟ ହୋଇଛି ଯେ ରାଜନୀତିରେ ମିଛ ଓ ଦୁର୍ନୀତି ପାଇଁ କୌଣସି ସ୍ଥାନ ନାହିଁ । ବିଜେପିର ଡବଲ ଇଞ୍ଜିନ ସରକାର ଉପରେ ଲୋକଙ୍କ ଭରସା ରହିଛି । ଦିଲ୍ଲୀର ଅସଲି ମାଲିକ ଦିଲ୍ଲୀବାସୀ । ଯେଉଁମାନେ ନିଜକୁ ମାଲିକ ଭାବୁଥିଲେ, ସେମାନଙ୍କୁ ସତର ସାମ୍ନା କରିବାକୁ ପଡିଛି । ଦିଲ୍ଲୀର ଜନାଦେଶରୁ ଏହା ସ୍ପଷ୍ଟ ହୋଇଛି ଯେ, ରାଜନୀତିରେ ସର୍ଟକଟ ଓ ମିଛ ପାଇଁ କୌଣସି ସ୍ଥାନ ନାହିଁ । ଜନତା ସର୍ଟକଟ ରାଜନୀତିକୁ ସମାପ୍ତ କରିଦେଇଛନ୍ତି ।
#WATCH | On BJP's victory in #DelhiElections2025, PM Narendra Modi says, " ...'aaj desh tushtikaran nahi bjp ki santushtikaran ki policy ko chun raha hai'...today, along with delhi, the bjp has got victory in ayodhya's milkipur. every section has voted for the bjp in large… pic.twitter.com/vzM3e5LoFd
— ANI (@ANI) February 8, 2025
ବିଜେପିର ସନ୍ତୁଷ୍ଟିକରଣ ନୀତିକୁ ଆପଣାଉଛି ଦେଶ:
ଆଜି ଦେଶ ତୁଷ୍ଟିକରଣ ନୁହେଁ ବରଂ ସନ୍ତୁଷ୍ଟିକରଣ ନୀତିକୁ ଆପଣାଉଛି ବୋଲି କହିଛନ୍ତି ମୋଦି ।
କଂଗ୍ରେସ 'ଶୂନ'ର ଦ୍ୱିତୀୟ ହାଟ୍ରିକ ମାରିଛି
କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆଜି ପୁଣି ଲୋକମାନେ କଂଗ୍ରେସକୁ ସନ୍ଦେଶ ଦେଇଛନ୍ତି । ଦିଲ୍ଲୀ ନିର୍ବାଚନରେ କଂଗ୍ରେସ 'ଶୂନ' ର ଦ୍ୱିତୀୟ ହାଟ୍ରିକ ମାରିଛି । ଦେଶର ସବୁଠୁ ପୁରୁଣା ପାର୍ଟି ଗତ ୬ଥର ହେଲା ଜାତୀୟ ରାଜଧାନୀରେ ଗୋଟିଏ ବି ଆସନ ଜିତିପାରିନାହିଁ । ସେମାନେ ନିଜକୁ ପରାଜୟର ଗୋଲ୍ଡ ମେଡାଲ ଦେଉଛନ୍ତି ।
#WATCH | On BJP's victory in #DelhiElections2025, PM Narendra Modi says, " ...today again the people have given a message to congress. congress has hit a double hattrick of 'zero' in delhi elections. the oldest party in the country is not able to get even one seat in the national… pic.twitter.com/dIlEmC3Tkq
— ANI (@ANI) February 8, 2025
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ