ETV Bharat / opinion

Opinion: ପଦ୍ମ ଲହରରେ ଚାଲିଲାନି ଝାଡୁ, ଆପ୍‌ ହାତରୁ ଗଲା ଦିଲ୍ଲୀ କ୍ଷମତା ଡୋରି - DELHI ELECTIONS 2025

ଦିଲ୍ଲୀରେ ସତ୍ତାର ପରିବର୍ତ୍ତନ । ବିଜେପି ପ୍ରଚଣ୍ଡ ବିଜୟରେ ଚାଲିଲାନି ଝାଡୁ । ବିଜେପି ବିଜୟକୁ ନେଇ ପଢନ୍ତୁ ବିଲାଲ ଭଟ୍ଟଙ୍କ ସମ୍ପାଦକୀୟ ।

DELHI ELECTION 2025
DELHI ELECTION 2025 (@BJP4Delhi)
author img

By Bilal Bhat

Published : Feb 8, 2025, 10:47 PM IST

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଦିଲ୍ଲୀ ଜନାଦେଶ ଆସିଯାଇଛି । ଆପର ‘ଝାଡୁ’ ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ଅଳିଆ ଗଦାରେ ପିଙ୍ଗି ଦେଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆମ ଆଦମୀ ପାର୍ଟିକୁ ଏକ ଛୋଟ ଦଳ ଭାବେ ପରିଣତ କରିଛି । ସେହିପରି ରାଜଧାନୀ ଦିଲ୍ଲୀ ମାନଚିତ୍ରରେ କଂଗ୍ରେସ ତା ଛାପ ଛାଡିବାରେ ବିଫଳ ହେଲା । ଯଦିଓ କଂଗ୍ରେସ ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇପାରିଲା ନାହିଁ । କିନ୍ତୁ ବିଜେପି ବିରୋଧି ଭୋଟକୁ ବିଭାଜିତ କରି ଆପର ଭୋଟ କାଟିବାରେ ସକ୍ଷମ ହେଲେ । ଫଳରେ ଆପର ଭୋଟ ହାର ହ୍ରାସ ପାଇଛି ।

ଆପର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପରାଜିତ ହେଲେ । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ଏଥର ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ । ଯିଏକି ରାଜନୀତିରେ ଜଣେ ବିଶିଷ୍ଟ ଚେହେରା । କେଜ୍ରିୱାଲଙ୍କ ଦୁଇ ମୁଖ୍ୟ ସହଯୋଗୀ ମନିଷ ସିସୋଦିଆ ଓ ସତୈନ୍ଦ୍ର ଜୈନ ଓ କଂଗ୍ରେସ ମଧ୍ୟରେ ବିଭାଜନ କାରଣରୁ ଦଳ ହାରିଗଲା । ନିର୍ବାଚନ ପ୍ରଚାର ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସର ଶୀର୍ଷ ନେତାଙ୍କ ବୟାନକୁ ଦୃଷ୍ଟିରେ ରଖି ଅନେକ ସିଟ୍‌ ବିଜେପି ଖାତାକୁ ଯିବା ନେଇ ସ୍ଥିର ହୋଇଯାଇଥିଲା ।

ପରସ୍ପରକୁ ଆରୋପ ପ୍ରତ୍ୟାରୋପ ବ୍ୟତୀତ ଅନ୍ୟ କାରଣ ମଧ୍ୟ ରହିଛି । ଯାହାକି ଆପ୍‌ ବିରୋଧରେ ବିଜେପିକୁ ସାହାଯ୍ୟ କଲା । ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା ବିକାଶ ଅଭିଯାନ ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ, ଯାହାକି ସଫଳ ହେଲା । ଉନ୍ନତିକରଣ କଥା ହେଇ, ଆପ ବିରୋଧୀ ବୟାନ ବାଜି ଭୋଟରଙ୍କୁ ଦ୍ବନ୍ଦ୍ବରେ ପକାଇଲା । ଏପରିକି କେତେକ ନିର୍ବାଚନ ମଣ୍ଡଳରେ ଭୋଟର ଏହି ଦ୍ବନ୍ଦ୍ବରେ ଥିଲେ କାହାକୁ ସମର୍ଥନ କରିବେ । କଂଗ୍ରେସ ନା ଆପ । ଦ୍ବନ୍ଦ୍ବରେ ଥିବା ଭୋଟରଙ୍କ ପାଇଁ ବିଜେପି ବିକଳ୍ପ ଭାବେ ଉଭା ହୋଇଥିଲା । କାରଣ ବିଜେପିର ନାରା ଓ ସଂକଳ୍ପପତ୍ର ବିକାଶ ଉପରେ ଆଧାରିତ ଥିଲା । ଏଥିପାଇଁ ମୁସଲିମ ଭୋଟର ବିଜେପିକୁ ଭୋଟ ଦେବାରେ କୌଣସି ଦ୍ବିଧା ମନରେ ଆଣିଲେନି । କେବଳ ସେହି ଅଞ୍ଚଳକୁ ଛାଡି ଯେଉଁଠାରେ ସେମାନଙ୍କ ପାଖରେ ଭଲ ବିକଳ୍ପ ଥିଲା ।

ମୁସ୍ତଫାବାଦ ଏକ ଭଲ ଉଦାହରଣ ଭାବେ ନିଆଯାଇପାରେ । କିପରି ଦୁଇ ପସନ୍ଦିତ ପ୍ରାର୍ଥୀ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବିଜେପିକୁ ନିର୍ବାଚନରେ କମାଲ କରିବାରେ ସାହାଯ୍ୟ କଲା । ଏହି ନିର୍ବାଚନ କ୍ଷେତ୍ରରେ 50-55 ପ୍ରତିଶତ ମୁସଲିମ ଭୋଟର ଅଛନ୍ତି । ଏଠାରେ AIMIM ମହମ୍ମଦ ତାହିର ହୁସେନଙ୍କୁ ଆପ୍‌ର ଅନ୍ୟ ଏକ ମୁସଲିମ ପ୍ରାର୍ଥୀ ଅଦିଲ ଅହମ୍ମଦ ଖାନ ବିରୋଧରେ ଛିଡା କରିଥିଲେ । ଯାହାକି ଆପର ଖେଳ ବିଗାଡି ଦେଇଥିଲା । ତାହିର 33,474 ଭୋଟ ପାଇଥିବା ବେଳେ ଆପ 67,638 ଭୋଟ ଓ ବିଜେପି ପ୍ରାର୍ଥୀ ମୋହନ ସିଂହ ବିଷ୍ଟ 17,578 ଭୋଟ ବ୍ୟବଧାନରେ ଜିତିଥିଲେ ।

ଏପରି ଅନେକ ଆସନ ଅଛି ଯେଉଁଠି ବିଜେପି ଓ ଆପ ମଧ୍ୟରେ ବିଜୟ ବ୍ୟବଧାନ ବହୁତ କମ ଅଟେ । ଅନେକ ନିର୍ବାଚନ ମଣ୍ଡଳୀରେ କିଛି ଭୋଟର କଂଗ୍ରେସକୁ ଆପର ବିକଳ୍ପ ଭାବେ ଦେଖିଥିଲେ । ବିଜେପିକୁ ସମର୍ଥନ କରିଥିଲେ । ତିମାପୁର ଆସନରେ 1,657 ଭୋଟ ବିଜେପି ଖାତାକୁ ଯାଇଥିବା ବେଳେ କଂଗ୍ରେସ ଖାତା କୁ 6,101 ଭୋଟ ଯାଇଛି । ମହରୌଲିରେ ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ସିଂ ଯାଦବଙ୍କୁ 35,893 ଭୋଟ ମିଳିଥିବା ବେଳେ ଆପ ପ୍ରାର୍ଥୀ ମହେନ୍ଦ୍ର ଚୌଧରୀଙ୍କୁ 426 ଭୋଟ ବ୍ୟବଧାନରେ ହରାଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପୁଷ୍ପା ସିଂହ 6,762 ଭୋଟ ମିଳିଥିବା ବେଳେ ଆପକୁ 35,467 ଭୋଟ ମିଳିଛି । ସଙ୍ଗମ ବିହାର ଏପରି ଏକ ଆସନ ଯେଉଁଟି କଂଗ୍ରେସ, ଆପ ଓ ବିଜେପି ବହୁତ କମ ବ୍ୟବଧାନରେ ଜିତିଥିଲେ । ଏଥର ବିଜେପି ପ୍ରାର୍ଥୀ ଚନ୍ଦନ କୁମାର ଚୌଧରୀ 344 କମ ଭୋଟ ବ୍ୟବଧାନ ମିଳିଛି । ତ୍ରିଲୋକପୁରୀ ଆସନ ମଧ୍ୟ ଏକ ଉଦାହରଣ ଅଟେ । ଯେଉଁଠି ବିଜେପି ପ୍ରାର୍ଥୀ ରବିକାନ୍ତ ମାତ୍ର 392 ଭୋଟ ଅର୍ଥାତ ଛୋଟ ବ୍ୟବଧାନରେ ଜିତାପଟ ହାସଲ କରିଛନ୍ତି । ଏଠି ଆପ ପ୍ରାର୍ଥୀ 57,825 ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ 6147 ଭୋଟ ମିଳିଛି ।

ଏପରି ମଧ୍ୟ ନିର୍ବାଚନ ମଣ୍ଡଳୀ ଅଛି ଯେଉଁଠି ଭୋଟର ମାନେ ଦ୍ବନ୍ଦ୍ବ ମଧ୍ୟରେ ଭ୍ରମିତ ହୋଇନଥିଲେ । ଏପରି ଏକ ଆସନ ହେଇଛି ସିଲମପୁର । ଯେଉଁଠାରେ 50ରୁ55 ପ୍ରତିଶତ ମୁସଲିମ ଲୋକ ବସବାସ କରନ୍ତି । ଆପ ଖାତାକୁ ଯାଇଛି ଭୋଟ । 13 ପ୍ରାର୍ଥୀଙ୍କ ମଧ୍ୟରେ 10 ଜଣ ମୁସଲିମ ପ୍ରାର୍ଥୀ ଥିଲେ । ଏଠାରେ ଭୋଟ ବିଭାଜନ ହୋଇନାହିଁ ।

ଯଦି ଗତ 3ଟି ନିର୍ବାଚନରେ ଆପ ପାଇଁ ଭଲ କାମ କରିଥିବା ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ବିଜେପି ସଂକଳ୍ପପତ୍ରରେ ଭଲ ବିକଳ୍ପ ଭାବେ ଦେଖିଥିଲା । ନିର୍ବାଚନ ସଂକଳ୍ପପତ୍ରକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜେପି ଷ୍ଟାର ପ୍ରଚାରକଙ୍କ ମାଧ୍ୟମରେ ଜୋରଦାର ଅଭିଯାନ ଚଳାଇଥିଲା । ଯେଉଁଥିରେ କେଜ୍ରିୱାଲଙ୍କ କଲ୍ୟାଣକାରୀ ଦାବିକୁ ପ୍ରଚାର ବୋଲି କହିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ ଭେଟି କିପରି ଭଲ ଶିକ୍ଷା ଦିଆଯାଉନାହିଁ ସେ ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ । ହରିୟାଣା ମୁଖ୍ଯମନ୍ତ୍ରୀ ଯମୁନା ପାଣି ପିଇଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ ଦେଇ ଯମୁନା ନଦୀରେ ବୁଡ ପକାଇଥିଲେ । ଯେଉଁପରି ଭାବେ ଲୋକେ ମହାକୁମ୍ଭରେ ବୁଡ ପକାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଦିଲ୍ଲୀରେ କାହିଁକି କାମ ଦେଲାନି କେଜ୍ରିୱାଲଙ୍କ କ୍ରେଜ୍ ? ଜାଣନ୍ତୁ ବିଜେପି ବିଜୟର ୧୦ ବଡ଼ କାରଣ

ବିଜୟ ପରେ ମୋଦିଙ୍କ ସମ୍ବୋଧନ: ‘ଆପଦା’ରୁ ମୁକ୍ତ ଦିଲ୍ଲୀ, କଂଗ୍ରେସ ‘ଶୂନ’ର ଦ୍ୱିତୀୟ ହାଟ୍ରିକ ମାରିଛି

ବିଜେପିର ଦିଲ୍ଲୀ ଦଖଲରେ ଅଛି କି ଓଡିଆ ନେତାଙ୍କ ପ୍ରଭାବ ? ମନମୋହନଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ କହିଲେ...

ନିର୍ବାଚନର 4 ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 12.75 ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ କଲେ । କେଜ୍ରିୱାଲ ଯେଉଁପରି ଭାବେ ନିର୍ବାଚନ ପ୍ରଚାର କରୁଥିଲେ ତାହାକୁ କାଉଣ୍ଟର କରୁଥିଲା ବିଜେପି । ଏହା ଉପରେ ଲଗାତାର କାମ କରୁଥିଲା ବିଜେପି । ସେହିପରି ବିକାଶପୁରୀ ଅଳିଆ ପ୍ରସଙ୍ଗ ବି ବିଜେପିକୁ ମାଇଲେଜ ଦେଇଥିଲା ।ବିଜେପି 40 ଷ୍ଟାର ପ୍ରଚାରକଙ୍କ ସହ ମଇଦାନକୁ ଓହ୍ଲାଇ ଆପକୁ ଟାର୍ଗେଟ କରିଥିଲା । ଦୀର୍ଘ 27 ବର୍ଷ ପରେ ପ୍ରଚଣ୍ଡ ବହୁମତ ସହ ସରକାର ଗଠନ କଲା ।

ତେବେ ମହତ୍ତ୍ବପୂର୍ଣ୍ଣ କଥା ହେଉଛି, ଦିଲ୍ଲୀ ନିର୍ବାଚନ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକୁମ୍ଭରେ ସ୍ନାନ କରିଥିଲେ । ଯାହାକି ଦିନ ତମାମ ଅନେକ ଟିଭିରେ ଛାଇ ଯାଇଥିଲା । ଯାହାକି ବିଜେପି ସପକ୍ଷରେ ଭୋଟ ପାଇଁ ଲୋକଙ୍କୁ ପ୍ରେରିତ କରିଥିଲା । ବିଜେପି ପ୍ରଚାର ମାଧ୍ୟମରେ କେଜ୍ରିୱାଲଙ୍କୁ ଜଣେ ବିବାଦୀୟ ନେତା, ବିଶ୍ବାସଘାତକ, ଅଭିମାନୀ, ଅହଂକାରୀ ଭାବେ ଚିତ୍ରିତ କରିଥିଲା । ବିଜେପି କଠୋର ଆପ ଓ କଂଗ୍ରେସ ସମର୍ଥକ ମଧ୍ୟରେ ଦ୍ବନ୍ଦ୍ବକୁ ନେଇ ଆଗକୁ ବଢିପାରିନଥିଲେ କେଜ୍ରିୱାଲ । ଏବେ ପ୍ରଶ୍ନ ଉଠୁଛି କଣ କେଜ୍ରିୱାଲଙ୍କ ନେତୃତ୍ବରେ ଆପ୍‌ ରହିପାରିବ ତ ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.