କାଲିଠୁ ଯଯାତି ମହୋତ୍ସବ-୨୦୨୫ ଓ ପଲ୍ଲିଶ୍ରୀମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - JAJATI 2025

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 7, 2025, 8:14 AM IST

ଯାଜପୁର: ଆସନ୍ତାକାଲି (ଫେବୃଆରୀ ୮) ଠାରୁ ଆରମ୍ଭ ହେବ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି-୨୦୨୫ ଓ ପଲ୍ଲିଶ୍ରୀମେଳା । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ପ୍ରଥମେ ଯାଜପୁର ରୋଡ଼ ଚାନ୍ଦମା ପଡିଆରେ ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତି ପ୍ରଦାନ କରିବେ । ପରେ ପ୍ରଶାସନିକ ଭବନ ପଡିଆଠାରେ ଯଯାତିର ଶୁଭ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏନେଇ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ । 

ମହୋତ୍ସବ ଯଯାତି-୨୦୨୫ ଏବଂ ପଲ୍ଲିଶ୍ରୀ ମେଳା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ୫ ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥି ସହ ୧୫୦ ଷ୍ଟଲ୍ ବିଶିଷ୍ଟ ପଲ୍ଲିଶ୍ରୀ ମେଳା ଓ ୪୦ ଷ୍ଟଟ ଫୁଡକୋର୍ଟ ଆୟୋଜିତ ହେବ । ପ୍ରତ୍ୟେକ ଦିନ ବଲିଉଡ, ଓଲିଉଡ ଏବଂ ବିଭିନ୍ନ ଜିଲ୍ଲାର ଲୋକସଙ୍ଗୀତ, ଲୋକ ନୃତ୍ୟ କଳାକାରମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ ଯୋଗଦେଇ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ଉପରେ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଉପସ୍ଥିତ ଥିଲେ ।
 

ଏହା ମଧ୍ୟ ପଢ଼ନ୍ତୁ...

ଅନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ଆରମ୍ଭ, ମନମୋହିଲା ଓଡି଼ଶୀ ସହ ପାଇକ ନୃତ୍ୟ

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ‘ଖଡ଼ିଆଳ ମହୋତ୍ସବ’ର ଉଦଘାଟନୀ ସଂଧ୍ୟା

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.