ETV Bharat / state

ଗଞ୍ଜାମରେ ହେବ ୩ଟି ଶୀତଳ ଭଣ୍ଡାର: ଯୋଗାଣ ମନ୍ତ୍ରୀ - KHARIF PADDY PROCUREMENT GANJAM

ଖରିଫ ଧାନ କିଣାର ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜିଲ୍ଲାରେ ୩ଟି ଶୀତଳଭଣ୍ଡାର ହେବା ନେଇ ଦେଲେ ସୂଚନା ।

KHARIF PADDY PROCUREMENT
KHARIF PADDY PROCUREMENT (ETV Bharat Odisha)
author img

By ETV Bharat Odisha Team

Published : Feb 23, 2025, 9:10 AM IST

ବ୍ରହ୍ମପୁର: ଖରିଫ ଧାନ କିଣାର ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ । ଗଞ୍ଜାମ ଜିଲ୍ଲାରେ କିପରି ଚାଲିଛି ଚଳିତ ବର୍ଷର ଖରିଫ ଧାନ କ୍ରୟ ପ୍ରକ୍ରିୟା ସେନେଇ ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଛତ୍ରପୁର ସର୍କିଟ ହାଉସ ପରିସରରେ ଯୋଗାଣ ମନ୍ତ୍ରୀ ଜିଲ୍ଲାରେ ଖରିଫ ଧାନ କ୍ରୟ କାର୍ଯ୍ୟ କେତେ ସଫଳ ହୋଇଛି ? ଏବଂ ମିଳିଥିବା ଟାର୍ଗେଟ ପୂରଣ ହେବା ନେଇ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ସେହିପରି ଜିଲ୍ଲାର ରାସନ କାର୍ଡ ପାଇଁ ଇ-କେୱାସିର ଅଗ୍ରଗତି ଏବଂ ଶୀତଳ ଭଣ୍ଡାର ନିର୍ମାଣ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ମନ୍ତ୍ରୀ ।

KHARIF PADDY PROCUREMENT (ETV Bharat Odisha)
  • ଗଞ୍ଜାମରେ ୯୦ ପ୍ରତିଶତ ଧାନ କିଣା ହୋଇଛି:

ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ଜିଲ୍ଲାରେ ୯୦ ପ୍ରତିଶତ ଧାନ କିଣା ହୋଇଛି । ଆଉ ୭ ଦିନ ମଧ୍ୟରେ ଧାନ କ୍ରୟ ପ୍ରକ୍ରିୟା ଶେଷ ହେବ । ଅଫିସରମାନେ ଭଲ କାମ କରିଛନ୍ତି । ଧାନ କିଣାରେ ତ୍ରୁଟି ନେଇ ୪୦ରୁ ଊର୍ଦ୍ଧ୍ୱ ମିଲର ଏବଂ ଅନ୍ୟ କେତେକ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ଯେଉଁ ଗରିବ ଲୋକଙ୍କ ଆୟ କମ ରହିଥିବ, ସେମାନଙ୍କ ରାସନ କାର୍ଡ କଟିବନି । ଯାହାର ଅଧିକ ଆୟ ରହିଥିବ ତାର ରାସନ କାର୍ଡ କଟିବ । "

KHARIF PADDY PROCUREMENT
KHARIF PADDY PROCUREMENT (ETV Bharat Odisha)
  • ଅଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ଫେରାଇବା ପାଇଁ ଅପିଲ୍:

ସେ ଏହା ମଧ୍ୟ କହିଛନ୍ତି" ପ୍ରକୃତ ଗରିବ ଜନସାଧାରଣ ରାସନ୍ କାର୍ଡ ପାଇବାକୁ ସରକାର ଚାହୁଁଛନ୍ତି । ଅଯୋଗ୍ୟମାନେ ରାସନ୍ କାର୍ଡ ଫେରାଇବା ପାଇଁ ଆମେ ଅପିଲ କରିଛୁ । ଯେଉଁମାନେ ଫେରାଇବେ ନାହିଁ ,ତାର ଯାଞ୍ଚ କରାଯିବ । ମାର୍ଚ୍ଚ ୩୧ ସୁଦ୍ଧା ଇ-କେୱାସି କରିଦିଅନ୍ତୁ । ଯେଉଁମାନେ ଉକ୍ତ ସମୟସୀମା ମଧ୍ୟରେ କରିବେ ନାହିଁ । ସେମାନଙ୍କ ରାସନ୍ କାର୍ଡ କଟିଯିବ । "

ଏହା ମଧ୍ୟ ପଢନ୍ତୁ... ଧାନ ମଣ୍ଡିରେ କଟନୀ ଛଟନୀ, 10ଟି ସୋସାଇଟ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ - PADDY PROCUREMENT

ଏହା ମଧ୍ୟ ପଢନ୍ତୁ...କଟନୀ-ଛଟନୀ ଟେନସନ୍; ଚାଷୀ ବେଶରେ ମଣ୍ଡି ତନଖି କଲେ ଜିଲ୍ଲାପାଳ - COLLECTOR VISITS MANDI

ଏହା ମଧ୍ୟ ପଢନ୍ତୁ...ଧାନ ମଣ୍ଡି ବାତିଲକୁ ନେଇ ତାତିଲେ ନିଆଳି ଚାଷୀ - NIALI FARMER PROTEST

  • ଗଞ୍ଜାମରେ ହେବ ୩ଟି ଶୀତଳ ଭଣ୍ଡାର:

ସେ ଆହୁରି କହିଛନ୍ତି," ଗଞ୍ଜାମ ଜିଲ୍ଲାରେ ମୁଖ୍ୟତଃ ଟମାଟୋ ପରେ କଞ୍ଚା ଲଙ୍କାର ଅଭାବୀ ବିକ୍ରୀ ଲାଗି ଚାଷୀ ହନ୍ତସନ୍ତ ହେଉଛନ୍ତି । ତେଣୁ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ସବଡିଭିଜନରେ ଗୋଟିଏ ଲେଖାଏଁ ସମୁଦାୟ ୩ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ବ୍ଳକରେ ଶୀତଳ ଭଣ୍ଡାର ହେଲେ ଅଭାବୀ ବିକ୍ରି ରୋକାଯାଇ ପାରିବ । ଏନେଇ ଟଙ୍କା ଆସିଯାଇଛି ଏବଂ ଖୁବ ଶୀଘ୍ର ଟେଣ୍ଡର ହେବ । ଏହି ସମୀକ୍ଷା ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏମ୍. ମଧୁମିତାଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.