ETV Bharat / politics

ବିଜେଡି ଭଳି କଂଗ୍ରେସର ଦୋମୁହାଁ ନୀତି: ବାବୁ ସିଂ - STUDENT DEATH ISSUE

ଘରୋଇ କଲେଜ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ । ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବିଧାୟକ ବାବୁ ସିଂ ।

MLA Babu Singh
MLA Babu Singh (ETV Bharat Odisha)
author img

By ETV Bharat Odisha Team

Published : Feb 23, 2025, 10:47 PM IST

ଭୁବନେଶ୍ବର: ଘରୋଇ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣା । କଂଗ୍ରେସକୁ ବିଜେପି ବିଧାୟକ ବାବୁ ସିଂଙ୍କ ଟାର୍ଗେଟ୍ । କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି କହିଛନ୍ତି ବିଧାୟକ ବାବୁ ସିଂ।

କଂଗ୍ରେସର ଦୋମୁହାଁ ନୀତି: ବାବୁ ସିଂ

ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, "ସମ୍ପୃକ୍ତ ପ୍ରସଙ୍ଗରେ ବିଜେଡି ପରେ କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି । ଅଚ୍ୟୁତ ସାମନ୍ତଙ୍କୁ କେବଳ ଏହି ଘଟଣାରେ ନୁହେଁ, ସେ କରିଥିବା ଜମି ଦୁର୍ନୀତି, ବେଆଇନ କୋଠା ନିର୍ମାଣ ନେଇ ତର୍ଜମା ଚାଲିଛି । ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣା ଘଟିବା ଦିନଠାରୁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ଚିନ୍ତିତ । ଯେଉଁମାନେ ଦୋଷୀ ସେମାନେ ନିଶ୍ଚିତ ଭାବେ ଦଣ୍ଡ ପାଇବେ। ପ୍ରଥମ ଥର ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି । ପୂର୍ବରୁ ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଛି, କିନ୍ତୁ କେବେ ଜେରାର ସମ୍ମୁଖୀନ ହୋଇ ନ ଥିଲେ । ଅଚ୍ୟୁତ ସାମନ୍ତଙ୍କୁ କେବଳ ଏହି ଘଟଣାରେ ନୁହେଁ। ସେ କରିଥିବା ଜମି ଦୁର୍ନୀତି, ବେଆଇନ କୋଠା ନିର୍ମାଣ ନେଇ ତର୍ଜମା ଚାଲିଛି । ଏଥିପାଇଁ ତାଙ୍କ ପାଖରୁ ସମସ୍ତ ପ୍ରକାର କାଗଜପତ୍ର ମଗା ଯାଇଛି ।"

Student Death Issue (ETV Bharat Odisha)

ଏହା ବି ପଢନ୍ତୁ...ଅଚ୍ୟୁତ ସାମନ୍ତଙ୍କୁ ଅଢେଇ ଘଣ୍ଟା ଜେରା, ନେପାଳ ଛାତ୍ରୀ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲା MEA

ଏହା ବି ପଢନ୍ତୁ...ନେପାଳ ଛାତ୍ରୀ ମୃତ୍ୟୁ ଘଟଣା: ନିରପେକ୍ଷ ତଦନ୍ତ ଦାବି କଲା ନେପାଳୀ ସମାଜ

'ପୂର୍ବ ସରକାର ଅନୁକମ୍ପା ଦେଖାଉଥିଲେ'
ସେ ଆହୁରି କହିଛନ୍ତି, "ସମ୍ପୃକ୍ତ ଘରୋଇ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି । କଂଗ୍ରେସ ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ଏହି ବିଶ୍ୱବିଦ୍ୟାଳୟକୁ ଛାଇ ଭଳି ସୁରକ୍ଷା ଦେଉଛନ୍ତି । କଂଗ୍ରେସ ନେତା ବିଶ୍ଵବିଦ୍ୟାଳୟ ପାଇଁ ଓକିଲାତି କରିବା ସହ ଅଚ୍ୟୁତ ସାମନ୍ତ ବୁଦ୍ଧଙ୍କ ସହ ସମାନ ବୋଲି କହୁଛନ୍ତି ।"

ବିଧାୟକ ସରୋଜ ପାଢୀ, "ଅଗ୍ରଣୀ ପ୍ରତିଷ୍ଠାନ କରିବେ ବୋଲି କ'ଣ ବେଆଇନ ନିର୍ମାଣ କରିବେ। ଜଙ୍ଗଲ ଜମିରେ ନିର୍ମାଣ କରିବେ, ବିନା ଅନୁମତିରେ ନିର୍ମାଣ କରିବେ ଆଉ ତାକୁ ସରକାର ବରଦାସ୍ତ କରିବେ। ବିଜେଡିର ସାଂସଦ ଥିଲେ । ବିଜେଡି ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିଲା । ଏବେ ଦୋଷୀଙ୍କ ବିରୋଧରେରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.