ମେଷ: ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ହେବ । ଆପଣଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିମ୍ୱା ଏକ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଏହା ଏକ ଭଲ ଦିନ । ନ ଭାବି ନଚିନ୍ତି କୌଣସି ସିଦ୍ଧାନ୍ତ ନେଇ ଆପଣଙ୍କ ଚିନ୍ତାଧାରାକୁ ଜଟିଳ କରନ୍ତୁ ନାହିଁ । ଭ୍ରମଣ ଏବଂ ଯାତ୍ରାର ସମ୍ଭାବନା ରହିଛି । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଖର୍ଚ୍ଚ ବଢ଼ିପାରେ ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-7.jpg)
ବୃଷ: ଆଜି ଆପଣ ନେଉଥିବା ସିଦ୍ଧାନ୍ତ ହୁଏତ ଭଲ ନ ହୋଇପାରେ । ଫଳରେ ଉପଯୋଗୀ ସୁଯୋଗରୁ ଆପଣ ଦୂରେଇ ଯିବାର ସମ୍ଭାବନା ରହିଛି । ଆଜି କୌଣସି ନୂଆ କିମ୍ୱା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିମ୍ବା ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ । ଧାର କରଜ ନେବା କିମ୍ବା ଦେବା ବେଳେ ସତର୍କ ରୁହନ୍ତୁ । ଦୂରଯାତ୍ରା କରି ଶାରୀରିକ ପୀଡ଼ା ଭୋଗିପାରନ୍ତି । ହଜମ ଜନିତ ସମସ୍ୟା ରହିପାର ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-4.jpg)
ମିଥୁନ: ପ୍ରୀୟଜନ ଏବଂ ବନ୍ଧୁମାନଙ୍କ ସହିତ ମିଶିବା ଏବଂ ମଜା କୌତୁକ କରିବା ପାଇଁ ଆଜି ହେଉଛି ଏକ ଭଲ ଦିନ । ଆର୍ଥିକ ଦୃଷ୍ଟିକୋଣରୁ, ଆପଣ ବହୁତ ଲାଭ ପାଇବେ । ଅବଶ୍ୟ, ସେଥିପାଇଁ ଆପଣ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ । ଆପଣଙ୍କ ଖର୍ଚ୍ଚକୁ ସୀମା ଭିତରେ ରଖନ୍ତୁ ଏବଂ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ପତି-ପତ୍ନୀ ମଧ୍ୟରେ ସମ୍ପର୍କ ସୁଦୃଢ ହେବ ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-10.jpg)
କର୍କଟ: ଆଜି ଦିନରେ ଆପଣ ଦ୍ୱନ୍ଦ୍ବ ଭିତରେ ରହିପାରନ୍ତି । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିବେ । ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ହେବାର ଦେଖାଦେଇପାରେ । ଖର୍ଚ୍ଚ ଅଧିକ ହୋଇପାରେ । ଘରୋଇ ବିଷୟ ପାଇଁ ଆପଣ ଆପଣଙ୍କ ବଜେଟ୍ ବଢାଇପାରନ୍ତି । ଆପଣ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଅବୁଝାମଣାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-8.jpg)
ସିଂହ: ଆପଣଙ୍କ ପାଇଁ ପରିସ୍ଥିତି ଆଜି ଅନୁକୂଳ ରହିପାରେ । କିନ୍ତୁ ଆପଣ ଏହାର ଉତ୍ତମ ବ୍ୟବହାର କରିବାରେ ଆପଣ ବିଫଳ ହୋଇପାରନ୍ତି ଯଦି ଆପଣ ମନର-ସତର୍କତା କରାଇ ବସନ୍ତି କିମ୍ବା ଭୁଲ୍ ବ୍ୟକ୍ତିଙ୍କୁ ଗାଳି ଦିଅନ୍ତି । ଧ୍ୟାନ କେନ୍ଦ୍ରୀଭୂତ କରିବା ଆପଣଙ୍କ ମୂଳଲକ୍ଷ୍ୟ ହେବା ଉଚିତ । ନୂଆ ପ୍ରକଳ୍ପ କିମ୍ୱା ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ । ଆଜି ଦିନ ସେଥିପାଇଁ ଅନୁକୂଳ ନୁହେଁ । ଆର୍ଥିକ କାରାବାର ବେଳେ ସତର୍କ ରୁହନ୍ତୁ ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-11.jpg)
କନ୍ୟା: ଆଜି ଯଦି ଆପଣ ନୂଆ ପ୍ରକଳ୍ପ ହାତକୁ ନେବାପାଇଁ ଯୋଜନା କରୁଛନ୍ତି, ତେବେ ତାହା ଆପଣ ବିଳମ୍ବ ନକରି ହାତକୁ ନେବା ଉଚିତ । କାରଣ ଏହିଦିନ ଆପଣଙ୍କ ପେଶାଦାର ଜୀବନ ପାଇଁ ଶୁଭ ଅଟେ ଏବଂ ଆଉ ଅଧିକ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖନ୍ତୁ । ଆପଣ ନିଶ୍ଚିତ ଭାବରେ ପଦନ୍ନୋତି ପାଇବା ଆଶା କରିବେ ଏବଂ ଅଫିସ୍ରେ ପ୍ରଶଂସାର ପାତ୍ର ହେବେ । ସାମାଜିକ ଭାବରେ ପ୍ରତିଷ୍ଠା ବଢ଼ିବ ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-5.jpg)
ତୁଳା: ଏହି ଦିନଟି ବ୍ୟବସାୟୀମାନଙ୍କ ପାଇଁ ଭଲ ରହିବ । ପେଶାଦାର ମାନେ ଏବଂ ଅଫିସ୍ ଯାଉଥିବା ଲୋକମାନେ ସହକର୍ମୀମାନଙ୍କ ଠାରୁ ଆଶ୍ଚର୍ଯ୍ୟଜନକ ସହଯୋଗ ପାଇବେ । ଲମ୍ବା ଛୁଟି ଦିନରେ, ତୀର୍ଥସ୍ଥାନ ଭ୍ରମଣର ଯୋଗ ଅଛି । ଆପଣ ଗଭୀର ଭାବରେ ଭାଷା ଏବଂ ଜ୍ଞାନ ଭିତ୍ତିକ ବିଷୟ ଉପରେ ଅଧିକ ମଜ୍ଜି ରହିବେ । ନୂତନ ଆୟ ଉତ୍ସ ମିଳିବ ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-12.jpg)
ବିଛା: ଆଜି ଦିନଟି ସେତେ ଭଲରେ କଟି ନପାରେ । ଅନୈତିକ କିମ୍ବା ଆଇନ ବିରୁଦ୍ଧ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଆଜି ପାଇଁ, ଅଜଣା ବ୍ୟକ୍ତିଙ୍କ ସହିତ ମିଳାମିଶା କରିବା କିମ୍ୱା ନୂଆ ସଂପର୍କ ବଢାଇବା ଏକ ଭଲ ଚିନ୍ତାଧାରା ପ୍ରମାଣିତ ହୋଇ ନପାରେ । ଭାବିଚିନ୍ତି ବନ୍ଧୁତ୍ୱ କରନ୍ତୁ । ଆଜିପାଇଁ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ଯୋଗ କିମ୍ୱା ଧ୍ୟାନ କରିବା ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-3.jpg)
ଧନୁ: ଆଜି ଦିନଟି ଆପଣ ପାଇଁ ଉଜ୍ୱଳମୟ ରହିବ । ଆପଣ ସାରାଦିନ ହସଖୁସିରେ ରହିବେ । ଆପଣ ବାହାର ସାଙ୍ଗମାନଙ୍କ ସହ ହସଖୁସିରେ ସମୟ ବିତାଇବେ । ବନ୍ଧୁମାନଙ୍କର ବାହାରକୁ ବୁଲାବୁଲି କରିବାକୁ ଯାଇପାରନ୍ତି । ଦିନଟି ଏକ କଳ୍ପନାତ୍ମକ କାର୍ଯ୍ୟକଳାପରେ ବିତିବ । ଆପଣଙ୍କର ପାର୍ଟନରସିପ୍ ଆପଣଙ୍କ ପାଇଁ ଲାଭପ୍ରଦ ପ୍ରମାଣିତ ହେବେ । ଅର୍ଥ ଆଗମନ ହେବାର ସମ୍ଭାବନା ରହିଛି ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-2.jpg)
ମକର: ବ୍ୟବସାୟରେ ବିସ୍ତାରଣ ଆଜି ପାଇଁ ଅତ୍ୟନ୍ତ ଲାଭଜନକ ପ୍ରମାଣିତ ହେବ । ପ୍ରତ୍ୟେକ ଜିନିଷ ଯୋଜନା ମୁତାବକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆର୍ଥିକ କାରବାର ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବିନା ଦ୍ୱିଧାରେ ଆଗକୁ ବଢିବେ । ପାର୍ଟନର ଏବଂ ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଶରୀରିକ ସୁସ୍ଥତା ସୁନିଶ୍ଚିତ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ୱାରସ୍ଥ ହେବେ ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-9.jpg)
କୁମ୍ଭ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ୍ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । କଳ୍ପନାମୂଳକ ଏବଂ ସୃଜନଶୀଳତାର ଭାବ ଦୃଢ ଭାବରେ ଅଙ୍କୁରିତ ହେବ । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ଆପଣ ବଦହଜମୀ ଉପରେ ପୀଡିତ ହୋଇପାରନ୍ତି ଏବଂ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପାରନ୍ତି ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-6.jpg)
ମୀନ: ଆଜି ଆପଣଙ୍କ ଠାରେ ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଦ୍ୱନ୍ଦ ବିବାଦ ହୋଇପାରେ । ଆପଣ କଳହ ଏବଂ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିପାରନ୍ତି । କାର୍ଯ୍ୟ କରିବା ପାଇଁ ମନରେ ଅନାଗ୍ରହ ସୃଷ୍ଟି ହୋଇପାରେ ।
![Daily Horoscope Prediction](https://etvbharatimages.akamaized.net/etvbharat/prod-images/09-02-2025/23500602_od_rashi-1.jpg)