ବାଲୁକା ଚିତ୍ରକଳାରେ ଭାରତୀୟ ଦଳକୁ ଶୁଭେଚ୍ଛା - BEST WISHES TO TEAM INDIA
🎬 Watch Now: Feature Video
Published : Feb 8, 2025, 9:57 PM IST
ପୁରୀ: ବାଲୁକା ଚିତ୍ରକଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ୍ ଠାରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିପାଇଁ କଟକ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଉଭୟ ଟିମର ଖେଳାଳିମାନେ ମଧ୍ୟ ଓଡ଼ିଶାରେ ପହଞ୍ଚି ସାରିଛନ୍ତି । ବାରବାଟୀ ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ସବୁ କ୍ରିକେଟ ପ୍ରେମୀ ଟିମ୍ ଇଣ୍ଡିଆର ବିଜୟ ନେଇ କାମନା କରୁଛନ୍ତି ।
ଏହି ଅବସରରେ ପୁରୀ ନିଳାଦ୍ରୀ ବିଚଠାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି । ଏହି ବାଲୁକାକଳାରେ ଏକ ମିନି ଷ୍ଟାଡିୟମକୁ ସ୍ଥାନ ଦେଇଛନ୍ତି ସୁଦର୍ଶନ । ଦୁଇ ଦେଶର ଜାତୀୟ ପତାକା ସହ ଗୁଡ୍ ଲକ୍ ଟିମ୍ ଇଣ୍ଡିଆର ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ । ଆସନ୍ତାକାଲି ଏହି ମ୍ୟାଚ୍ ଐତିହାସିକ ହେବ ଏବଂ ଭାରତ ଏହି ମ୍ୟାଚ୍ ଜିତିବ ବୋଲି ସବୁ କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ତେବେ ସୁଦର୍ଶନଙ୍କ ଏହି ସୁନ୍ଦର ବାଲୁକାକଳା ଦେଖିବା ପାଇଁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଜମି ଥିଲା ।
ଇଟିଭି ଭାରତ,ପୁରୀ