ହାଇଦ୍ରାବାଦ: ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭରେ ଫେବୃଆରୀ ୭ ତାରିଖରେ ଥିଏଟରରେ ପୁନଃ ମୁକ୍ତିଲାଭ କରିଥିବା 'ସନମ ତେରୀ କସମ୍' ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି । ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ସଂଗୀତିକ ରୋମାଣ୍ଟିକ ଫିଲ୍ମଟି 50 କୋଟି ଆୟ ପାର୍ କରିଥିବା ପ୍ରଥମ ରିରିଲିଜ ଚଳଚ୍ଚିତ୍ର ପାଲଟିଛି । ଏହା ସହ ଅନେକ ଫିଲ୍ମ ରିଲିଜ ହୋଇଥିଲା କିନ୍ତୁ ଏହା 'ସନମ୍ ତେରୀ କସମ୍'ର ରୋଜଗାର ଏବଂ ଦର୍ଶକଙ୍କ ଭଲପାଇବାକୁ ପ୍ରଭାବିତ କରିନଥିଲା ।
'ସନମ୍ ତେରୀ କସମ୍' ବକ୍ସ ଅଫିସ୍ କଲେକ୍ସନ
ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ଏହି ରୋମାଣ୍ଟିକ ଫିଲ୍ମ ଦର୍ଶକଙ୍କୁ ଥିଏଟରକୁ ଆଣିବାରେ ସଫଳ ହୋଇଥିଲା । ଏହି ଚଳଚ୍ଚିତ୍ରଟି ପୁନଃ ମୁକ୍ତିଲାଭ କରିବାର 20 ଦିନ ମଧ୍ୟରେ ସାରା ବିଶ୍ୱରେ 50 କୋଟି ଆୟ କରିଛି । ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ 53 କୋଟି ଆୟ କରିଛି । ଘରୋଇ କଲେକ୍ସନ ବିଷୟରେ କହିବାକୁ ଗଲେ, ଫିଲ୍ମଟି ଭାରତରେ 41.05 କୋଟି ଟଙ୍କାର ଆୟ କରିଛି । ଏହି କଲେକ୍ସନ ସହ, ଏହି ଫିଲ୍ମଟି 'ତୁମ୍ବାଡ'ର ପୁନଃରିଲିଜକୁ ମଧ୍ୟ ପଛରେ ପକାଇ ଦେଇଛି । "ତୁମ୍ବାଡ୍" ପୁନଃରିଲିଜରେ ସାରା ବିଶ୍ୱରେ 52.25 କୋଟି କଲେକ୍ସନ କରିଥିଲା ଏବଂ ଭାରତରେ 32 କୋଟି ଆୟ କରିଥିଲା ।
'ସନମ୍ ତେରୀ କସମ୍' ପ୍ରଥମ ରିଲିଜରେ ହୋଇଥିଲା ଫ୍ଲପ୍
ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ 'ସନମ ତେରୀ କସମ' ୨୦୧୬ରେ ମୁକ୍ତିଲାଭ କରିଥିଲା କିନ୍ତୁ ସେତେବେଳେ ଏହା ଫ୍ଲପ୍ ହୋଇଥିଲା । ଚଳଚ୍ଚିତ୍ରଟିର ବଜେଟ୍ 14 କୋଟି ଏବଂ ଏହାର ଘରୋଇ ଆଜୀବନ କଲେକ୍ସନ ମାତ୍ର 9.1 କୋଟି ଥିଲା । ହେଲେ ବର୍ତ୍ତମାନ 2025ରେ ଏହି ଫିଲ୍ମ ପୁଣି ରିଲିଜ କରାଯାଇଥିବା ବେଳେ ମାତ୍ର 2 ଦିନ ମଧ୍ୟରେ ଏହି ଆୟକୁ ଭାଙ୍ଗିଥିଲା । ଫିଲ୍ମଟିର ପୁନଃରିଲିଜ ମାତ୍ର ଦୁଇ ଦିନରେ 11.36 କୋଟି ଟଙ୍କା କଲେକ୍ସନ କରିଥିଲା ।
ଏହା ମଧ୍ୟ ପଢନ୍ତୁ: 'ଜବ ୱି ମେଟ' ରୁ 'ସନମ ତେରୀ କସମ' ଯାଏଁ..ଭାଲେଣ୍ଟାଇନ ସପ୍ତାହରେ ରିରିଲିଜ ହେଉଛି ଏସବୁ ରୋମାଣ୍ଟିକ ଫିଲ୍ମ
କହିରଖୁଛୁ କି, ଏହି ଚଳଚ୍ଚିତ୍ରଟି ୨୦୧୬ରେ ଫ୍ଲପ୍ ହୋଇଥିଲା କିନ୍ତୁ ୯ ବର୍ଷ ପରେ ଏହାର ପୁଣି ରିଲିଜ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିଛି । ଯାହାର ଶ୍ରେୟ OTT ଏବଂ ଟେଲିଭିଜନକୁ ଦିଆଯାଉଛି । କାରଣ ଏହି ପ୍ଲାଟଫର୍ମଗୁଡ଼ିକରୁ ଫିଲ୍ମଟି ଲୋକପ୍ରିୟତା ପାଇଥିଲା ଏବଂ ଲୋକମାନେ ଥିଏଟର ଆଡକୁ ଆକର୍ଷିତ ହୋଇଥିଲେ । ସେପଟେ ଭାଲେଣ୍ଟାଇନ୍ସ ଡେ ରେ ଏହି ସିନେମା ସହିତ 'ଲଭୟାପା' ଏବଂ 'ବ୍ୟାଡ୍ସ ରବିକୁମାର' ଭଳି ସିନେମା ମଧ୍ୟ ମୁକ୍ତିଲାଭ କରିଥିଲା କିନ୍ତୁ ସେଗୁଡ଼ିକ ଏହାକୁ ପ୍ରଭାବିତ କରିନଥିଲା । ଫେବୃଆରୀ ୧୪ ତାରିଖରେ 'ଛାବା' ଭଳି ଏକ ବଡ଼ ଫିଲ୍ମ ରିଲିଜ୍ ହେବା ସତ୍ତ୍ୱେ, ସନମ୍ ତେରୀ କସମ୍ ର କ୍ରେଜ୍ ଅକ୍ଷୁର୍ଣ୍ଣ ରହିଥିଲା ଏବଂ ଏହା ସବୁଠାରୁ ବଡ଼ ପୁନଃ ରିଲିଜ୍ ହୋଇପାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ