ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ ମହିଳା - CSS WOMENS MEETS CM
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/15-02-2025/640-480-23551111-thumbnail-16x9-fawdawd.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 15, 2025, 9:17 PM IST
ଭୁବନେଶ୍ବର: କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ବକୟା ଦରମା ଦିଆଯିବା ନେଇ ଘୋଷଣା କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ ମହିଳା । ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମାନଙ୍କୁ ଭେଟିଥିଲେ CSSର ମହିଳା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଗତ ସରକାର କାମ କରୁଥିବା ମହିଳା ମାନଙ୍କ ପ୍ରତି ଅଣଦେଖା କରିଥିଲେ । ସେଥିପାଇଁ ଗତ 10 ମାସ ଧରି ସେମାନେ ଦରମା ପାଉନଥିଲେ । ହେଲେ ବିଜେପି ସରକାର ମହିଳା ମାନଙ୍କ ଦାବି ଉପରେ ବିଚାର କରିଛନ୍ତି । ଏହାସହ ମହିଳା ମାନଙ୍କ ସଶକ୍ତିକରଣ ପାଇଁ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି ସରକାର । ଏହି ଯୋଜନା ମାଧ୍ୟମରେ ସମସ୍ତ ସି ଏସ ଏସ ମାନଙ୍କୁ ଯୋଡ଼ାଯିବ । ସେମାନଙ୍କୁ ଇନସେନଟିଭ ଦିଆଯିବା ସହ ବକେୟା ଦରମା ମଧ୍ୟ ପାଇବେ । ପୂର୍ବରୁ ଜିପିଏଲଏଫ୍ ମାନଙ୍କ ପାଖକୁ ଆଦୌ ପଇସା ଯାଉନଥିଲା । ସେଥିପାଇଁ ଜିପିଏଲଏଫ୍ ମାନଙ୍କୁ ମଧ୍ୟ ସଶକ୍ତ କରାଯିବ । ''
ଗତକାଲି ସିଆରପି, ଏମବିକେ, ପ୍ରାଣୀ ମିତ୍ର, ବ୍ୟାଙ୍କ୍ ମିତ୍ର ମାନଙ୍କର ବକେୟା ଦରମା ପ୍ରଦାନ ପାଇଁ ବିଧାନସଭାରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତେଣୁ ଆଜି ମହିଳା ମାନେ ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମାନଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି । ଗତ 10 ମାସ ହେବ ମହିଳା ମାନେ ଦରମା ପାଉନଥିଲେ । ବାରମ୍ବାର ଆନ୍ଦୋଳନ ପରେ ସରକାର ଗତକାଲି 10 ମାସର ବକେୟା ଦରମା ଦେବା ଲାଗି ଘୋଷଣା କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର