ETV Bharat / sports

241ରେ ଅଟକିଲା ପାକିସ୍ତାନ, ଭାରତ ପାଇଁ ବିଜୟ ଲକ୍ଷ୍ୟ 242 - IND VS PAK

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟରେ ଟିମ୍‌ ଇଣ୍ଡିଆର ଜବରଦସ୍ତ ବୋଲିଂ । ସର୍ବାଧିକ 3ଟି ଓ୍ବିକେଟ ନେଇଛନ୍ତି କୁଳଦୀପ ଯାଦବ ।

Champions Trophy 2025
Champions Trophy 2025 ((IANS Photo))
author img

By ETV Bharat Odisha Team

Published : Feb 23, 2025, 6:35 PM IST

Updated : Feb 23, 2025, 7:01 PM IST

ଦୁବାଇ: ଚାମ୍ପିଅନ୍ସ ଟ୍ରଫିରେ ଜାରି ରହିଛି ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ । 241ରେ ଅଲଆଉଟ ହେଲା ପାକ୍‌ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟରେ ଟିମ୍ ଇଣ୍ଡିଆର ଜବରଦସ୍ତ ବୋଲିଂ । ଭାରତୀୟ ବୋଲରଙ୍କ ବୋଲିଂରେ ଲୟ ହରାଇଲେ ପାକିସ୍ତାନ ବ୍ୟାଟର । ସର୍ବାଧିକ 3ଟି ଓ୍ବିକେଟ ନେଇଛନ୍ତି କୁଳଦୀପ ଯାଦବ । ପାକିସ୍ତାନ ପକ୍ଷରୁ ସର୍ବାଧିକ ରନ୍‌ କରିଛନ୍ତି ସାଉଦି ସଖିଲ । 76 ବଲରେ ସେ 61 ରନ କରିଛନ୍ତି । ସେହିପରି ମହମ୍ମଦ ରିଓ୍ବାଜ 46 ରନ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି । ବିଜୟ ପାଇଁ ଭାରତକୁ 242 ରନର ବିଜୟ ଲକ୍ଷ୍ୟ ଦେଇଛି ପାକିସ୍ତାନ । ଦିନିକିଆରେ ସର୍ବାଧିକ କ୍ୟାଚ ନେଇ ରେକର୍ଡ କଲେ ବିରାଟ କୋହଲି ।

ଭାରତୀୟ ବୋଲରଙ୍କ ଆଗରେ ଧରାଶାୟୀ ପାକିସ୍ତାନ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିମୟରେ ଦିନ 2ଟା 30ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଇମାମ ଉଲ ହକ ଓ ବାବର ଆଜମ । କିନ୍ତୁ ଓପନରଙ୍କୁ ବେଶି ସମୟ ପଡିଆରେ ତିଷ୍ଠି ରହିବାକୁ ଦେଇନଥିଲେ ଭାରତୀୟ ବୋଲର । ଫଳରେ ଭାରତୀୟ ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲା ପାକ୍‌ । ଭାରତୀୟ ଦଳ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ 3ଟି ଓ୍ବିକେଟ ନେଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା 2ଟି ଓ ହର୍ଷିତ ରାଣା, ଅକ୍ସର ପଟେଲ, ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-IND vs PAK: କୁଳଦୀପଙ୍କ ଘାତକ ବୋଲିଂ, ପାକିସ୍ତାନର ଅଷ୍ଟମ ଓ୍ବିକେଟ ପତନ - IND VS PAK LIVE MATCH UPDATES

ଏହା ମଧ୍ୟ ପଢନ୍ତୁ-ICC ଚାମ୍ପିଅନ୍ସ ଟ୍ରଫି: ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି - INDIA VS PAKISTAN MATCH

ସର୍ବାଧିକ ରନ୍‌ କରିଛନ୍ତି ସାଉଦି ଶାଖିଲ

ଦଳୀୟ ସ୍କୋର 41 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । ହାର୍ଦ୍ଧିକ ପାଣ୍ଡ୍ୟା ଇମାମ ଉଲ ହକ ଓ ବାବର ଆଜମଙ୍କ ଯୋଡିକୁ ଭାଙ୍ଗିବାରେ ସଫଳ ହୋଇଥିଲେ । ଆଉ ହୋଇ ମାତ୍ର 23 ରନ କରି ପାଭିଲିୟନକୁ ଫେରିଯାଇଥିଲେ ବାବର । ପରେ 47 ରନରେ ଦ୍ବିତୀୟ ଓ୍ବିକେଟ ପଡିଥିଲା । ମାତ୍ର 10 ରନ କରି ପାଭିଲିୟନକୁ ଫେରିଯାଇଥିଲେ ଇମାମ ଉଲ ହକ୍‌ । ତାଙ୍କୁ ରନ୍‌ ଆଉଟ କରିଥିଲେ ଅକ୍ସର ପଟେଲ । ପରେ ଦଳୀୟ ସ୍କୋରକୁ ଆଗକୁ ନେଉଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଲରେ 62 ରନ କରି ଆଉଟ ହୋଇଥିଲେ ଶାଖିଲ । ଦଳୀୟ ସ୍କୋର 159 ହୋଇଥିବା ବେଳେ ଚତୁର୍ଥ ଓ୍ବିକେଟ ପଡିଥିଲା । ରନ୍‌ କରିବାକୁ ସଂଘର୍ଷ କରି ଜଣଙ୍କ ପରେ ଜଣେ ପାକିସ୍ତାନ ଖେଳାଳି ଆଉଟ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରିଓ୍ବାଜ 46 ରନ କରିଥିବା ବେଳେ ଖୁସଦିଲ ଶାହ 38 ରନ କରିଛନ୍ତି ।

Last Updated : Feb 23, 2025, 7:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.