ETV Bharat / state

ପଲିଥିନ ତଳେ ୨୫ ପରିବାର, ପ୍ରଶାସନ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର ! - PM AWAS YOJANA

ମୌଳିକ ସୁବିଧାରୁ ବଞ୍ଚିତ ଗୋପ ଦଶମଣା ଗାଁର ୨୫ ପରିବାର । ସରକାରୀ ଯୋଜନା ପାଲଟିଛି ସାତ ସପନ ।

Dashamana village
Dashamana village (ETV Bharat Odisha)
author img

By ETV Bharat Odisha Team

Published : Feb 19, 2025, 9:30 PM IST

ନିମାପଡା: ସରକାରଙ୍କ ମାଳ ମାଳ ଯୋଜନା । ହେଲେ ଏବେବି ପଲିଥିନ ତଳେ କଟୁଛି ଜୀବନ । ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ଭଳି ଉଭେଇ ଯାଉଛି । କେବେ ମିଳିବ ମୁଣ୍ଡ ଗୁଞ୍ଜିବାକୁ ଘର ଓ ପିଇବା ପାଇଁ ପାନୀୟ ଜଳ, ଅପେକ୍ଷାରେ ପୁରୀ ଜିଲ୍ଲା ଦଶମାଣ ଗ୍ରାମର ୨୫ ପରିବାର ।

ପଲିଥିନ ତଳେ ୨୫ ପରିବାର (ETV Bharat Odisha)

ପଲିଥିନ ତଳେ ୨୫ ପରିବାର:

ପୁରୀ ଜିଲ୍ଲା ଗୋପ ବ୍ଲକର ନଗଡା ଭାବେ ପରିଚିତ ବନ୍ତଳିଗ୍ରାମ ପଞ୍ଚାୟତର ଦଶମାଣ ଗ୍ରାମ । ପାଖାପାଖି ୨୫ ପରିବାର ଏହି ଗାଁରେ ବସବାସ କରନ୍ତି । ଜନସଂଖ୍ୟା ପାଖାପାଖି ୧୦୦ । ହେଲେ ବର୍ଷ ବର୍ଷ ଧରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମର ଲୋକେ । ଗ୍ରାମର ୨ ପରିବାରକୁ ବାଦ ଦେଲେ ଅନ୍ୟ ସମସ୍ତ ପରିବାର ଏବେବି ପଲିଥିନ ତଳେ ଜୀବନ କାଟୁଛନ୍ତି । ସରକାରଙ୍କ ଆବାସ ଯୋଜନା ଏପର୍ଯ୍ୟନ୍ତ ଏଠାରେ ପହଞ୍ଚିପାରିନି । ଏହି ପରିବାରଗୁଡିକର ରୋଜଗାର କହିଲେ, ହାତଗଣତି କେତୋଟି ଲୋକେ ପର ଜମି ଚାଷ କରି ଚଳୁଛନ୍ତି ।

Dashamana village
Dashamana village (ETV Bharat Odisha)

ଗୋପର ନଗଡା ଦଶମାଣ ଗାଁ:

ପୁରୁଷ ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସମସ୍ତେ ଦିନମଜୁରିଆ ଭାବରେ କାର୍ଯ୍ୟ କରନ୍ତି । ପୁଷ୍ଟିଯୁକ୍ତ ଖାଦ୍ୟ ସେମାନଙ୍କ ପିଲାଛୁଆଙ୍କ ନିମନ୍ତେ ସ୍ବପ୍ନ ! ସେଥିପାଇଁ କେତେକ ଏହାକୁ ଗୋପ ବ୍ଲକ୍‌ର ନଗଡ଼ା କୁହନ୍ତି ।

ଅନ୍ୟପଟେ ବର୍ତ୍ତମାନ ଗୋପ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ହିତାଧିକାରୀ ଚୟନ ଚାଲିଛି । ଗତ ସପ୍ତାହରେ ଏହି ଗ୍ରାମକୁ ଗୋପ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଏଡିଇଓ ସଂଜୟ କୁମାର ସେନାପତି ତଦନ୍ତ କରିଛନ୍ତି । ଏଠିକାର ସମସ୍ତ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ହେଲେ ବାରମ୍ବାର ପ୍ରତିଶ୍ରୁତି ପାଇ ନିରାଶ ହୋଇଥିବା ଏହି ଗ୍ରାମର ଲୋକେ ଏଥର ବି ପ୍ରଶାସନର ପ୍ରତିଶ୍ରୁତିକୁ ଭରସା କରିପାରୁନାହାନ୍ତି ।

Dashamana village
Dashamana village (ETV Bharat Odisha)

କଣ କହୁଛନ୍ତି ଗ୍ରାମବାସୀ:

ଏନେଇ ଦଶମାଣ ଗ୍ରାମବାସୀ ରମେଶ ଭୋଇ କହିଛନ୍ତି, "୧୯୯୯ ମସିହା ଠାରୁ ଘର ଦ୍ଵାର ସବୁ ଭାଙ୍ଗିଲାଣି । ସେବେ ସରକାର ଯାହା ସାହାଯ୍ୟ କରିଥିଲେ କିଛି ପାଇଲୁ ନାହିଁ । ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଥିଲେ । ଫନିରେ ସବୁ ଭାଙ୍ଗିରୁଜି ଗଲା । ଆସିକି ସବୁ ଦେଖିକି ଗଲେ କହିଲେ ଘର ମିଳିବ କିନ୍ତୁ କିଛି ମିଳିଲା ନାହିଁ । ତାପରେ ନୂଆ ସରକାର ଆସିଲେ ସବୁ ପରିବର୍ତ୍ତନ ହେବ ବୋଲି ଭାବିଛୁ । ନୂଆ ସରକାର ପରିବର୍ତ୍ତନ କରିବେ ବୋଲି ଆମେ ଆଶା ବାନ୍ଧି କି ରହିଛୁ, ଘର ମିଳିବ ବୋଲି ଆଶା ରହିଛି । ଯଦି ନୂଆ ସରକାର ଘର ନ ଦେବେ ତେବେ ଭଗବାନ ଆମର ଭରସା । ପାନୀୟ ଜଳ ବି ପାଉନୁ । ଗାଁରେ ସ୍କୁଲ ନାହିଁ । ସରକାରଙ୍କୁ ନିବେଦନ କରିବୁ ଯେ ଆମର ଘର ଦ୍ଵାର ନାହିଁ ଘର ଦିଅନ୍ତୁ, ପାଣି ମୁନ୍ଦେ ଦିଅନ୍ତୁ ।"

Dashamana village
Dashamana village (ETV Bharat Odisha)

ଆଉଜଣେ ଗ୍ରାମବାସୀ ମନୋଜ ଭୋଇ କହିଛନ୍ତି," ଆମେ ବହୁତ ଆଗରୁ ପ୍ରଥମରୁ ଚାଳ ଘରେ ଅଛୁ ଆଜି ପର୍ଯ୍ୟନ୍ତ କିଛି ପାଇପାରିଲୁ ନାହିଁ । ଫନି ବାତ୍ୟାରେ ଘର ଦ୍ଵାର ସବୁ ଭାଙ୍ଗି ଗଲା । ଆମେ ଟଙ୍କାଟିଏ ବି ପାଇଲୁନି । ବହୁତ ଥର ଗୋପ ବ୍ଲକରୁ ଆସୁଛନ୍ତି ସର୍ଭେ କରିଛନ୍ତି ଦେଖିଛନ୍ତି । କୁଡିଆ ଭିତରୁ ସବୁ ଜିନିଷ ପତ୍ର ଫଟୋ ଉଠାଇ ନେଇଛନ୍ତି ତଥାପି ଆମର ଆଜି ପର୍ଯ୍ୟନ୍ତ ଟଙ୍କାଟେ ପାଇପାରିଲୁ ନାହିଁ । ସେମିତି ପଲିଥିନ ବାନ୍ଧି କରି ରହିଛୁ । ନୂଆ ସରକାର ଆସିଛନ୍ତି ଯଦି ଆମ କଥା ବୁଝିବେ ତେବେ ଭଲ ଲାଗିବ । ଘର ଦ୍ଵାର ପାଣି ସୁବିଧା ରାସ୍ତା ଘାଟ କରିଦେଲେ ସେଥିରେ ଆମେ ଖୁସି ହେବୁ ।"

ଗ୍ରାମବାସୀ କାହ୍ନୁ ଭୋଇ କହିଛନ୍ତି",ନିଜ ଜୀବନ ବଞ୍ଚାଇବାକୁ ହେଲେ ଯାହା ତ କିଛି ଉପାୟ କରି ଆମେ ଅଛୁ । ସରକାରଙ୍କୁ ଆପତ୍ତି ଅଭିଯୋଗ କରିବା ଭିତରେ କୌଣସି ସାହାଯ୍ୟ ସହାନୁଭୂତି ପାରିଲୁ ନାହିଁ । ନିଜ ଭାଗ୍ୟକୁ ନେଇ ଅଛୁ । ଆମେ ଭୋଟ ଦେଲୁ ସରକାର ପ୍ରତଶ୍ରୁତି ଦେଲେ । ପାଣି ବି ଠିକ ସେ ମିଳୁନି । ପାଣି ପାଇପରେ ପାଣି ଚାରି ଦିନ ଆସିଲେ ୧୫ ଦିନ ବନ୍ଦ ।"

Dashamana village
Dashamana village (ETV Bharat Odisha)

ସେହିପରି ଆଉ ଜଣେ ଗ୍ରାମବାସୀ ଛବିମଣି ଭୋଇ କହିଛନ୍ତି,"ଘର ତ ଆମକୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନୂଆ ସରକାର ଆସିଛି ପରିବର୍ତ୍ତନ କରିବ କିନ୍ତୁ ଆମ ପାଖକୁ କିଛି ଆସିନି । ଖାଲି କେବଳ ସର୍ଭେ କରିକି ଯାଇଛନ୍ତି ଘର ମିଳିବ ବୋଲି । ଘର ମିଳିବା ନେଇ କୌଣସି ପ୍ରଶ୍ନ ଉଠୁନି । ପୂର୍ବରୁ ଯେତେବେଳେ ଲିଷ୍ଟ ଦେଖ୍ଛୁ ଆମ ମାନଙ୍କର ନାଁ ନାହିଁ । ଯେଉଁମାନଙ୍କର ଘର ଅଛି ସେଇମାନଙ୍କୁ ମିଳୁଛି । ନେତା ତ ଭୋଟ ପାଇଁ ଆସିଲା ବେଳେ ସବୁ ବେଳେ କହିବେ ଆମେ ତମ ପଛରେ ଅଛୁ ତମେ ଜମା ଡର ନାହିଁ ଆମକୁ ଆଗକୁ ଆଣ ତମ କଥା ଆମେ ବୁଝିବୁ । ଆମକୁ କିଛି ବି ମିଳୁନି । ସରକାରଙ୍କୁ ନିବେଦନ କରିବୁ ଯେ ଯଦି ପରିବର୍ତ୍ତନ କରୁଛ ତାହାଲେ ଦଶମାଣ ଗାଁକୁ ପରିବର୍ତ୍ତନ କର । ଆମେ ପଲିଥିନ ଟାଣି ରହିଛୁ ।"

ଦଶମାଣରେ ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ:

Dashamana village
Dashamana village (ETV Bharat Odisha)

ଏନେଇ ଗୋପ ବିଡିଓ ଛବିରାଣୀ ସାହୁ କହିଛନ୍ତି,"ବନ୍ତଳିଗାଁ ଗ୍ରାମପଞ୍ଚାୟତର ଦଶମାଣ ଗାଁରେ ୨୫ ପରିବାର ଅଛନ୍ତି । ସେମାନଙ୍କ ପାଖରେ ରହିବା ପାଇଁ ଭଲ ଘର ମଧ୍ୟ ନାହିଁ ।ଏବେ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ ଚାଲିଛି, ସେହି ପଞ୍ଚାୟତର ପିଓ ଓ ଏଡିଓ ୫/୬ ତାରିଖରେ ସେଠାରେ ସେସବୁ ଘରର ସର୍ଭେ କରିଛୁ । କିଛି ଘର ବହୁତ ଖରାପ ସ୍ଥିତିରେ ଥିବା ଜାଣିବାକୁ ପାଇଲୁ । ସବୁ ଘର ଗୁଡ଼ିକ ଆମେ ସର୍ଭେ କରିଛୁ । ଯାହା ମୌଳିକ ସୁବିଧା ପାଇବା କଥା ନିଶ୍ଚିତ ଭାବରେ ସେମାନଙ୍କୁ ପ୍ରଦାନ କରାଯିବ ।"

ଏହାମଧ୍ୟ ପଢନ୍ତୁ...

ସମସ୍ୟାରେ ଜର୍ଜରିତ ମହାଲିକପଡା: ପହଞ୍ଚିପାରୁନି ବିକାଶ ଗାଡି, ଅଭିଶପ୍ତ ଜୀବନ ଜୀଉଁଛନ୍ତି ଲୋକେ

ସମସ୍ୟା ଘେରରେ ଡଙ୍ଗରିଆ ଜନଜାତି, ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଲେ - Dongria Tribes

ଦୀପ ତଳ ଅନ୍ଧାର ! ବ୍ଲକ କାର୍ଯ୍ୟାଳୟ ନିକଟରେ ଜନନୀ ଯନ୍ତ୍ରଣାର ଦୁଖଃଦ ଚିତ୍ର, ପୋଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି

ପୁରୀରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ଓ ରାସ୍ତାଘାଟ, ପୌରପାଳିକାର ଅବହେଳା ଅଭିଯୋଗ

ତଦନ୍ତ ସବୁବେଳେ ଚାଲିଛି, ପ୍ରଶାସନ ପ୍ରତିଶ୍ରୁତି ବି ବାରମ୍ବାର ଦେଇଆସିଛି । ହେଲେ ଏପର୍ଯ୍ୟନ୍ତ ଘର ଖଣ୍ଡେ ପାଇନାହାନ୍ତି ୨୫ ପରିବାର । ତେବେ ପ୍ରତିଥର ଭଳି ଏଥର ବି ପ୍ରତିଶ୍ରୁତି ଦେଇ ଦଶମାଣବାସୀଙ୍କୁ ସରକାର ଭଣ୍ଡାଉଛନ୍ତି ନାଁ ଗ୍ରାମବାସୀଙ୍କୁ ସ୍ୱପ୍ନ ପୂରଣ ହେଉଛି ତାହା ଦେଖିବା ଅପେକ୍ଷାରେ ।

Dashamana village
Dashamana village (ETV Bharat Odisha)

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.