ETV Bharat / bharat

ମହାକୁମ୍ଭ ଯାଉଥିଲେ: ଟ୍ରକକୁ ପିଟିଲା କାର୍, ୨ ଛୋଟ ପିଲାଙ୍କ ସମେତ ୫ ମୃତ - MAHA KUMBH 2025

ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ଯାତ୍ରା ବେଳେ ସଡ଼କ ଦୁର୍ଘଟଣା । ଦମ୍ପତି ଏବଂ ୨ ଛୋଟ ପିଲାଙ୍କ ସମେତ ୫ ମୃତ ।

Several Killed As Car Collides With Truck In Varanasi Uttar Pradesh
Several Killed As Car Collides With Truck In Varanasi Uttar Pradesh (ETV Bharat)
author img

By ETV Bharat Odisha Team

Published : Feb 21, 2025, 12:22 PM IST

ଲକ୍ଷ୍ନୌ(ଉତ୍ତରପ୍ରଦେଶ): ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିବା ଶ୍ରଦ୍ଧାଳୁ ଦୁର୍ଘଟଣାଗ୍ରସ୍ତ । ଲଗାତାର ଭାବେ ଏଭଳି ଅଘଟଣ ସାମ୍ନାକୁ ଆସୁଛି । ପୁଣି ମହାକୁମ୍ଭରେ ସାମିଲ ହେବାକୁ ଯିବା ବେଳେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି । ଆଜି (ଶୁକ୍ରବାର) ସକାଳେ, ଉତ୍ତରପ୍ରଦେଶ ବାରାଣସୀ-ପ୍ରୟାଗରାଜ ରାଜପଥର ମିର୍ଜାମୁରାଦ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି ।

କର୍ଣ୍ଣାଟକର କିଛି ଭକ୍ତଙ୍କୁ ନେଇ ଏକ କାର ଯାଇଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଦମ୍ପତି ଏବଂ ୨ ପିଲାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଛି ସ୍ଥାନୀୟ ପୋଲିସ ।

ଭୟଙ୍କର ଦୁର୍ଘଟଣା:

ମିର୍ଜାମୁରାଦ ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ସମୟରେ ଏକ କାର କର୍ଣ୍ଣାଟକର କିଛି ଯାତ୍ରୀଙ୍କୁ ନେଇ ମହାକୁମ୍ଭରେ ସାମିଲ ହେବା ପାଇଁ ଯାଉଥିଲେ । ବାରାଣସୀ-ପ୍ରୟାଗରାଜ ରାଜପଥରେ କାରଟି ଏକ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିିଥିଲେ । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । । ଗାଡ଼ିରେ ବସିଥିବା ଅନ୍ୟ ଲୋକମାନେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଏକ ଦମ୍ପତି ଏବଂ ୨ ଜଣ ପିଲା ଅଛନ୍ତି । ସେହିପରି ଗୁରୁତର ଆହତ ହୋଇ ୫ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣାରେ ସନ୍ତୋଷ କୁମାର, ସୁନୀତା, ଗଣେଶ ଏବଂ ଶିବକୁମାରଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୫ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଭକ୍ତ କର୍ଣ୍ଣାଟକରୁ ପ୍ରଥମେ ବାରାଣସୀ ଆସିଥିଲେ । ପରେ ବାରଣାସୀରୁ ପ୍ରୟାଗରାଜ ଯାଉଥିଲେ । ଲୋକମାନେ ବଡ଼ ଗାଡ଼ି, ଏକ କ୍ରୁଜର କାର ବୁକ୍ କରିଥିଲେ । ସମସ୍ତେ ଗୋଟିଏ ଗାଡ଼ିରେ ଯାତ୍ରା କରୁଥିଲେ । ରାଜପଥରେ କାର୍ ଡ୍ରାଇଭର ଆଖି ଲାଗିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ..

ଭାରସାମ୍ୟ ହରାଇ ବାଇକ୍‌କୁ ପିଟିଲା ସ୍କର୍ପିଓ, ୬ ମୃତ

ମାଟ୍ରିକ ପରୀକ୍ଷା ଆରମ୍ଭରୁ ଅଘଟଣ, ଓଲଟିଲା ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ

ବିବାହ ଉତ୍ସବରୁ ଫେରୁଥିଲେ, ଚାପିଦେଲା ଟ୍ରକ, ୨ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ମୃତ

ମହାକୁମ୍ଭ ଯାତ୍ରା ପାଲଟିଲା ଶେଷଯାତ୍ରା: ବସ୍ ଧକ୍କାରେ ବୋଲେରୋ ଚୂରମାର

ଖବର ପାଇ ଗୋମତୀ ଜୋନ୍ ଡିସିପି ପ୍ରମୋଦ କୁମାର ଏବଂ ଏଡିସିପି ଆକାଶ ପଟେଲ ଘଟଣାସ୍ଥଳରେ ପହଞ୍ଚିଥିଲେ । ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ଚାଲିଥିବା ସ୍ପଷ୍ଟ କରିଛନ୍ତି ଡିସିପି ପ୍ରମୋଦ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.