ମେଷ: ନିଜର ପଦକ୍ଷେପ ଉପରେ ନଜର ରଖନ୍ତୁ । ବେଆଇନ ଏବଂ ଅନୈତିକ କାମରୁ ଦୂରେଇ ରୁହନ୍ତୁ । ଆପଣଙ୍କ ନିଷ୍ପତ୍ତିକୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ସମର୍ଥନ କରି ନ ପାରନ୍ତି । ତେଣୁ କାର୍ଯ୍ୟ ପାଇଁ ପରିସ୍ଥିତି ଆଜି ଉପଯୁକ୍ତ ହୋଇ ନପାରେ । ଏଥିଯୋଗୁଁ ଆପଣଙ୍କର ପ୍ରକଳ୍ପ ପୂରଣ ହେବାରେ ବିଳମ୍ବ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଅନ୍ୟ ଦିନକୁ ସ୍ଥଗିତ ରଖନ୍ତୁ । ପିଲାଙ୍କ ସହ ମତଭେଦ ହୋଇପାରେ, ତେବେ ଏହା ଶୀଘ୍ର ସମାଧାନ ହୋଇଯାଇପାରେ । ସାଧାରଣ ଆଘାତରୁ ଗୁରୁତର ଅବସ୍ଥା ସୃଷ୍ଟି ହୋଇପାରେ । ଏଥିପ୍ରତି ସତର୍କ ରୁହନ୍ତୁ ।

ବୃଷ: ଆପଣ ଆପଣଙ୍କ ଦିନ ଅତ୍ୟନ୍ତ ଶୁଭ ରହିବ । ମିଠା ବଚନରେ ଅନ୍ୟମାନଙ୍କୁ ଆକୃଷ୍ଟ କରିବେ । ଆର୍ଥିକ ଦୃଷ୍ଟିରୁ ଦିନଟି ସ୍ବଚ୍ଛଳ ରହିବ । ବ୍ୟବସାୟରେ ଉନ୍ନତି କରିବେ । ପୂରୁଣା ବନ୍ଧୁଙ୍କ ସହ ମିଳନ ହେବ । ଉତ୍ତମ ପୋଷାକପତ୍ର ଏବଂ ସୌଖୀନ ଦ୍ରବ୍ୟ କିଣିପାରନ୍ତି । ସନ୍ଧ୍ୟାରେ ଆପଣ ଏକ ସାମାଜିକ କାର୍ଯ୍ୟକ୍ରମରେ କୌତୁହଳପ୍ରଦ ବ୍ୟକ୍ତିତ୍ୱଙ୍କ ସହ ଭେଟିବେ । ସେମାନଙ୍କ ସହ କଥା ହୋଇ ପୁରାପୁରି ଭାବେ ସତେଜ ଅନୁଭବ କରିବେ । ତେବେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟଜନିତ ସାଧାରଣ ଘଟଣାକୁ ଅବହେଳା କରନ୍ତୁ ନାହିଁ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଆଶୀର୍ବାଦର ଦିନ ଅଟେ । ଆଜି ଦିନଟି ଆପଣଙ୍କୁ ଧନ, ମନ ଓ ଶରୀରର ସୁସ୍ଥତା ପାଇଁ ଖୋରାକ ଯୋଗାଇବ । ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଏକତ୍ର କରି ଆମୋଦ ପ୍ରମୋଦରେ ଦିନଟିକୁ କାଟିବାକୁ ଯୋଜନା କରିବେ । ଆପଣ ଅଫିସରେ କୌଣସି ବାଧାବିଘ୍ନର ସମ୍ମୁଖୀନ ନ ହୋଇ ଉତ୍ସାହ ଓ ଉଦ୍ଦୀପନା ସହ କାର୍ଯ୍ୟକରି ସଫଳତା ଅର୍ଜନ କରିବେ । ସହକର୍ମୀମାନେ ଆପଣଙ୍କୁ ସହଯୋଗ କରିବେ । ପାରିବାରିକ ଜୀବନ ଅତ୍ୟନ୍ତ ପ୍ରୀତିକର ମନେହେବ । ସୁମଧୁର ବ୍ୟଞ୍ଜନ ସହ ମୌଜ ମଜଲିସରେ ସମୟ ଅତିବାହିତ କରିବେ ।

କର୍କଟ: ଆଜି ଦିନଟି ମୋଟାମୋଟି ଭାବରେ ବଲରେ କଟିବ । ମାତ୍ର ଆପଣ ବାହାର ଖାଦ୍ୟ ଖାଆନ୍ତୁ ନାହିଁ । ନଚେତ ପାକସ୍ଥଳୀରେ ଯନ୍ତ୍ରଣା ହେଇପାରେ । ଏହାଦ୍ୱାର ରୋଗ ସଂକ୍ରମଣର ଭୟ ମଧ୍ୟ ଅଛି । ଅପରାହ୍ନରେ ଗ୍ରହମାନଙ୍କର ଶୁଭ ଦୃଷ୍ଟି ଯୋଗୁଁ ସକାଳର ଯନ୍ତ୍ରଣା ପ୍ରଶମିତ ହୋଇ ଶାରୀରିକ ଓ ମାନସିକ ସୁସ୍ଥତା ଫେରିପାରେ । ଅଫିସର ସୁସ୍ଥ ବାତାବରଣ ରହିବା ସହିତ ସହକର୍ମୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସୌହାଦ୍ଦତା ବୃଦ୍ଧି ପାଇବ ଏବଂ ସେମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ଦିବସର ଶେଷରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ ।

ସିଂହ: ଆପଣ ନିଜର ମାନସିକ ଓ ଶାରୀରିକ ସୁସ୍ଥତା ରକ୍ଷା କରିବାକୁ କିଛି ସତର୍କତା ଅବଲମ୍ଵନ କରିବା ଉଚିତ୍ । ମାନସିକ ଅଶାନ୍ତି, ଶାରୀରିକ ଯନ୍ତ୍ରଣା ଏବଂ ବନ୍ଧୁତାରେ ଅପ୍ରୀତି ଜନ୍ମାଇବା ପ୍ରକ୍ରିୟାକୁ ଆପଣ ଚେଷ୍ଟାକରି ଦୂର କରିପାରିବେ । ଏହା କାର୍ଯ୍ୟକାରୀ କରିବାକୁ ଆପଣ ବାସ୍ତବବାଦୀ ହୁଅନ୍ତୁ । ଶାରୀରିକ ସୁସ୍ଥତା ପ୍ରତି ଆଶାବାଦୀ ହୁଅନ୍ତୁ ଏବଂ ନିଜର ଉଗ୍ର ଭାବ ପ୍ରତ୍ଯାହାର କରନ୍ତୁ । ନିଜର ଆର୍ଥିକ ଖର୍ଚ୍ଚ ପ୍ରତି ସତର୍କତା ରକ୍ଷା କରନ୍ତୁ । ନିଜର ପୁଞ୍ଜି ଲଗାଣ ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଥିବାରୁ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ । କୌଣସି ଆଲୋଚନା ବା ତର୍କ ସଭାରୁ ନିଜକୁ ଦୂରେଇ ରଖନ୍ତୁ ।

କନ୍ୟା: ଆଜି ଦିନର ପ୍ରଥମାର୍ଦ୍ଧରେ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ । ନିଜର ପ୍ରିୟଜନଙ୍କ ସହ ଥିବା ସମ୍ପର୍କ ଅଧିକ ନିବିଡ ହେବ ଏବଂ ଆପଣ କେଉଁବାଟରେ ହେଉ ନା କାହିଁକି ସେମାନଙ୍କ ଦ୍ୱାରା ଉପକୃତ ହେବେ । ଦିବସର ଅବଶିଷ୍ଟ ଭାଗରେ ଆପଣ ଶାରୀରିକ ଓ ମାନସିକ ଅସୁସ୍ଥତା ବୃଦ୍ଧି ପାଇପାରେ । ସେଥିପ୍ରତି ସଜାଗ ରୁହନ୍ତୁ । ସମ୍ପର୍କୀୟ ଲୋକମାନଙ୍କ ସହ ମନୋମାଳିନ୍ୟ ବା କଳହ ହୋଇ ସମ୍ପର୍କରେ ତିକ୍ତତା ଦେଖା ଦେଇପାରେ । ନିଜର କ୍ରୋଧ ସମ୍ଵରଣ କରି କଥାବାର୍ତ୍ତାରେ ଶାଳୀନତା ରକ୍ଷା କରନ୍ତୁ । ନିଜ ମାଆଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ଚିନ୍ତାଗ୍ରସ୍ତ ହେବେ । ପାଣି ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ତୁଳା: ଦିନର ପ୍ରଥମାର୍ଦ୍ଧଟି ଭଲରେ କଟିବ ନ ପାରେ । ମଧ୍ୟାହ୍ନ ପରେ ଶୁଭଫଳ ମିଳିବାର ଆଶା ଅଛି । ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ମନରେ ଶୀଥିଳତା ଦେଖାଦେବା ସହ ଅପଚିନ୍ତାକୁ ନେଇ ଉତ୍କଣ୍ଠିତ ହୋଇପାରନ୍ତି । ତେଣୁ ମାନସିକ ଶାନ୍ତି ପାଇବାକୁ ଧ୍ୟାନ ବା ଯୋଗ ଅଭ୍ଯାସ ଜାରି ରଖନ୍ତୁ । ଏପରି ସ୍ଥିତିରେ ଆପଣଙ୍କ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ଅଫିସ ଓ ନିଜ ଗୃହରେ ପରିବେଶ ସୁସ୍ଥ ରହିବ ନାହିଁ । ମାତ୍ର ସନ୍ଧ୍ୟାବେଳକୁ ଗ୍ରହମାନଙ୍କ ଶୁଭଦୃଷ୍ଟି ଫଳରେ ଗୃହରେ ଶାନ୍ତ ପରିବେଶ ଫେରିଆସିବ । ଆପଣ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ ହେବେ । ପ୍ରତିଦ୍ୱନ୍ଦୀମାନେ ଆପଣଙ୍କ ଠାରୁ ପରାଜିତ ହେବେ ।

ବିଛା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଶୁଭଫଳ ପାଇବାକୁ ହେଲେ ନିଜ ବାର୍ତ୍ତାଳପରେ ସଞ୍ଜମତା, ନମ୍ର ଓ କୋମଳ ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ଏହାଦ୍ୱାରା ପରିବାରର ସଦସ୍ୟଙ୍କ ସହ ଅଯଥାରେ ଯୁକ୍ତିତର୍କ କରିବେ ନାହିଁ କିମ୍ବା ମାନସିକ ଅଶାନ୍ତି ଭୋଗିବେ ନାହିଁ । ପୁରା ଦିବସଟିକୁ ହସଖୁସିରେ କଟାଇପାରିବେ । ଆଜି ଆପଣ ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଖର୍ଚ୍ଚର କାରଣ ସମୀକ୍ଷା କରନ୍ତୁ । ଅଯଥାରେ ଖର୍ଚ୍ଚାନ୍ତ ହେବା ଆପଣଙ୍କ ଆର୍ଥିକ ସଂକଟକୁ ବୃଦ୍ଧି କରିପାରେ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଆଦୌ ଶୁଭଫଳ ଦାୟକ ହୋଇ ନପାରେ ।

ଧନୁ: ଆପଣଙ୍କ ପାଇଁ ଆଜି ଦିନଟି ଯନ୍ତ୍ରଣା ଦାୟକ ହୋଇପାରେ । ଏହି ଦିବସର ଶେଷ ଆଡକୁ ଗ୍ରହମାନଙ୍କର ଶୁଭ ଦୃଷ୍ଟିରୁ ଶୁଭଫଳ ମିଳିପାରେ । ଗାଡି ଚଳାଇବା ବେଳେ ଗାଡିର ବେଗକୁ ନିୟନ୍ତ୍ରଣ ନକଲେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଦୁଃସାହସିକ କାର୍ଯ୍ୟ କରିବା ପ୍ରବୃତ୍ତିରୁ ନିବୃତ୍ତ ହୁଅନ୍ତୁ । ମୌଜ ମଜଲିସ କରିବାରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ତେଣୁ ନିଜର ସାମର୍ଥ୍ଯକୁ ଆଖି ଆଗରେ ରଖି ଖର୍ଚ୍ଚ କରନ୍ତୁ । ଗୃହର ପରିବେଶ ପ୍ରତିକୂଳ ଥିବାରୁ ଧର୍ଯ୍ୟ ଧରିବା ଆବଶ୍ୟକ ଏବଂ ନିଜକୁ ଅଯଥା ଯୁକ୍ତିତର୍କରୁ ନିବୃତ୍ତ ରହିବା ଉଚିତ । ଅପରାହ୍ନରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟକ୍ତିଗତ ଜୀବନରେ ଆପଣ ଆନନ୍ଦ ଉଲ୍ଳାସରେ ସମୟକୁ ଅତିବାହିତ କରିବେ ।

ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ବିଶେଷ ଭାବରେ କର୍ମଜୀବୀ ଓ ବ୍ୟବସାୟୀଙ୍କ ପାଇଁ ଦିବସଟି ଅତ୍ୟନ୍ତ ଶୁଭଙ୍କର । ସକାଳରୁ ଗୃହ ପରିବେଶରେ ସୁଖଶାନ୍ତି ବିରାଜମାନ କରିବ । ମାତ୍ର ଅପରାହ୍ନରେ ଏହା କଳିଝଗଡ଼ାରେ ଅଶାନ୍ତ ରହିପାରେ । ତେଣୁ ଆପଣଙ୍କର ମାନସିକ ଓ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ଆପଣ ନିଜର ବାର୍ତ୍ତାଳାପରେ ସଞ୍ଜମତା ନ ରଖିଲେ ପରିବାରର ସଦସ୍ୟଙ୍କ ସହିତ ମତଭେଦ ହୋଇ ଅବସ୍ଥା ଅତ୍ୟନ୍ତ ଅସହନୀୟ ହୋଇପାରେ । ଅତ୍ୟଧିକ ଖର୍ଚ୍ଚର ପରିମାଣକୁ ନ ରୋକିଲେ ଆର୍ଥିକ ଅନାଟନ ଘଟିପାରେ । ଆପଣ ନିଜକୁ ଏପରି ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ, ଯେଉଁଠାରେ ଆପଣଙ୍କୁ ଅପମାନିତ ହେବାକୁ ପଡିବ ।

କୁମ୍ଭ: ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନକାରୀ ରହିବ । ଆପଣଙ୍କର ପଦୋନ୍ନତି ହେବା ସଙ୍ଗେସଙ୍ଗେ ଦରମା ବୃଦ୍ଧି ମଧ୍ୟ ହୋଇପାରେ । ଅଫିସ ବାହାରେ ମଧ୍ୟ ପ୍ରଶଂସିତ ହେବେ । ଆପଣଙ୍କ ଶାରୀରିକ ସୁସ୍ଥତା ବଜାୟ ରହିବ । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବା ପାଇଁ ବଣଭୋଜି କିମ୍ଵା ପରିଭ୍ରମଣରେ ଯିବାର ଯୋଜନା କରିବା କରିବେ । ପରିବାରର ସଦସ୍ୟଙ୍କ ସହ ମୌଜ ମଜଲିସରେ ସମୟ କାଟିବେ । ନିଜର ସନ୍ତାନ ସନ୍ତତି, ସେମାନଙ୍କ କ୍ଷେତ୍ରରେ ପ୍ରଗତିର ଶୀର୍ଷସ୍ଥାନରେ ପହଞ୍ଚିବେ । ଏହା ଆପଣଙ୍କ ପାଇଁ ଗର୍ବ ଓ ଗୌରବର ଆଣିଦେବ । ଆର୍ଥିକ ଦୃଷ୍ଟିରୁ ଭଲ ଦିନ ହେବ ।

ମୀନ: ଆଜି ଆପଣ ସୃଜନଶୀଳ ଏବଂ ବିଶ୍ଲେଷଣ ସଂକ୍ରାନ୍ତ ବିଷୟରେ ନିଜକୁ ନିୟୋଜିତ କରିବେ । ସୃଜନଶୀଳ ଲେଖା, ବିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା କରିବାରେ ନିଜକୁ ବ୍ୟସ୍ତ ରଖିବେ । ଆପଣ ଯଦି କୌଣସି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚାହୁଁଛନ୍ତି, ତାହାହେଲେ ତାହା ଶୁଭାରମ୍ଭ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି କୃତିତ୍ୱ ଅର୍ଜନ କରିବେ । ଆର୍ଥିକ ଦୃଷ୍ଟିରୁ ଅର୍ଥଲାଭ ହୋଇପାରେ । ଆପଣଙ୍କ ଶାରୀରିକ ଅସୁସ୍ଥତା ଦେଖା ଦେଲେ ମଧ୍ୟ ପରିବାରର ଶାନ୍ତ ମଧୁର ପରିବେଶରେ ଆପଣ ସୁସ୍ଥ ଅନୁଭବ କରିବେ । ବିଦେଶରେ ରହୁଥିବା ଆପଣଙ୍କ ସମ୍ପର୍କୀୟ କିମ୍ଵା ପ୍ରିୟଜନଙ୍କଠାରୁ ଶୁଭ ସମ୍ବାଦ ପାଇ ପ୍ରଫୁଲ୍ଳିତ ହେବେ ।
