ETV Bharat / sports

୩୮ତମ ନ୍ୟାସନାଲ ଗେମ୍ସ, ଓଡ଼ିଶା ପଦକ ବିଜେତାଙ୍କୁ ସମ୍ମାନିତ - NATIONAL GAMES MEDALISTS

ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ପୁରସ୍କାର ରାଶି ସହ ସମ୍ବର୍ଦ୍ଧନା କଲା କ୍ରୀଡ଼ା ଓ ଯୁବସେବା ବିଭାଗ ।

Sports Department felicitates 38th National Games medalists with Cash Awards
Sports Department felicitates 38th National Games medalists with Cash Awards (ETV BHARAT ODISHA)
author img

By ETV Bharat Odisha Team

Published : Feb 22, 2025, 10:53 PM IST

ଭୁବନେଶ୍ବର: ୩୮ତମ ନ୍ୟାସନାଲ ଗେମ୍ସରେ ବିଜୟ ହାସଲ କରିଥିବା ଓଡ଼ିଶାର ସମସ୍ତ ପଦକ ବିଜେତାମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଠାରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ 6 ଲକ୍ଷ, ରୌପ୍ୟ ପାଇଁ 4 ଲକ୍ଷ ଏବଂ କାଂସ୍ୟ ପଦକ ପାଇଁ 3 ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

Sports Department felicitates 38th National Games medalists with Cash Awards (ETV BHARAT ODISHA)

କ୍ରୀଡ଼ାବିତଙ୍କୁ ସମ୍ମାନିତ:

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ''୩୮ତମ ନ୍ୟାସନାଲ ଚାମ୍ପିଅନସିପରେ ଓଡ଼ିଶାର କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏଥିପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଛି । ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା 12ତମ ସ୍ଥାନ ହାସଲ କରି ଶ୍ରେଷ୍ଠ 15ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ଯେଉଁ ମାନେ ସ୍ବର୍ଣ୍ଣ ପାଇଛନ୍ତି ସେମାନଙ୍କୁ 6 ଲକ୍ଷ, ରୌପ୍ୟ ପାଇଥିବା ଖେଳାଳିଙ୍କୁ 4 ଲକ୍ଷ ଓ କାଂସ୍ୟ ପଦକ ହାସଲ କରିଥିବା ଖେଳାଳିଙ୍କୁ 3 ଲକ୍ଷ ଟଙ୍କା ଦିଆୟାଇଛି । ଆସନ୍ତା ବର୍ଷ 39 ତମ ନ୍ୟାସନାଲ ଗେମ୍ସ ମେଘାଳୟରେ ଆୟୋଜିତ ହେବ । ଆଶା କରୁଛୁ ସେଠାରେ ଆମ ରାଜ୍ୟ ଟପ 5ରେ ପହଞ୍ଚିପାରିବ । ''

Sports Department felicitates 38th National Games medalists with Cash Awards
Sports Department felicitates 38th National Games medalists with Cash Awards (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍‌ରେ ବଡ ତ୍ରୁଟି; ପାକିସ୍ତାନ ଷ୍ଟାଡିୟମରେ ବାଜିଲା ଭାରତୀୟ ଜାତୀୟ ସଙ୍ଗୀତ 'ଜନ ଗଣ ମନ..' - CHAMPIONS TROPHY 2025

କ୍ରୀଡ଼ାବିତମାନେ ଆମ ଗର୍ବ ଓ ଗୌରବ:

ସେ ଆହୁରି ମଧ୍ଯ କହିଛନ୍ତି, ‘ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ। କ୍ରୀଡ଼ାର ମୌଳିକତା ହେଉଛି ବିଜୟର ଉତ୍ସାହ ରହିବା, ପରାଜୟ ଦ୍ୱାରା ନିରାଶ ନ ହୋଇ ପୁନର୍ବାର ଜିତିବା ପାଇଁ ଅନୁପ୍ରାଣିତ ହେବା। ନ୍ୟାସନାଲ ଗେମ୍ସରେ ଏହି ବିଜୟ ଆଜି ଓଡ଼ିଶାର ବହୁ ଯୁବକ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାଦାୟୀ । ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ଆମ ଓଡ଼ିଶାର କ୍ରୀଡ଼ାବିତମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବ। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣର ଯୋଜନା ଠାରୁ ଆରମ୍ଭ କରି କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ସିଏମ-ଟ୍ରଫି ଚାମ୍ପିୟନସିପ୍ ଆଦିର ଆୟୋଜନ ଆମ ସରକାରଙ୍କ ଦ୍ୱାରା କରାଯାଇଛି ।’ ଆଗକୁ ମଧ୍ୟ ସରକାରଙ୍କ ତରଫରୁ କ୍ରୀଡ଼ାର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

୨୮ ଜାନୁଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ୩୮ତମ ନ୍ୟାସନାଲ ଗେମ୍ସର ଆୟୋଜନ କରାଯାଇଥିଲା । ନ୍ୟାସନାଲ ଗେମ୍ସର ଆଗାମୀ ସଂସ୍କରଣ, ୩୯ତମ ନ୍ୟାସନାଲ ଗେମ୍ସ ୨୦୨୭ ମସିହାରେ ମେଘାଳୟରେ ଆୟୋଜନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.