ସେଲିବ୍ରିଟି କ୍ରିକେଟ୍ ଲିଗ୍ 2025 : ମ୍ୟାଚ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲା ବେଙ୍ଗଲ ଟାଇଗର - CELEBRITY CRICKET LEAGUE 2025
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/15-02-2025/640-480-23547233-thumbnail-16x9-bbsr.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 15, 2025, 10:27 AM IST
Celebrity Cricket League 2025 Bengal Tigers team took the blessings of Lord Jagannath ପୁରୀ: ସେଲିବ୍ରିଟି କ୍ରିକେଟ୍ ଲିଗ୍ ୨୦୨୫ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବେଙ୍ଗଲ ଟାଇଗର ଟିମ୍ । ଆସନ୍ତା 16 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ସେଲିବ୍ରିଟି କ୍ରିକେଟ ଲିଗ୍ ୨୦୨୫ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ପହଞ୍ଚିଛନ୍ତି ଅନେକ ସେଲିବ୍ରିଟି । ମ୍ୟାଚ ପୂର୍ବରୁ ପୁରୀ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି କୋଲକାତାର ବେଙ୍ଗଲ୍ ଟାଇଗର୍ସ ଟିମ୍ । ଆସନ୍ତାକାଲି (ରବିବାର) ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାରବାଟୀରେ ମୁହାଁମୁହିଁ ହେବେ ମୁମ୍ବାଇ ହିରୋସ୍ ସହ ବେଙ୍ଗଲ୍ ଟାଇଗର୍ସ । ଦୁଇଦିନ ପୂର୍ବରୁ ଅର୍ଜୁନ କପୁର ଓ ବନି କପୁର CCL ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ନିମନ୍ତ୍ରଣ । ଏନେଇ ବେଙ୍ଗଲ୍ ଅଭିନେତା ଯୀଶୁ ସେନ୍ ଗୁପ୍ତା କହିଛନ୍ତି," ଯେତେବେଳେ ଆମେ ଶୁଣିଲୁ କଟକରେ ମ୍ୟାଚ୍ ହେଉଛି ସେତେବେଳେ ହିଁ ପୁରୀ ଆସିବା ପାଇଁ ନିଷ୍ପତି ନେଇଥିଲୁ । ସମସ୍ତେ ଶାନ୍ତି ଏବଂ ଭଲରେ ରହିବା ପାଇଁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛୁ ।"
ଏହା ମଧ୍ୟ ପଢନ୍ତୁ...ପୁଣି କମ୍ପିବ ବାରବାଟୀ, ଫେବୃଆରୀ 16ରୁ ସେଲିବ୍ରିଟି କ୍ରିକେଟ ଲିଗ୍ - CCL 2025 ଏହା ମଧ୍ୟ ପଢନ୍ତୁ...IPL 2025: ଏହି ତାରିଖରେ ବାଜିବ ବିଗୁଲ, ଓପନିଂ ମ୍ୟାଚରେ ମୁହାଁମୁହିଁ KKR-RCB ! - IPL 2025 |
ଇଟିଭି ଭାରତ, ପୁରୀ