ଦୁବାଇ: ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ବିଜୟଧାରା ଜାରି । ସୁପର ସଣ୍ଡେରେ ହାଇଭୋଲଟେଜ ମ୍ୟାଚର ମଜା ନେଲେ ଦର୍ଶକ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ଦମଦାର ବିଜୟ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ । ଶତକୀୟ ଇଂନିସ ଖେଳି ଫ୍ୟାନ୍ସଙ୍କ ଦିଲ୍ ଖୁସ୍ କରି ଦେଲେ କୋହଲି । ବିନା ଛକାରେ ଶତକ ହାସଲ କରିଛନ୍ତି ବିରାଟ । 6 ଓ୍ବିକେଟରେ ହାରିଲା ପାକିସ୍ତାନ । ଦ୍ବିତୀୟ ମ୍ୟାଚ ଜିତି ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପହଞ୍ଚିଛି ଭାରତ । ସେପଟେ ମ୍ୟାଚ ହାରିବା ପରେ ଆୟୋଜକ ପାକିସ୍ତାନର ସେମି ଆଶା କ୍ଷିଣ ହୋଇଛି ।
Big Game 🏟️
— BCCI (@BCCI) February 23, 2025
Big Player 😎
Big Knock 💥
King for a reason 👑
Updates ▶️ https://t.co/llR6bWyvZN#TeamIndia | #PAKvIND | #ChampionsTrophy | @imVkohli pic.twitter.com/oMOXidEGag
କୋହଲିଙ୍କ 51ତମ ODI ସେଞ୍ଚୁରୀ:
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଫର୍ମକୁ ଫେରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି କୋହଲି । ତାଙ୍କର ଶତକୀୟ ପାଳି ଯୋଗୁଁ ଆଜି ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଛି । କୋହଲିଙ୍କ ଶତକରେ କମ୍ପି ଉଠିଥିଲା ଷ୍ଟାଡିୟମ । 2023 ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଶତକ ହାସଲ କରିଥିଲେ । ଏହା ପରେ ଆଜି ଚାମ୍ପିଅନ୍ସ ଟ୍ରଫିରେ ଶତକ ମାରିଛନ୍ତି । ବିରାଟ କୋହଲି ତାଙ୍କ ODI କ୍ୟାରିୟରର 51ତମ ସେଞ୍ଚୁରୀ । ଏଥିସହ କ୍ରିକେଟର ସବୁ ଫର୍ମାଟର 82ତମ ଶତକ । ସେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ODI କ୍ରିକେଟରେ ସର୍ବାଧିକ ଶତକ ମାରିଛନ୍ତି । ମ୍ୟାଚର ଶେଷ ବଲରେ ଚୌକା ମାରି ବ୍ୟାକ୍ତିଗତ 100 (111) ରନ ପୂରଣ କରିଥିଲେ ସେ । ଏଥିରେ ଗୋଟିଏ ବି ଛକା ନଥିବା ବେଳେ 7ଟି ଚୌକା ରହିଛି ।
ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତ:
ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିଲା ଭାରତ । ଏହା ପରେ ଲଗାତାର ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଲଗାତାର 2ଟି ମ୍ୟାଚ ହାରି ପାକ୍ରେ ସେମିରେ ପହଞ୍ଚିବା ଆଶା କ୍ଷୀଣ ହୋଇଛି ।
Virat Kohli at his absolute best as India make it two wins from two in the #ChampionsTrophy 🔥#PAKvIND ✍️: https://t.co/O9lMfFTkQy pic.twitter.com/naqYOw8hVw
— ICC (@ICC) February 23, 2025
ପ୍ରଥମେ ବ୍ୟାଟରଙ୍କୁ ଧୋଇଲେ, ପରେ ବୋଲରଙ୍କୁ କାଚିଲେ:
ଆଜିର ମ୍ୟାଚ ଦେଖିକି ଫ୍ୟାନ୍ସଙ୍କ ଦିଲ୍ ପୁରା ଖୁସ ହୋଇଯାଇଛି । ବିରାଟଙ୍କ ଶତ ଓ ପାକିସ୍ତାନକୁ ଭାରତ ହରାଇବା ପ୍ରତିଟି ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦିନ 2ଟା 30ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଭାରତୀୟ ବୋଲଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇ 49.4 ଓଭରରେ ସମସ୍ତ ଓ୍ବିକେଟ ହରାଇ 241 ରନ କରିଥିଲା ପାକିସ୍ତାନ । ଏହାପରେ 242 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମେନ ଇନ ବ୍ଲୁ । ଜବାବରେ ଦଳ 42.3 ଓଭରରେ 244 ରନ କରି ବିଜୟୀ ହୋଇଛି । ପାକିସ୍ତାନ ବୋଲରଙ୍କ ବଲକୁ ନିର୍ଘାତ ପ୍ରହାର କରିଥିଲେ ଭାରତୀୟ ଖେଳାଳି ।
ରୋହିତ ଶର୍ମା ମାତ୍ର 20 ରନ କରି ଆଉଟ ହେବା ପରେ ଦର୍ଶକ ଟିକିଏ ଚିନ୍ତାରେ ପଡିଯାଇଥିଲେ । ଏହାପରେ କୋହଲି କ୍ରିଜକୁ ଆସିବା ପରେ ସ୍ଥିତି ସମ୍ଭାଳି ନେଇଥିଲେ । ପୂର୍ବ ତ୍ରୁଟିକୁ ସୁଧାରି କୋହଲି ଜଗି ରଖି ଖେଳିଥିଲେ । ଗିଲ ଓ କୋହଲି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଗିଲ 46 ରନ କରି ଆଉଟ ହୋଇଥିଲେ । ପରେ ଆୟର କୋହଲିଙ୍କ ସହ ବ୍ୟାଟିଂ କରି 56 ରନରେ ପାଭିଲିୟନକୁ ଫେରିଥିଲେ । ପରେ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସି 8 ରନ୍ରେ ଆଉଟ ହୋଇଥିଲେ । କିନ୍ତୁ କୋହଲି ଜଗି ରଖି ଖେଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇବା ସହ ଶତକ ହାସଲ କରିଥିଲେ । ଶେଷ ବଲରେ କୋହଲିଙ୍କ ଶତକ ସବୁଠାରୁ ରୋମାଞ୍ଚକର ମୁହୂର୍ତ୍ତ ଥିଲା ।
ICYMI!
— BCCI (@BCCI) February 23, 2025
A milestone-filled day for #TeamIndia as Kuldeep Yadav completes 3⃣0⃣0⃣ wickets in international cricket ⚡️
Live ▶️ https://t.co/llR6bWyvZN#PAKvIND | #ChampionsTrophy | @imkuldeep18 pic.twitter.com/o5Y5aov9Hs
କୁଳଦୀପଙ୍କ 300 ଆନ୍ତର୍ଜାତୀୟ ୱିକେଟ୍ ପୂରଣ
ସେହିପରି ବୋଲିଂରେ ଆଜି କୁଳଦୀପଙ୍କ ଯାଦୁ ଚାଲିଥିଲା । ସେ ସର୍ବାଧିକ 3ଟି ଓ୍ବିକେଟ ନେଇ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି । ସେ 300 ଆନ୍ତର୍ଜାତୀୟ ୱିକେଟ୍ ପୂରଣ କରିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବାର ସେ ହେଉଛନ୍ତି ପଞ୍ଚମ ଖେଳାଳି । ସେ ପାକିସ୍ତାନ ବିପକ୍ଷରେ 9 ଓଭରରେ 40 ରନ ଦେଇ 3 ୱିକେଟ୍ ନେଇଥିଲେ ।