ହାଇଦ୍ରାବାଦ: ସାମସଙ୍ଗ ମୋବାଇଲ ପ୍ରତି ବଢୁଛି ଲୋକଙ୍କ କ୍ରେଜ ! ଭାରତରେ ଦୁଇ ସପ୍ତାହ ମଧ୍ୟରେ ସାମସଙ୍ଗ ଗାଲାକ୍ସି S25 ସିରିଜର 4.3 ଲକ୍ଷ ପ୍ରି-ଅର୍ଡର ହୋଇଥିବା ସୂଚନା ଦେଇଛି କମ୍ପାନୀ । ସାମସଙ୍ଗ ଗାଲାକ୍ସି S25 ସିରିଜ୍ ଗତକାଲି (ଶୁକ୍ରବାର) ସାରା ବିଶ୍ବରେ ଲଞ୍ଚ ହୋଇଛି । ତେବେ ଗତ ମାସ ଜାନୁଆରୀ 23 ତାରିଖରୁ ଫେବୃଆରୀ 6 ଯାଏଁ, ଏହାର ପ୍ରି-ଅର୍ଡର ଚାଲିଥିଲା । ଦୁଇ ସପ୍ତାହ ମଧ୍ୟରେ ସାମସଙ୍ଗ କମ୍ପାନୀ ଭାରତରୁ 4.3 ଲକ୍ଷ ପ୍ରି-ଅର୍ଡର ପାଇଥିବା ସୂଚନା ଦେଇଛି ।
ଗତକାଲି (ଶୁକ୍ରବାର) ସାମସଙ୍ଗ ସୂଚନା ଦେଇଥିଲା ଯେ, ଭାରତରେ ନିର୍ମିତ Galaxy S25 ସିରିଜର ସ୍ମାର୍ଟ ଫୋନ ଗୁଡ଼ିକ ଦେଶରେ 4,30,000 ପ୍ରି-ଅର୍ଡର ପାଇଛି । ଏହା ଗତ ବର୍ଷ ଲଞ୍ଚ ହୋଇଥିବା Samsung Galaxy S24 ସିରିଜର ପ୍ରି-ବୁକିଂ ଅପେକ୍ଷା 20% ଅଧିକ । ଏଠାରେ ସୂଚନା ଥାଉ କି ସାମସଙ୍ଗ ଦିଲ୍ଲୀ ନୋଏଡାରେ ଭାରତ ପାଇଁ Galaxy S25 ସିରିଜ୍ ନିର୍ମାଣ କରୁଛି ।
ଏମିତି କହିଲେ କମ୍ପାନୀ କର୍ତ୍ତୃପକ୍ଷ:
ଏନେଇ ସାମସଙ୍ଗ ଇଣ୍ଡିଆର MX ଡିଭିଜନର ବରିଷ୍ଠ ଉପ-ସଭାପତି ରାଜୁ ପୁଲାନ କହିଛନ୍ତି," ସାମସଙ୍ଗ ଏହାର ପ୍ରମୁଖ ବିତରଣ ନେଟୱାର୍କକୁ 17,000 ଆଉଟଲେଟକୁ ବୃଦ୍ଧି କରିଛି । ଯାହା ଛୋଟ ସହରଗୁଡ଼ିକର ଚାହିଦା ପୂରଣ କରିବାରେ ସାହାଯ୍ୟ ହୋଇଛି । ସାମସଙ୍ଗ ନୋଏଡାରେ ଭାରତ ପାଇଁ Galaxy S25 ସିରିଜ୍ ନିର୍ମାଣ କରୁଛି । ଯାହା ସ୍ଥାନୀୟ ଚାହିଦାକୁ ସହଜରେ ପୂରଣ କରିବ । ଭାରତରେ ସାମସଙ୍ଗ ଗାଲାକ୍ସି S25 ସିରିଜ୍ ପାଇଁ ପ୍ରି-ଅର୍ଡର ସଂଖ୍ୟା 4.3 ଲକ୍ଷରେ ପହଞ୍ଚିଛି । ସେହିପରି ଦକ୍ଷିଣ କୋରିଆରେ ସାମସଙ୍ଗକୁ ଗାଲାକ୍ସି S25 ସିରିଜ୍ ପାଇଁ 13 ଲକ୍ଷ ପ୍ରି-ବୁକିଂ ମିଳିଛି ।"
କେଉଁ ମଡେଲ କେତେ ଦମ୍ ?
Model | RAM + Storage | Price (INR) |
Galaxy S25 | 12GB + 256GB | 80,999 |
12GB + 512GB | 92,999 | |
Galaxy S25+ | 12GB + 256GB | 99,999 |
12GB + 512GB | 1,11,999 | |
Samsung Galaxy S25 Ultra | 12GB + 256GB | 1,29,999 |
12GB + 512GB | 1,41,999 | |
12GB + 1TB | 1,65,999 |
Samsung Galaxy S25 ସିରିଜରେ ପ୍ରମୁଖ ଫିଚର୍ :
Samsung Galaxy S25ରେ 6.2 ଇଞ୍ଚ ସ୍କ୍ରିନ୍, Snapdragon 8 Elite ଚିପସେଟ୍, 50MP+12MP+10MP ପଛ କ୍ୟାମେରା, 12MP ଫ୍ରଣ୍ଟ କ୍ୟାମେରା, 4000mAh ବ୍ୟାଟେରୀ, Android 15 OS ସପୋର୍ଟ ଏବଂ ଅନେକ AI ଫିଚର୍ ରହିଛି । |
Samsung Galaxy S25 Plusରେ 6.7 ଇଞ୍ଚ ସ୍କ୍ରିନ୍, Snapdragon 8 Elite ଚିପସେଟ୍, 50MP+12MP+10MP ବ୍ୟାକ କ୍ୟାମେରା, 12MP ଫ୍ରଣ୍ଟ କ୍ୟାମେରା, 4900mAh ବ୍ୟାଟେରୀ, Android 15 OS ସପୋର୍ଟ ଏବଂ ଅନେକ ପ୍ରମୁଖ AI ଫିଚର୍ ଉପଲବ୍ଧ । |
Samsung Galaxy S25 Ultraରେ 6.9 ଇଞ୍ଚ ସ୍କ୍ରିନ୍, Snapdragon 8 Elite ଚିପସେଟ୍, 200MP+50MP+50MP+10MP କ୍ୟାମେରା ସେଟଅପ୍, 12MP ଫ୍ରଣ୍ଟ କ୍ୟାମେରା, 5000mAh ବ୍ୟାଟେରୀ, Android 15 OS ସପୋର୍ଟ ଏବଂ ବିଭିନ୍ନ ପ୍ରକାର AI ଫିଚର୍ ରହିଛି । |
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ