ETV Bharat / bharat

ମହାକୁମ୍ଭକୁ ଯିବାବେଳେ ଅଘଟଣ, ଟ୍ରକକୁ ପିଟିଲା ସ୍କର୍ପିଓ, ୪ ମୃତ - ROAD ACCIDENT

ଝାଡ଼ଖଣ୍ଡର ଧନବାଦରେ ମହାକୁମ୍ଭକୁ ଯାଉଥିବା ବେଳେ ଟ୍ରକ୍ ସହିତ ଧକ୍କା ହେଲା ସ୍କର୍ପିଓ । ୪ ମୃତ, ଅନେକ ଆହତ ।

ROAD ACCIDENT
ROAD ACCIDENT (ETV Bharat)
author img

By ETV Bharat Odisha Team

Published : Feb 22, 2025, 1:25 PM IST

ରାଞ୍ଚି: ପୁଣି ମହାକୁମ୍ଭରେ ସାମିଲ ହେବାକୁ ଯାଉଥିବା ବେଳେ ଅଘଟଣ । ଟ୍ରକକୁ ଧକ୍କା ଦେଇଛି ସ୍କର୍ପିଓ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଆଉମଧ୍ୟ ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ଅଛି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ROAD ACCIDENT
ROAD ACCIDENT (ETV Bharat)

ଟ୍ରକ୍‌ ସହ ସ୍କର୍ପିଓ ଧକ୍କା:

ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ହୁଗୁଳିର କିଛି ଲୋକ ମହାକୁମ୍ଭକୁ ଯିବା ପାଇଁ ଏକ ସ୍କର୍ପିଓରେ ଘରୁ ବାହାରିଥିଲେ । ମହାକୁମ୍ଭକୁ ଯାଉଥିବା ବେଳେ ରାତି ପ୍ରାୟ ୧.୩୦ ସମୟରେ, ଝାଡ଼ଖଣ୍ଡ ଧନବାଦର ଜିଟି ରୋଡ ୧୯ ନମ୍ବର ରାଜପଥ ରାଜଗଞ୍ଜ ଥାନା ଅଧିନସ୍ଥ ଡାଲୁଡିହ ନିକଟରେ ପାର୍କିଂରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସ୍କର୍ପିଓଟି ଧକ୍କା ଦେଇଥିଲା । ଏହି ସମୟରେ ପଛରୁ ଆସୁଥିବା ଅନ୍ୟ ଏକ କାର ମଧ୍ୟ ସ୍କର୍ପିଓକୁ ଜୋରରେ ଧକ୍କା ଦେଇଥିଲା । ଯେଉଁଥିରେ ସ୍କର୍ପିଓଟି ଭାଙ୍ଗି ଚୁରମାର ହୋଇଯାଇଛି । ଏହି ସିରିଜ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

୪ ମୃତ, ୭ ଆହତ:

ଦୁର୍ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍କର୍ପିଓରେ ଯାତ୍ରା କରୁଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସ୍କର୍ପିଓ ଡ୍ରାଇଭର ଅଛନ୍ତି । ମୃତ୍ୟୁବରଣ କରିଥିବା ଅନ୍ୟ ୩ ଜଣ ବ୍ୟକ୍ତି ସମସ୍ତେ ଗୋଟିଏ ପରିବାର ବୋଲି ଜଣାପଡ଼ିଛି । ସେପଟେ ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ SNMMCH ହସ୍ପିଟାଲକୁ ପଠାଯାଇଛି । ଆହତ ନୀତା ସାହା (୩୫), ସାୟନ ସାହା (୮) ଏବଂ ରାହୁଲ କୁମାର (୩୮)ଙ୍କୁ SNMMCHରେ ଚିକିତ୍ସା କରାଯାଉଛି । ସମସ୍ତଙ୍କ ଅବସ୍ଥା ବିପଦମୁକ୍ତ ରହିଛି । ସେପଟେ ଅନିଶା ସାହା (୫), ଅଙ୍ଗମୁନି ସାହା (୬), ପାଗଲୁ ସାହା (୧୫) ଏବଂ ବିଶ୍ୱରୂପ ସାହା (୧୮)ଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସହରର ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ରହିଛି । ସମସ୍ତେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...

ମହାକୁମ୍ଭ ଯାଉଥିଲେ: ଟ୍ରକକୁ ପିଟିଲା କାର୍, ୨ ଛୋଟ ପିଲାଙ୍କ ସମେତ ୫ ମୃତ

ଭାରସାମ୍ୟ ହରାଇ ବାଇକ୍‌କୁ ପିଟିଲା ସ୍କର୍ପିଓ, ୬ ମୃତ

ବିବାହ ଉତ୍ସବରୁ ଫେରୁଥିଲେ, ଚାପିଦେଲା ଟ୍ରକ, ୨ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ମୃତ

ମହାକୁମ୍ଭ ଯାତ୍ରା ପାଲଟିଲା ଶେଷଯାତ୍ରା: ବସ୍ ଧକ୍କାରେ ବୋଲେରୋ ଚୂରମାର

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ମୃତଦେହ ହସ୍ପିଟାଲରେ ରହିଛି । ବର୍ତ୍ତମାନ ତାଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ପହଞ୍ଚି ନାହାନ୍ତି । ଆହତ ନୀତା ସାହା କହିଛନ୍ତି ଯେ, ସେ ତାଙ୍କ ଭାଇ ବିଶ୍ୱରୂପ ସାହା ଏବଂ ଭଉଣୀ ପାୟଲ ସାହା ଏବଂ ସେମାନଙ୍କ ପିଲାମାନଙ୍କ ସହିତ କୁମ୍ଭ ସ୍ନାନ ପାଇଁ ଯାଉଥିଲେ । ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେହିପରି ଆହତ ରାହୁଲ କୁମାର ରାୟ କହିଛନ୍ତି ଯେ, ସେମାନେ ସମସ୍ତେ ନୀତା ସାହାଙ୍କ ଘର ପାଖ ଘରେ ରୁହନ୍ତି । ସେମାନେ ମଧ୍ୟ ସେମାନଙ୍କ ସହିତ କୁମ୍ଭ ସ୍ନାନ ପାଇଁ ଯାଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.