ETV Bharat / state

ଗାଡି ପାର୍କିଂ ବେଳେ ରୁହନ୍ତୁ ସତର୍କ: ମାତିଛନ୍ତି ଚୋର ଗ୍ୟାଙ୍ଗ, ସାମିଲ ମେକାନିକ - BIKE PARTS LOOTER GANG

ଚୋରା ଗାଡିର ପାର୍ଟସ ବଜାରରେ ବିକ୍ରିରେ ମାତିଛନ୍ତି ରାକେଟ । ସାମିଲ ଅଛନ୍ତି ମେକାନିକ । ରାଜଧାନୀରୁ 2 ଗିରଫ । କେମିତି ରହିବେ ସତର୍କ ।

ଗିରଫ 2 ଚୋର, ଜବତ ଗାଡି
ଗିରଫ 2 ଚୋର, ଜବତ ଗାଡି (ETV Bharat Odisha)
author img

By ETV Bharat Odisha Team

Published : Feb 23, 2025, 6:04 PM IST

ଭୁବନେଶ୍ବର: ରାଜଧାନୀରେ ଦୁଇ ଚକିଆ ଚଲାଉଥିଲେ ହୁସିଆର । ପାର୍କିଂ କରୁଥିଲେ ରୁହନ୍ତୁ ସତର୍କ ନଚେତ୍‌ ହୋଇପାରେ ଚୋରି । ଠିକରେ ତାଲା ନ ପକାଇଲେ ଗାଡି ପାଇବା ହୋଇପାରେ ମୁସ୍କିଲ । କାରଣ ସହରରେ ମାତିଛନ୍ତି ବାଇକ ଚୋର ଗ୍ୟାଙ୍ଗ୍ । ଯେଉଁମାନେ ଗାଡି ଚୋରି କରିନେଉଛନ୍ତି । ହେଲେ ବିକ୍ରି କରୁଛନ୍ତି ଗାଡ଼ିର ପାର୍ଟସ । ଇଞ୍ଜିନଠୁ ଟାୟାର, ମଡଗାଡ ଭଳି ପାର୍ଟସ ଖୋଲି ବିକ୍ରି କରୁଛନ୍ତି ଚୋରା ରେଟ୍‌ରେ । ରାକେଟ ସାମିଲ ଅଛନ୍ତି ମେକାନିକ । ଏପରି ଚୋରଙ୍କୁ ଧରିଛି କମିଶନରେଟ ପୋଲିସ ।

ମାଲେମାଲ ଚୋର, ସାମିଲ ମେକାନିକ:

DCP PINAK MISHRA (ETV Bharat Odisha)

ସହରରେ ଭିଡ ଭିତରେ ଏସବୁ କାରସାଦି କରି ଚୋରି କରୁଥିବା ଚୋର ମାଲେମାଲ । ଗ୍ୟାରେଜ ମେକାନିକ ଓ ଦଲାଲ ବି କରୁଛନ୍ତି ଏଭଳି ଉପାୟରେ ଟଙ୍କା ରୋଜଗାର । ଫଳରେ ଆପଣଙ୍କ ଗାଡି ଏବେ ଚୋରଙ୍କ ଟାର୍ଗେଟରେ କେଉଁଠି କେଉଁ ସମୟରେ ଚୋରି ହେବାର ଆଶଙ୍କା ରହିଛି । କାରଣ କମିସନରେଟ ପୋଲିସ ଏକ ଚୋରି ବାଇକ ରାକେଟ ଠାବ କରିଛି ।ଯେଉଁଠି ସେମାନଙ୍କ ଠାରୁ ଏସବୁ ଚୋରି ଗାଡିର ଖୁଲାସା ହୋଇଛି । କିଭିଳି ଭୁବନେଶ୍ୱରରେ ଚୋରା ଗାଡିର ନେଟୱାର୍କ ଅପରେଟ କରୁଛନ୍ତି ଏକ ସ୍ବତନ୍ତ୍ର ଗ୍ୟାଙ୍ଗ । କମିଶନରେଟ ପୋଲିସର ଖଣ୍ଡଗିରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।ଯେଉଁଥିରେ ଜଣେ ଗ୍ୟାରେଜ ମେକାନିକ ଥିବା ବେଳେ ଆଉ ଜଣେ ବିଟେକ ଇଞ୍ଜିନିୟର ଛାତ୍ର ସାମିଲ ଥିବା ଜଣାପଡିଛି ।

ବିକ୍ରି କରୁଥିଲେ ଗାଡି ପାର୍ଟସ:

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ‘ଗିରଫ ଅଭିଯୁକ୍ତ ହେଲେ ବସନ୍ତ କୁମାର ରାଉତ ଘର ଓଡ଼ଗାଁ ନୟାଗଡ଼ ସେ ଜଣେ ଡିପ୍ଲୋମା ମେକାନିକ ହୋଇଥିବା ବେଳେ ଏକ ଗ୍ୟାରେଜ କରିଥିବା ବେଳେ ନିଜେ ମେକାନିକ ଭାବେ କାମ କରନ୍ତି ।ସେଇ ଭଳି ଅନ୍ୟ ତମ ଅଭିଯୁକ୍ତ ହେଉଛନ୍ତି ଅଙ୍କିତ କୁମାର‌ ରାଉତ ଘର ଓଡ଼ଗାଁ ଓ ନୟାଗଡ ସେ ଜଣେ ବିଟେକ ଛାତ୍ର ହୋଇଥିବା ଏକ ଘରୋଇ ଇଂଜିନିୟରିଂ କଲେଜରେ ମଧ୍ୟ ପାଠ ପଢୁଛନ୍ତି । ତେବେ ଏମାନେ ଚୋରି ଗାଡ଼ିକୁ ନେଇ ଏଭଳି ପାର୍ଟି ଖୋଲି ବଜାରରେ ବିକ୍ରି କରନ୍ତି । ଚୋରା ଗାଡି ବିକିବା କଷ୍ଟକର ହୋଇଥାଏ । ଗାଡିକୁ ବିକିବା ଯେତିକି ଦାମ ମିଳିନଥାଏ । ଗାଡ଼ିର ପାର୍ଟସ ଖୋଲି ତାକୁ ବଜାରରେ ବିକ୍ରି କରି ଭଲ ଦାମ କାମାଇଥାନ୍ତି ।’ ଏପରିକି ଏଭଳି କିଛି ଘଟଣା ଜାଣିବା ପରେ ଏନେଇ ସତର୍କ ରହିବା ସହ ଏଦିଗରେ ପୋଲିସ ନଜର ରଖିଛି ଏନେଇ ଜନସାଧାରଣଙ୍କୁ ସତର୍କର ଗାଡି ରଖିବା ପାଇଁଁ ଡିସିପି ଅନୁରୋଧ କରିଛନ୍ତି ।

ଚୋରା ଗାଡିର ପାର୍ଟସ ବଜାରରେ ବିକ୍ରି ମାତିଛନ୍ତି ରାକେଟ
ମାତିଛନ୍ତି ରାକେଟ (ETV Bharat Odisha)

ଗାଡି ଜବତ, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ:

ତେବେ ଏମାନଙ୍କ ଠାରୁ ୯ଟି ବିଭିନ୍ନ କମ୍ପାନିର ଗାଡି ଜବତ କରିଥିବା ବେଳେ ସେସବୁ ଗାଡି ଏମ୍ସ ମୈତ୍ରି ବିହାର ଓ ନୟାପଲ୍ଲୀ ଭଳି ଅନେକ ସ୍ଥାନରୁ ଚୋରି କରିଛନ୍ତି । ସମସ୍ତ ଗାଡ଼ିକୁ ଜବତ କରିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବିକ୍ରି ମାତିଛନ୍ତି ରାକେଟ (ETV Bharat Odisha)

କଣ କହୁଛି କମିଶନରେଟ ପୋଲିସର ତଥ୍ୟ ?

କମିସନରେଟ ପୋଲିସର ତଥ୍ୟ କହୁଛି ୨୦୨୩ ଓ ୨୦୨୪ ଭିତରେ ୧୪୯୭ଟି ବାଇକ ଚୋରି ଘଟଣା ବିଭିନ୍ନ ଥାନାରେ ରିପୋର୍ଟ ହୋଇଛି । ଯେଉଁଥିରୁ ଅଧାରୁ କମ୍ ଗାଡି ଜବତ କରିବା ଅର୍ଥାତ୍ ମୋଟ ୬୧୭କି ଗାଡି ବିଗତ ଦୁଇ ବର୍ଷରେ ପୋଲିସ ଜବତ କରିବା ଅର୍ଥାତ୍ ଖୋଜି ପାଇବାରେ ସକ୍ଷମ ହୋଇଛି ।

କେମିତି କରନ୍ତି ଚୋରି ?

ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଯେପରିକି ୟୁନିଟ ୧ ଓ ୟୁନିଟ ୨ ସହ ବାପୁଜୀ ନଗର ଫରେଷ୍ଟ ପାର୍କ, କ୍ୟାପିଟାଲ ହସ୍ପିଟାଲ ସାମ୍ନା,ଅଶୋକ ନଗର ଭଳି ଭିଡ ଅଞ୍ଚଳରେ ନଚେତ କର୍ପୋରେଟ ଅଫିସ ମଲ ସାମ୍ନା ଓ ମନ୍ଦିର ଓ ହସ୍ପିଟାଲ ସାମ୍ନାରେ ବୁଲା ବୁଲି କରି ଗାଡ଼ିକୁ ରେକି କରନ୍ତି । ପରେ ଯେଉଁ ଗାଡ଼ିର ପୁରୁଣା ଲକ୍ ଥିବ ବା ଗାଡ଼ିକୁ ଲକ୍ ସିଷ୍ଟମ୍ ଭାଙ୍ଗି ହେବ ସେସବୁ ଗାଡିକୁ ଲକକୁ ସହଜରେ ବିଭିନ୍ନ ମାଷ୍ଟର କି ରେ ଖୋଲି ଗାଡି ନେଇ ଛୁ ମାରନ୍ତି । ଗାଡି ଗୁଡିକ ନେଇ କେଉଁଠି ରଖିବା ବା ବାଟରେ ଧରାପଡ଼ିବା ଭୟରେ ସେସବୁ ନେଇ ରେଳଷ୍ଟେସନ ପାର୍କିଂ ହେଉ ବା ହସ୍ପିଟାଲର ଫ୍ରି ପାର୍କିଂରେ ନେଇ ବା ବିଭିନ୍ନ ମଲ ପାର୍କିଂ ତଳେ ରଖିଦିଅନ୍ତି । ନଚେତ ପୋଲିସ ଖୋଜାଖୋଜି କରିବାର ନଜରକୁ ହଟିବା ପରେ । ସମୟ ସୁବିଧା ଦେଖି ସେମାନଙ୍କ ସ୍ବତତ୍ର ସ୍ଥାନକୁ ନେଇ ବା ନୟାଗଡ଼ ଓଡ଼ଗାଁ ଅଞ୍ଚଳକୁ ନେଇ ସେଠାରେ ଗାଡ଼ିର ପାର୍ଟସ ଖୋଲି ଗାଡ଼ିକୁ ସମ୍ପୂର୍ଣ୍ଣ ଅଲଗା ଅଲଗା କରିଦିଅନ୍ତି ।

ଚୋରା ଗାଡିର ପାର୍ଟସ ବଜାରରେ ବିକ୍ରି ମାତିଛନ୍ତି ରାକେଟ (ETV Bharat Odisha)
କବାଡିଆ ଦୋକାନ ଟାର୍ଗେଟରେ:

ଏପରିକି ଏସବୁ କାରବାର ପଛରେ ଅନେକ କବାଡିଆ ଦୋକାନରେ କାରବାର ହେଉଥିବା ନେଇ ମଧ୍ୟ ପୂର୍ବରୁ ନଜିର ରହିଛି। ପୋଲିସ ବିଭିନ କବାଡିଆ ଦୋକାନ ମାନଙ୍କରେ ଏସବୁ ଉପରେ ନଜର ରଖୁଥିବା ବେଳେ ଏସବୁରୁ ବର୍ତ୍ତିବାକୁ ଏମାନେ ଅଲଗା ଉପାୟ ବାଛିଛନ୍ତି । ଏପରିକି କିଛି ଜିନିଷ ରାଜଧାନୀ ଉପକଣ୍ଠରେ ଏମାନଙ୍କ କବାଡିଆରେ ଅଧିକାଶ ଗାଡ଼ିର ଅଂଶ ମଧ୍ୟ ବିକ୍ରି କରୁଛନ୍ତି । ତେଣୁ କବାଡିଆ ଦୋକାନ ଉପରେ ପୋଲିସ ସ୍ବତନ୍ତ୍ର ନଜର ରଖିବା ସହ କବାଡିଆ ଦୋକାନି ପୁରୁଣା ଗାଡି ନେଲେ କାଗଜ ପତ୍ର ଦେଖି ନେଉଛନ୍ତି ।

ପୂର୍ବରୁ ଧରାପଡ଼ିଛନ୍ତି ଏଭଳି ରାକେଟ:

କ୍ୟାପିଟାଲ ଥାନା ଅଞ୍ଚଳରୁ ଏକ ଗ୍ୟାଙ୍ଗ ଧରାପଡିଥାଲା । ଏକ ଚୋରି ରାକେଟ ସହ କବାଡିଆ କାରଖାନା ଠାବ ହୋଇଥିଲା।ଯେଉଁଠି ଚୋରି ଗାଡ଼ିକୁ ନେଇ କାଟି ଚୋରା ବଜାରରେ ପାର୍ଟି ବିକ୍ରି କରୁଥିଲେ । ୪ଜଣ ଧରିଥିଲା କମିସନରେଟ ପୋଲିସ।ଯେଉଁମାନଙ୍କଠୁ ମିଳିଥିଲା ୧୬ଟି ଚୋରା ବାଇକ ସହ ୧୭ଟି ଚୋରା ଗାଡିର ଇଞ୍ଜିନ୍ ଓ ଟାୟାର ଭଳି ଯନ୍ତ୍ରାଶଂ। ସେତେବେଳେ ପଶ୍ଚିମବଙ୍ଗର କବାଡିଆ ସହ କିଛି ଗ୍ୟାରେଜ ମେକାନିକ ମଧ୍ୟ ସେତେବେଳେ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:

ଚଳନ୍ତା ଟ୍ରେନରୁ ଛଡାଇନେଲା ହୀରା ହାର, ଭୁବନେଶ୍ୱର ଷ୍ଟେସନରୁ ଧରାପଡ଼ିଲା ପେଷାଦାର ଚୋର

ନିରଞ୍ଜନଙ୍କ ଘରେ କଳାକନା ବୁଲାଇଥିଲା ସ୍ପାଇଡର, ଗୁଗୁଲରେ ପାଇଥିଲା ଠିକଣା

ନିଜ ଅଫିସରେ ବୁଲାଇଥିଲେ କଳାକନା, 5 ଜଣଙ୍କୁ ବାନ୍ଧିଲା ପୋଲିସ

ରାଜ୍ୟ ବାହାରକୁ ଲମ୍ବିଛି ଚେର:

କେବଳ ଭୁବନେଶ୍ଵର ନୁହେଁ ଭୁବନେଶ୍ୱର ବାହାରକୁ ଲମ୍ବିଛି ଚେର । ପଶ୍ଚିମବଙ୍ଗଠୁ ଆରମ୍ଭ କରି ଅନ୍ୟ ରାଜ୍ୟରେ ମଧ୍ୟ ଗାଡ଼ିର ଦାମି ପାର୍ଟସ ଏବେ ଚୋରା ମାର୍କେଟରେ ବିକ୍ରି ହେଉଛି । ଏମାନଙ୍କର ପାର୍ଟି ପାଇଁ କୋର୍ଡ ଓ୍ବାର୍ଡ ରହୁଛି । ବିକ୍ରି ପାଇଁ କିଛି ବ୍ୟବସାୟିକ ମଧ୍ୟ ଛୋଟ ଛୋଟ ପାର୍ଟି ଦୋକାନରେ ଏସବୁ କାରବାର କରୁଛନ୍ତି । ଗାଡ଼ିର ପାର୍ଟସ ଅଲଗା ଅଲଗା କରି ଭଲ ଦାମରେ ବିକି ଗାଡି ପିଛା ୩୦ରୁ ୩୫ହଜାର ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ଚୋର । ଏପରିକି ଗାଡି ଇଞ୍ଜିନ ମଧ୍ୟ ଧରାପଡ଼ିବା ଭୟରେ ସେସବୁକୁ ବିଭିନ ଡଙ୍ଗା ଚାଲୁଥିବା ବା ଗ୍ରାମାଞ୍ଚଳର ବିଭିନ୍ନ ହାତ ମେସିନ ପାଇଁ ମଧ୍ୟ ଭଲ ଧାମରେ ବିକ୍ରି କରୁଛନ୍ତି । ପୂର୍ବରୁ ଚିଲିକା ବାଣପୁର ଓ ବ୍ରହ୍ମଗିରି ଅଞ୍ଚଳରୁ ମଧ୍ୟ ପୋଲିସ ଯାଇ ଗାଡି ଇଞ୍ଜିନ ଜବତ କରିବାର ନିଜର ମଧ୍ୟ ରହିଛି ।

ସତର୍କ ରହିବେ କିପରି ?

  • ଭୁବନେଶ୍ୱରରେ ଗାଡି ପାର୍କିଂ କରୁଥିଲେ ଅନ୍ତତଃ ଦୁଇଟି ଲକ୍ ପକାନ୍ତୁ ନଚେତ ଜିପିଏସ ଭଳି ବ୍ୟବସ୍ଥା ଲଗାନ୍ତୁ
  • ନଜରରେ ରହୁଥିବା ସ୍ଥାନରେ ଗାଡି ପାର୍କ କରନ୍ତୁ
  • ଗାଡିରେ ସ୍ବତନ୍ତ୍ର ଚିହ୍ନ ବା କିଛି ସ୍ବତନ୍ତ୍ର ଲକ୍ ସିଷ୍ଟମ୍ ରଖନ୍ତୁ
  • ନିୟମିତ ବ୍ୟବଧାନରେ ଗାଡିର ଲକକୁ ଚେକ୍ କରି ବଦଳାଇ ଦିଅନ୍ତୁ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.