ଦିଲ୍ଲୀ ଏୟାର ଲିପ୍ଟ ହେଲେ ଅଭିନେତା ଉତ୍ତମ ମହାନ୍ତି - ACTOR UTTAM MOHANTY AIRLIFTED
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 8, 2025, 9:56 PM IST
ଭୁବନେଶ୍ବର: ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଗଲେ ଅଭିନେତା ଉତ୍ତମ ମହାନ୍ତି । ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ଲିଭର ସିରୋସିସରେ ରୋଗରେ ପୀଡିତ ଅଛନ୍ତି । ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରୁ ଦିଲ୍ଲୀ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଛି । କିମ୍ସ ହସ୍ପିଟାଲରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡ଼ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନିଆଯାଇଥିଲା । ସେଠାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଏୟାର ଲିପ୍ଟ କରାଯାଇଛି । ତାଙ୍କ ସାଙ୍ଗରେ ତାଙ୍କ ପୁଅ ବାବୁସାନ ମହାନ୍ତି ଯାଇଛନ୍ତି ।
ତେବେ ଗତ ତିନିଦିନ ହେଲା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ତାଙ୍କୁ ଗତକାଲିଠୁ ଆଇସିୟୁରେ ରଖାଯାଇଥିଲା । ଅଭିନେତା ଉତ୍ତମ ମହାନ୍ତି ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ଦେହ ହଠାତ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ଗତକାଲି ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସରେ ଭର୍ତ୍ତି କରାଯାଇଥିଲା ।
|
ଇଟିଭି ଭାରତ, ଭୁବନେଶ୍ବର