ମେଷ: ଦିନଟି ମିଶ୍ରିତ ଫଳଯୁକ୍ତ ଅଟେ । ଶରୀର ଓ ମନ କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ । ବ୍ୟସ୍ତ ବହୁଳ, ଆଳସ୍ୟ ଭରି ରହିବ । ଦିନଟିରେ ଚିନ୍ତା ବଢିପାରେ ଯାହା କର୍ମକ୍ଷେତ୍ରରେ କୁପ୍ରଭାବ ପକାଇବ । ଆପଣ ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହା ହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ସୁନ୍ଦର ଭାବରେ ଓ ଢଙ୍ଗରେ ସାହାଯ୍ୟ ମାଗିଲେ ସୁଫଳ ପ୍ରାପ୍ତି ହେବ । ଭାବିଥିବା କାର୍ଯ୍ୟ ହାସଲ ହେବ । ଦେବ ଦର୍ଶନ ଯୋଗ ଅଛି । ମନ ଯୋଗ ସହ କାର୍ଯ୍ୟ କରନ୍ତୁ ସୁଫଳ ମିଳିବ ।

ବୃଷ: ସାବଧାନତା ଅବଲମ୍ବନ କରନ୍ତୁ । ନୂତନ କାର୍ଯ୍ୟାରମ୍ଭ କରିବା ମନା । ଦେହ ଭଲ ରହିବ ନାହିଁ । ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବ୍ୟସ୍ତତା ଓ ଦେହ ପୀଡାରେ କଷ୍ଟ ପାଇବେ । କାର୍ଯ୍ୟସ୍ଥଳରେ ଅଳସୁଆ ହେବେ । ଯାତ୍ରା ଶୁଭ ଅଟେ । ଅଧିକ ସମୟ ଦେବ ଦର୍ଶନରେ ଅତିବାହିତ କରନ୍ତୁ । ଶାରିରୀକ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତିର ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ ଏବଂ ଆପଣଙ୍କ ପ୍ରିୟଜନ ଏବଂ ପ୍ରେମିକାଙ୍କ ସହିତ ଏହି ଉପକାର ବହୁଳ ଭାବରେ ସେୟାର କରିବେ ।

ମିଥୁନ: ଗୁପ୍ତ କାର୍ଯ୍ୟ ସିଦ୍ଧି ଓ ମନ ଭଲ ରହିବ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ଯାତ୍ରା କରିବେ । ନୂତନ ବସ୍ତ୍ର ପରିଧାନ କରିବେ । ପ୍ରେମ ବାଣରେ ଆଜି କାହାକୁ ବଶିଭୂତ କରିପାରନ୍ତି । ଶାରୀରିକ ସୁସ୍ଥତା, ସାମାଜିକ ପ୍ରତିଷ୍ଠା ଓ ଖ୍ୟାତି ବଢିବ । ଶାରୀରିକ ସମ୍ୱନ୍ଧ ମଧୁରମୟ ହେବ । ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି । ଆପଣଙ୍କର ପୁଞ୍ଜିରୁ କିଛି ଧନ ବାଜେ ଖର୍ଚ୍ଚରେ ଲାଗିପାରେ । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।

କର୍କଟ: ଦିନଟି ଶୁଭ ଫଳ ଦାୟକ ଅଟେ । ପାରିବାରିକ ସମ୍ପର୍କ ଭଲ ରହିବ । କିଛି ଶୁଭ ଫଳ ପାଇବେ । ଯାହା କରିବେ ଯଶ ପାଇବେ, ଶରୀର ସୁସ୍ଥ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ ଅଟେ । ଚାକିରି କ୍ଷେତ୍ରରେ ଉନ୍ନତି । ଉପରିସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ସ୍ତ୍ରୀ ସାଙ୍ଗ ମାନଙ୍କ ସହ ମଧୁର ସମ୍ପର୍କ । ଶତୃ ପରାଜୟ ହେବେ । ପ୍ରାର୍ଥନା କରିବା, ଧର୍ମ ଗ୍ରନ୍ଥ ପଡିବା, ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରନ୍ତି ।

ସିଂହ: ଦିନଟି ଖୁସିରେ କଟିବ । ଉଚ୍ଚ ଚିନ୍ତା ଶକ୍ତି ହେବ । ପ୍ରେରଣା ପାଇବେ ନୂତନ କବିତା ଲେଖିବା ପାଇଁ । ପ୍ରେମାଳାପ ମଧୁର ଫଳ ଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀ ମାନଙ୍କ ଠାରୁ ଲାଭ ହେବ । କିଛି ଆୟୋଜକ ଭାବରେ କାମ କରିପାରନ୍ତି । ନୂଆ ପ୍ରକଳ୍ପ କିମ୍ୱା ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ । ଆଜି ଦିନ ସେଥିପାଇଁ ଅନୁକୂଳ ନୁହେଁ । ଆର୍ଥିକ କାରାବାର ବେଳେ ସତର୍କ ରୁହନ୍ତୁ ।

କନ୍ୟା: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରିରୀକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ । ଆପଣ ନିଶ୍ଚିତ ଭାବରେ ପଦନ୍ନୋତି ପାଇବା ଆଶା କରିବେ ଏବଂ ଅଫିସ୍ରେ ପ୍ରଶଂସାର ପାତ୍ର ହେବେ । ସାମାଜିକ ଭାବରେ ପ୍ରତିଷ୍ଠା ବଢ଼ିବ ।

ତୁଳା: ସୁଫଳ ଯୁକ୍ତ ଦିନଟି ହେବ । ଭାଇ ସହ ସମ୍ପର୍କ ବଢିବ । ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ । ଅର୍ଥ ବ୍ୟୟ ବଢିବ । ବିଦେଶରୁ ସୁ ସମ୍ୱାଦ ପ୍ରାପ୍ତି । ବିବାହ ଇତ୍ୟାଦି କାର୍ଯ୍ୟରେ ଯୋଗଦେବେ । ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ଭଲ ଅଟେ । ଶରୀର ଓ ମନ ଭଲ ରହିବ । ଧନ ଲଗାଣ କ୍ଷେତ୍ରରୁ ଲାଭ ବାନ ହେବେ । ସ୍ତ୍ରୀ ଙ୍କର ଭାଗ୍ୟ ଆପଣଙ୍କୁ ସହାୟ ହେବ । ଆପଣ ଗଭୀର ଭାବରେ ଭାଷା ଏବଂ ଜ୍ଞାନ ଭିତ୍ତିକ ବିଷୟ ଉପରେ ଅଧିକ ମଜ୍ଜି ରହିବେ । ନୂତନ ଆୟ ଉତ୍ସ ମିଳିବ ।

ବିଛା: ଯଦି ଆପଣ ଘରେ ସ୍ୱହାର୍ଦପୂର୍ଣ୍ଣ ପରିବେଶ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ଆପଣ ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ଅସାଧାରଣ ବ୍ୟବହାର ପାଇଁ କୌଣସି ବ୍ୟକ୍ତିଙ୍କୁ ମାନସିକ ଭାବରେ ଆଘାତ କରିପାରନ୍ତି । ଆପଣଙ୍କ ମନରେ ପ୍ରତିକୂଳ ଭାବନା ରଖନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ରହିପାରେ । ଭାବିଚିନ୍ତି ବନ୍ଧୁତ୍ୱ କରନ୍ତୁ । ଆଜିପାଇଁ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ଯୋଗ କିମ୍ୱା ଧ୍ୟାନ କରିବା ।

ଧନୁ: ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାକୁ ଆପଣ ନିଜକୁ ପ୍ରସ୍ତୁତ ରଖନ୍ତୁ । ଯେଉଁ କାର୍ଯ୍ୟକରିବାକୁ ଆପଣ ଯୋଜନା କରିଥିଲେ, ତାହା ଆଜି ସାରିବାକୁ ସକ୍ଷମ ହେବେ । ଏହା ଆପଣଙ୍କ ଉତ୍କଣ୍ଠିତ ଚିତ୍ତକୁ ଉତ୍ସାହିତ କରିପାରେ । ଆପଣଙ୍କ ଘରେ ଏକ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଏବଂ ଆପଣ ନିଜର ପ୍ରିୟଜନଙ୍କ ସଙ୍ଗ ଲାଭ କରି ଖୁସି ହେବେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।

ମକର: ଆଜି ଦିନଟି ଆପଣଙ୍କ ଧାର୍ମୀକ କାର୍ଯ୍ୟରେ ଅତିବାହିତ ହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିପାରେ । ଆଇନ ସମ୍ମତ କାଗଜପତ୍ର ସଂକ୍ରାନ୍ତୀୟ କର୍ମ ପାଇଁ ଆପଣ ଆଗ୍ରହ ପ୍ରକାଶ କରିପାରନ୍ତି । ମାତ୍ର ଆଦୌ କୌଣସି କାର୍ଯ୍ୟକରିବାକୁ ଆପଣଙ୍କ ଇଚ୍ଛା କମିଯିବ । ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ । ଶାରୀରିକ ସୁସ୍ଥତା ସୁନିଶ୍ଚିତ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ୱାରସ୍ଥ ହେବେ ।

କୁମ୍ଭ: ଆଜି ଆପଣଙ୍କ ଦିନଟି ଅତି ଶୁଭଙ୍କର ଅଟେ । ବ୍ୟବସାୟ ପାଇଁ ଆଜି ହିଁ ସର୍ବୋତ୍କୃଷ୍ଟ ଦିନ ଅଟେ । ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ । ଆପଣ କିଛି ନୂଆ ବନ୍ଧୁମଧ୍ୟ କରିବେ । ସେମାନଙ୍କ ସହ ଏକ ସଂକ୍ଷିପ୍ତ ପରିଭ୍ରମଣରେ ଯିବାର ସମ୍ଭାବନା ଅଛି । ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ପ୍ରକୃଷ୍ଟ ଦିନ ଅଟେ । ଆପଣ ଯଦି ବିବାହ କରିବାକୁ ଆଗ୍ରହ ପ୍ରକାଶ କରୁଥାଆନ୍ତି ତାହାହେଲେ ସଫଳ ହେବେ ।

ମୀନ: ବ୍ୟବସାୟ ପାଇଁ ଆଜି ସର୍ବୋତ୍କୃଷ୍ଟ ସମୟ । ଆପଣଙ୍କ ବୃତ୍ତିରେ ଆପଣଙ୍କର କଠିନ ପରିଶ୍ରମ ଓ ଦକ୍ଷତା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବ । ପଦୋନ୍ନତିର ଉଜ୍ୱଳ ସମ୍ଭାବନା ଅଛି । ପିତାଙ୍କଠାରୁ ଉପକୃତ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିପତ୍ତି ଓ ସମ୍ମାନ ମିଳିପାରେ । କାମରେ ଆପଣଙ୍କ ଚମକତା, ଏବଂ ଆପଣଙ୍କ ସ୍ଥିରତା, ଏବଂ ଆତ୍ମବିଶ୍ୱାସ ଆପଣଙ୍କୁ ଆଗକୁ ଆଗକୁ ଟାଣିବ ।
