ETV Bharat / sports

OCA ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି - OCA NEW PRESIDENT

ଦ୍ବିତୀୟ ଥର ପାଇଁ ଓସିଏସର ସଭାପତି ଦାୟିତ୍ବ ସମ୍ଭାଳିବେ ପଙ୍କଜ ଲୋଚନ ମହାନ୍ତି । ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ।

OCA President Pankaj Lochan Mohanty
OCA President Pankaj Lochan Mohanty (ETV BHARAT ODISHA)
author img

By ETV Bharat Odisha Team

Published : Feb 23, 2025, 5:25 PM IST

କଟକ: ଓସିଏ ପାଇଲା ନୂଆ ସଭାପତି । ଓଡ଼ିଶା କ୍ରିକେଟ ଆସୋସିଏସନର ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। ପୂର୍ବତନ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ନିର୍ବାଚନରେ ନିର୍ଦ୍ୱନ୍ଦରେ ପଙ୍କଜଙ୍କ ନାମରେ ମୋହର ବାଜିଛି । ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଓଡିଶା କ୍ରିକେଟ ସଂଘ ସଭାପତି ଦାୟିତ୍ୱ ସମ୍ଭାଳିବେ ସେ । ଏନେଇ ଆଜି ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ପଙ୍କଜ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦା । ପୂର୍ବରୁ ମଧ୍ୟ ଓସିଏର ଉପ ସଭାପତି ଦାୟିତ୍ୱ ତୁଲାଇ ସାରିହନ୍ତି ପଙ୍କଜ ଲୋଚନ ମହାନ୍ତି।

ଦ୍ବିତୀୟ ଥର ଓସିଏ ସଭାପତି ହେଲେ ପଙ୍କଜ:

ପୂର୍ବରୁ ମଧ୍ୟ ଓସିଏର ଉପ ସଭାପତି ଦାୟିତ୍ୱ ତୁଲାଇ ସାରିହନ୍ତି ପଙ୍କଜ ଲୋଚନ ମହାନ୍ତି । 2019ରୁ 2022 ପର୍ଯ୍ୟନ୍ତ ସେ ଓସିଏ ସଭାପତି ଦାୟିତ୍ବରେ ଥିଲେ । ଏହାପରେ 2022 ମସିହାରେ ହୋଇଥିବା ନିର୍ବାଚନରେ ଓସିଏର ସଭାପତି ହୋଇଥିଲେ ପ୍ରଣବ ପ୍ରକାଶ ଦାସ ଓ ଉପସଭାପତି ହୋଇଥିଲେ ପଙ୍କଜ ଲୋଚନ ମହାନ୍ତି । ହେଲେ କାର୍ଯ୍ୟକାଳ ସରିବା ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ଇସ୍ତଫା ଦେଇଥିଲେ ବବି ଦାସ । ଯାହା ଫଳରେ ନିୟମ ଅନୁଯାୟୀ, 45 ଦିନ ମଧ୍ୟରେ ନୂଆ ସଭାପତି ଚୟନ କରିବା ନେଇ ଓସିଏ ପକ୍ଷରୁ ସୂଚନା ଜାରି କରାଯାଇଥିଲା । 2025 ଜାନୁଆରୀ ୧୩ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନେଇ ବିଜ୍ଞପ୍ତି ଜାରି ହୋଇଥିଲା । ଏହାପରେ ଫେବୃଆରୀ 15 ତାରିଖରୁ ବିଧିବଦ୍ଧ ନିର୍ବାଚନ ପ୍ରକ୍ରିୟା ଆଧାରରେ ଆଜି ନିର୍ଦ୍ୱନ୍ଦ୍ବରେ ସଭାପତି ଭାବରେ ପଙ୍କଜ ଲୋଚନ ମହାନ୍ତିଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଛି ଓଡିଶା କ୍ରିକେଟ ସଂଘ।

OCA President Pankaj Lochan Mohanty
OCA President Pankaj Lochan Mohanty (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-OCAରୁ ବବି ଦାସ ଆଉଟ୍‌, ସଭାପତି ପଦରୁ ଦେଲେ ଇସ୍ତଫା - BABI DAS QUIT OCA

ଏହା ମଧ୍ୟ ପଢନ୍ତୁ-ବବିଙ୍କ ସ୍ଥାନ ନେବେ କି ବେବି ? OCA ସଭାପତି ରେସରେ ପୂର୍ବତନ ରଣଜୀ ଖେଳାଳି - OCA PRESIDENT

ବାରବାଟୀ ନବକଳେବର ପାଇଁ ଚେଷ୍ଟା କରିବି:

ସଭାପତି ପଦବୀ ପାଇବା ପରେ ପଙ୍କଜ ଲୋଚନ ମହାନ୍ତି କହିଛନ୍ତି, ହାତରେ ଆଉ ଛ ,ସାତ ରହିଛି କାର୍ଯ୍ୟକାଳ ପୂରିବା ପାଇଁ । ତେଣୁ ଏହାରି ମଧ୍ୟରେ ବାରବାଟୀ ନବକଳେବର ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା ରହିବ । ମୁଖ୍ୟମନ୍ତ୍ରୀ, କ୍ରୀଡା ବିଭାଗ ସହ ଆଲୋଚନା ମଧ୍ୟ ହେବ । ଏହା ବ୍ୟତୀତ କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ବି ଖେଳାଳି ଆନ୍ତର୍ଜାତିକ ସ୍ତରରେ କିମ୍ବା ଭାରତୀୟ ଦଳରେ ଖେଳିଲେ ନାହିଁ । ହାତରେ ଆଉ ଅଳ୍ପ ଦିନ ତେଣୁ ଆଉ ଆଶା ନାହିଁ ମୋ ସମୟ ମଧ୍ୟରେ କିଏ ନୂଆ ଖେଳାଳି ଚୟନ ହୋଇ ପାରିବ। ସେଥିପାଇଁ ଆଗାମୀ ଦିନରେ କ୍ରିକେଟର ବିକାଶ ପାଇଁ କଟକରେ ଏମଜିଏମ ପକ୍ଷରୁ ଏକ କ୍ରିକେଟ ଏକାଡେମୀ କରାଯାଇଛି । ଯେଉଁଠି ରବି ଶାସ୍ତ୍ରୀ ପ୍ରଶିକ୍ଷଣ ଦେଉଛନ୍ତି ।

ଏହା ବ୍ୟତିତ ପୁରୀରେ ଓସିଏ ପକ୍ଷରୁ ଏକ ଏକଡେମୀ ନିର୍ମାଣ ହେବ । ଏହାଦ୍ୱାରା ଆଗାମୀ ଦିନରେ ଓଡ଼ିଆ ଖେଳାଳି ନିଶ୍ଚୟ ଆନ୍ତର୍ଜାତିକ ମ୍ୟାଚ ଖେଳିବାର ସୁଯୋଗ ପାଇ ପାରିବେ । ଏଯାବତ ରାଜ୍ୟରେ ୪୨ଟି ଏକାଡେମୀ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୋଇଛି । ଓସିଏର ସ୍ୱପ୍ନ ନିଶ୍ଚିତ ଭାବରେ ଆଗାମୀ ଦିନରେ ପୂର୍ଣ୍ଣ ହେବ ବୋଲି କହିଛନ୍ତି ପଙ୍କଜ ଲୋଚନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.