ETV Bharat / state

ଶିକାର ପାଇଁ ଯାଇଥିଲେ, ଭିଣୋଇ ଗୁଳିରେ ଟଳି ପଡିଲେ ଶାଳକ - DHENKANAL FIRING

ଢେଙ୍କାନାଳରେ କୁକୁଡ଼ା ଫାର୍ମରେ ଗୁଳିକାଣ୍ଡରେ ଫାର୍ମ ମାଲିକଙ୍କ ମୃତ୍ୟୁ । ଜନ୍ତୁ ଶିକାର କରୁଥିବା ବେଳେ ଭୁଲରେ ବାଜିଲା ଗୁଳି । ଚାଲିଗଲା ଶାଳକଙ୍କ ଜୀବନ ।

ଭିଣୋଇ ଗିରଫ
ଭିଣୋଇ ଗିରଫ (ETV Bharat Odisha)
author img

By ETV Bharat Odisha Team

Published : Feb 23, 2025, 10:05 PM IST

ଢେଙ୍କାନାଳ: ଶିକାର ପାଇଁ ଚଳାଇଥିଲେ ଗୁଳି । ଲକ୍ଷ୍ୟଭ୍ରଷ୍ଟ ହୋଇ ବାଜିଲା ଶାଳକ ଦେହରେ । ଚାଲିଗଲା କୁକୁଡା ଫାର୍ମର ମାଲିକଙ୍କ ଜୀବନ । ସମ୍ପର୍କୀୟ ଭିଣୋଇ ଗିରଫ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି । ଘଟଣାର ଖୋଳତାଡ ଜାରି ରହିଛି ।

ଭିଣୋଇ ଗୁଳିରେ ଟଳି ପଡିଲେ ଶାଳକ (ETV Bharat Odisha)

ଭିଣୋଇ ଗୁଳିରେ ଟଳି ପଡିଲେ ଶାଳକ:

ଗତକାଲି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଫାସିଗାଁ ଅଞ୍ଚଳରେ ଥିବା ଏହି ଫାର୍ମରେ ଗୁଳିକାଣ୍ଡ ହୋଇଥିଲା । ମୃତକ ଫାର୍ମର ମାଲିକ ୪୮ ବର୍ଷ ବୟସର ଗୋବିନ୍ଦ ଚନ୍ଦ୍ର ନାୟକ । ସ୍ଥାନୀୟ କଳାଙ୍ଗ ଚାକୁଣ୍ଡାନାଳିରେ ଗୋବିନ୍ଦଙ୍କ ଘର । ଗୋବିନ୍ଦଙ୍କ ଛାତି, ପେଟ ଓ ହାତରେ ଏପରି ତିନି ଜାଗାରେ ଗୁଳି ବାଜିଥିଲା । ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ମୁର୍ମୁଷ ଅବସ୍ଥାରେ ତାଙ୍କୁ ପରିବାର ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇଁ ପୋଲିସର ତନାଘନା:

ସେପଟେ ଘଟଣା ସ୍ଥଳ ଫାର୍ମକୁ ସଦର ଥାନା ପୋଲିସ ଓ ଟାଉନ ଥାନା ଅଧିକାରୀ ଓ ଖୋଦ ନିଜେ ଢେଙ୍କାନାଳ ଏସପି ଅଭିନବ ସୋନକର ଯାଇ ତନାଘନା କରିଥିଲେ । ଅନୁସନ୍ଧାନୀ କୁକୁର, ପୋଲିସ ଫରେନସିକ ଟିମ ମାଧ୍ୟମରେ ତଦନ୍ତ କରିଥିଲେ । ଘଟଣା ସମୟରେ ଫାର୍ମ ଗୋବିନ୍ଦଙ୍କ ସହିତ ଥିବା ତାଙ୍କ ଦାଦା ପୁଅ ଭାଇ ଅଭିମନ୍ୟୁ ନାୟକଙ୍କୁ ପ୍ରଥମେ ପୋଲିସ ଅଟକ ରଖି ପଚରା ଉଚରା କରିଥିଲା । ମାତ୍ର ତାଙ୍କ ସମ୍ପର୍କୀୟ ଭିଣୋଇ ଫେରାର ହୋଇଯାଇଥିବା ନେଇ ପୋଲିସ ସନ୍ଦେହକୁ ଆସିଥିଲା । ପରେ ତଦନ୍ତ କରି ଅଭିଯୁକ୍ତ ସମ୍ପର୍କୀୟ ଭିଣୋଇକୁ ଗିରଫ କରିଛି ପୋଲିସ ।

ଜବତ ହୋଇଥିବା ବନ୍ଧୁକ
ଜବତ ହୋଇଥିବା ବନ୍ଧୁକ (ETV Bharat Odisha)

ମୃତକଙ୍କ ପତ୍ନୀ ରିତା ଲେଙ୍କା କହିଛନ୍ତି, ଗତରାତିରେ ଗୋବିନ୍ଦ, ଅଭିମନ୍ୟୁ ଓ ସମ୍ପର୍କୀୟ ଭିଣୋଇ ଫାର୍ମରେ ଥିଲେ । ମାତ୍ର ଭୋର ପ୍ରାୟ ୪ଟା ସମୟରେ ଫାର୍ମରେ ଥିବା ଅଭିମନ୍ୟୁ ଫୋନ କରି ଗୋବିନ୍ଦଙ୍କ ଛାତିରେ ଗୁଳି ବାଜି ଯାଇଛି ବୋଲି ତାଙ୍କୁ ଜଣାଇଥିଲେ ।’

ଏହା ମଧ୍ୟ ପଢନ୍ତୁ:

ଆପାର୍ଟମେଣ୍ଟ ଲୁଟବେଳେ ଏନକାଉଣ୍ଟର, ପୋଲିସ ଗୁଳିରେ ଲୁଟେରା ଆହତ

ସୁନା ଦୋକାନରୁ ଲୁଟ୍ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

ଶୋଇଥିଲେ ଭାଇ-ଭଉଣୀ, ବାଜିଲା ଗୁଳି

ବଡ଼ଧରଣର ଡକାୟତି ଗ୍ୟାଙ୍ଗ ପର୍ଦ୍ଦାଫାସ, ବନ୍ଧୁକ ସହ 4ଟି ଅଫୁଟା ଗୁଳି ଜବତ

ଭିଣୋଇ ଗୁଳିରେ ଗଲା ଗୋବିନ୍ଦଙ୍କ ଜୀବନ:

ଢେଙ୍କାନାଳ ଏସପି ଅଭିନବ ସୋନକର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଗତକାଲି(ଶନିବାର) ରାତିରେ ମୃତ ଗୋବିନ୍ଦ ଚନ୍ଦ୍ର ନାୟକ ଓ ତାଙ୍କ ସମ୍ପର୍କୀୟ ଭିଣୋଇ ରମେଶ ନାୟକ କୁକୁଡା ଫାର୍ମକୁ ପ୍ରଥମେ ଯାଇଥିଲେ । ସେଠାରୁ ଉଭୟେ ବାହାରି ପଡିଥିଲେ ଶିକାର ପାଇଁ । ତେବେ ଶିକାର ବେଳେ ଗୁଳି ବାଜିଥିଲା ଗୋବିନ୍ଦଙ୍କ ଦେହରେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଆମେ ତଦନ୍ତ କରୁଛୁ ।’

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.