ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ, କୋଣାର୍କ ଦେଖିଲେ ଷୋଡ଼ଶ ଅର୍ଥ କମିଶନର ଅଧ୍ୟକ୍ଷ - SIXTEENTH FINANCE COMMISSION
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/05-02-2025/640-480-23480777-thumbnail-16x9-puri.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 5, 2025, 9:31 PM IST
ପୁରୀ/ନିମାପଡ଼ା : ମହାପ୍ରଭୁଙ୍କୁ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନର ସଦସ୍ୟଗଣ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ କୋଣାର୍କ ମନ୍ଦିର ପରିଦର୍ଶନ କରିିଛି ପୁରା ଟିମ୍ । ଆଜି (ବୁଧବାର) ପୂର୍ବାହ୍ନରେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଓ ୧୫ ଜଣିଆ ସଦସ୍ୟ ପୁରୀରେ ପହଞ୍ଚିଥିଲେ । ସମସ୍ତଙ୍କୁ ଶ୍ରୀମନ୍ଦିର ସିଂହଦ୍ଵାରଠାରେ ଜିଲ୍ଲାପାଳ,ଏସପି ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ପରେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ । ପରେ ମା' ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ ।
ଦର୍ଶନ ସାରି ଫେରିବା ସମୟରେ ବାଇଶି ପାହାଚରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ଠାକୁରଙ୍କ ପତିତପାବନ ବାନା ପ୍ରଦାନ କରିଥିଲେ । ପରେ ରାଜଭବନ ଠାରେ ଏକ ବୈଠକ ହୋଇଥିଲା । ଏହାପରେ ସମସ୍ତେ କୋଣାର୍କ ସୂର୍ଯ୍ୟମନ୍ଦିର ଅଭିମୁଖେ ବାହାରିଥିଲେ । ସୂର୍ଯ୍ୟ ମନ୍ଦିର ପରିଦର୍ଶନ ବେଳେ ଓଡ଼ିଶାର କଳା, ଭାସ୍କର୍ଯ୍ୟ ଦେଖି ବିମୋହିତ ହୋଇଥିଲେ ସମସ୍ତେ ।
ଇଟିଭି ଭାରତ, ପୁରୀ ,ନିମାପଡ଼ା