ବାରବାଟୀରେ CCL ଲଢେଇ, ଆଗକୁ ଆସିବ ଓଡ଼ିଆ ସେଲିବ୍ରିଟି ଟିମ ! - CELEBRITY CRICKET LEAGUE
🎬 Watch Now: Feature Video

Published : Feb 17, 2025, 8:25 AM IST
କଟକ: ବାରବାଟୀ ଷ୍ଟାଡିୟମରେ ସେଲିବ୍ରିଟି କ୍ରିକେଟ ଲିଗ (CCL) ଶେଷ ହୋଇଛି । ଗତକାଲି(ରବିବାର) ଗୋଟିଏ ଦିନରେ ବାରବାଟୀରେ ୨ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚ 'ପଞ୍ଜାବ ଦି ଶେର' ବନାମ 'ଭୋଜପୁରୀ ଦବଙ୍ଗ' ମଧ୍ୟରେ ଖେଳାଯାଇଥିଲାବେଳେ ପଞ୍ଜାବ ଦଳ ଏହାକୁ ୧୩ ରନରେ ବାଜିମାତ କରିନେଇଥିଲା । ଏହା ପରେ 'ମୁମ୍ବାଇ ହିରୋସ' ଓ 'ବେଙ୍ଗଲ ଟାଇଗର' ମଧ୍ୟରେ ଦ୍ଵିତୀୟ ମ୍ୟାଚ୍ ଖେଳାଯାଇଥିଲା ।
ଆଗାମୀ ସମୟରେ CCLରେ ଓଡ଼ିଶା ସିନେ ତାରକାଙ୍କୁ ନେଇ ଏକ ଟିମ୍ ଗଠନ କରାଯିବ । ସେମାନେ ଆଗକୁ କିଭଳି ଏହି ସେଲିବ୍ରିଟି ଲିଗରେ ଅଂଶ ଗ୍ରହଣ କରିବେ ସେଥିପାଇଁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ବରିଷ୍ଠ ଫିଲ୍ମ ପ୍ରଯୋଜକ ବୋନୀ କପୁର । ସେପଟେ ଓଡ଼ିଆ ସିନେ କଳାକାର ସିଦ୍ଧାନ୍ତ ମହାପାତ୍ରଙ୍କ ମତରେ, "ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ଏପରି ବଡ଼ ଧରଣର କ୍ରିକେଟ ମ୍ୟାଚ ଆୟୋଜନ ହେବା ଉଚିତ୍ ।" ତେବେ ଏହି ଲିଗକୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଫିଲ୍ମ ପ୍ରଯୋଜକ ବୋନୀ କପୁର, କଟକ ଜିଲ୍ଲାର ସମସ୍ତ ବିଧାୟକ, ଓସିଏ ସଭାପତି କର୍ତ୍ତୃପକ୍ଷଙ୍କ ସହ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ମଧ୍ୟ ଥିଲେ । ଏହାସହ ଓଡ଼ିଶା ସିନେ ଜଗତର ଅନେକ କଳାକାର ମଧ୍ୟ ଉପସ୍ଥିତ ଥିଲେ ।
ଏହାମଧ୍ଯ ପଢ଼ନ୍ତୁ.. ସେଲିବ୍ରିଟି କ୍ରିକେଟ୍ ଲିଗ୍ 2025 : ମ୍ୟାଚ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲା ବେଙ୍ଗଲ ଟାଇଗର |
ଇଟିଭି ଭାରତ, କଟକ