ETV Bharat / bharat

ଇତିହାସରେ ପ୍ରଥମ, ରାଷ୍ଟ୍ରପତି ଭବନରେ ବାଜିବ ସାହାନାଇ - RASHTRAPATI BHAVAN WEDDING

ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ ବିବାହ ଉତ୍ସବ । ଜାଣନ୍ତୁ କାହାର ହେବ ବାହାଘର, କେବେ ପଡ଼ିବ ହାତଗଣ୍ଠି ?

First wedding to take place at Rashtrapati Bhavan
First wedding to take place at Rashtrapati Bhavan (ETV Bharat)
author img

By ETV Bharat Odisha Team

Published : Feb 5, 2025, 6:09 PM IST

Updated : Feb 6, 2025, 9:46 AM IST

ଭୋପାଳ: ରାଷ୍ଟ୍ରପତି ଭବନରେ ବାଜିବ ସାହାନାଇ । ଇତିହାସରେ ପ୍ରଥମ ଥର ପାଇଁ ଜଣେ ସରକାରୀ ଅଧିକାରୀ ରାଷ୍ଟ୍ରପତି ଭବନରେ ବିବାହ କରିବେ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରଘୁବୀର ଗୁପ୍ତାଙ୍କ ଝିଅ ପୁନମ ଗୁପ୍ତା ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ପୁନମ CRPFରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବରେ ରାଷ୍ଟ୍ରପତି ଭାବନରେ PSO ଭାବେ କାର୍ଯ୍ୟରତ ।

ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ସ୍ଥାନରେ ଜଣେ ଅଧିକାରୀଙ୍କ ବିବାହ ଉତ୍ସବ ଆୟୋଜିତ ହେବ । ସେ ଫେବୃଆରୀ ୧୨ ତାରିଖ ଦିନ ଜମ୍ମୁ କାଶ୍ମୀରରେ କାର୍ଯ୍ୟରତ CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅବନୀଶ କୁମାରଙ୍କୁ ବିବାହ କରିବେ । ଏହି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ବିବାହ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।

  • ଜାଣନ୍ତୁ କେଉଁ କମ୍ପ୍ଲେକ୍ସରେ ଆୟୋଜନ ହେବ ଏହି ସମାରୋହ ?

ରାଷ୍ଟ୍ରପତି ଭାବନର ମଦର ଟେରେସା କ୍ରାଉନ୍ କମ୍ପ୍ଲେକ୍ସରେ ଆୟୋଜିତ ହେବ ,ଏହି ଦୁଇ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବିବାହ ଉତ୍ସବ । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପୁନମଙ୍କ ନିଜ କାର୍ଯ୍ୟ ପ୍ରତି ରହିଥିବା ନିଷ୍ଠା, ସମର୍ପଣଭାବ ଏବଂ କାର୍ଯ୍ୟ ଦକ୍ଷତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବେଶ ପ୍ରଭାବିତ କରିଛି । ତେବେ ରାଷ୍ଟ୍ରପତି ପୁନମଙ୍କ ବିବାହ ବିଷୟରେ ଜାଣିବା ପରେ ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ୍ କମ୍ପ୍ଲେକ୍ସରେ ଆୟୋଜନ କରିବା ପାଇଁ ଅନୁମୋଦନ ଦେଇଥିଲେ । ଏଥିରେ ନିଜ ପରିବାର ସଦସ୍ୟଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।

  • ପୁନମଙ୍କ କ୍ୟାରିୟର ।

ପୁନମ ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ଗଣିତରେ ସ୍ନାତକ ଏବଂ ଇଂରାଜୀ ଭାଷାରେ ସ୍ନାତକୋତ୍ତର କରିଥିବାବେଳେ B.Ed ମଧ୍ୟ ସମାପ୍ତ କରିଛନ୍ତି । ସେ ଶୋପୁର ଜବାହର ନବୋଦୟ ବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ରୀ । ସବୁଠାରୁ ବଡ଼ କଥା ହେଲା ପୁନମ 2018 ସମିହାରେ UPSC CAPF ପରୀକ୍ଷାରେ 81 ତମ ରାଙ୍କ ହାସଲ କରିଥିଲେ । ଏହାପରେ CRPFରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।

  • 2024 ମସିହା ଗଣତନ୍ତ୍ର ଦିବସ ପରେଡର ନେତୃତ୍ବ ନେଇଥିଲେ ପୁନମ ।

ପ୍ରତିବର୍ଷ ରାଜଧାନୀ ନୂଆଦିଲ୍ଲୀରେ ଜାତୀୟସ୍ତର ଗଣତନ୍ତ୍ର ଦିବସ ପରେଡ ଆୟୋଜିତ ହୋଇଥାଏ । ତେବେ ୨୦୨୪ ମସିହା ଗଣତନ୍ତ୍ର ଦିବସ ପରେଡର ନେତୃତ୍ବ ନେଇ ନିଜର ଦକ୍ଷତା ପ୍ରଦର୍ଶିତ କରିଥିଲେ ପୁନମ । ତାଙ୍କର ଏହି ସଫଳତା ମଧ୍ୟପ୍ରଦେଶରରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Last Updated : Feb 6, 2025, 9:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.