ଦୁବାଇ: ସୁପର ସଣ୍ଡେରେ ହାଇଭୋଲଟେଜ ଫାଇଟ । ଆଜି ଦୁବାଇରେ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ସବୁଠୁ ଚର୍ଚ୍ଚିତ ମ୍ୟାଚ ଖେଳାଯିବାକୁ ଯାଉଛି ।ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ମହା ମୁକାବିଲା ହେବାକୁ ଯାଉଛି । ଏହି ମ୍ୟାଚ ଉପରେ କେବଳ ଇଣ୍ଡିଆ- ପାକିସ୍ତାନ ନୁହେଁ ବରଂ ସାରା ବିଶ୍ୱର ନଜର । ସେପଟେ ପ୍ରଥମ ମ୍ୟାଚରେ ପରାଜୟ ହୋଇଥିବା ପାକିସ୍ତାନ ପାଇଁ ଆଜି କର ବା ମର ପରିସ୍ଥିତି ଥିବା ବେଳେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀକୁ ହରାଇ ସେମିରେ ପ୍ରବେଶ କରିବାକୁ ପ୍ରୟାସ କରିବ ଭାରତ । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ ।
Reasons to thank anek, greatest rivals sirf ek! 🙌🇵🇰✨
— Star Sports (@StarSportsIndia) February 18, 2025
Together, let's say Thank you Pakistan, Jeetega Toh Hindustan on THU 20 FEB, 10:30 PM (immediately after WPL post show), on Star Sports 1 & Star Sports 1 Hindi!
📺📱Start Watching FREE on @JioHotstar!
Do you know why are… pic.twitter.com/T48maECG8e
ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି:
ଦୁବାଇ ପଡିଆରେ ଭାରତ- ପାକିସ୍ତାନ କ୍ୟାପଟେନଙ୍କ ଉପସ୍ଥିତିରେ ଟସ ପଡିସାରିଛି । ପାକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିବା ବେଳେ ଫିଲ୍ଡିଂ କରିବ ଭାରତ ।
ଦୁବାଇରେ ୨ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମହାମୁକାବିଲା:
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ ଆଜି (ରବିବାର) ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ମୁହାଁମୁହିଁ ହେବେ ଭାରତ- ପାକିସ୍ତାନ । ଅପରାହ୍ନ ୨.୩୦ରେ ଆରମ୍ଭ ହେବ ଏହି ମ୍ୟାଚ । ତେବେ ଏହି ମ୍ୟାଚ ଉଭୟ ଟିମଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଥିବା ପାକିସ୍ତାନ ଆଜିର ମ୍ୟାଚ ଜିତି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ । ସେହିଭଳି ଭାରତ ପାକକୁ ହରାଇ ସେମିରେ ପ୍ରବେଶ କରିବାକୁ ଚେଷ୍ଟା କରିବ । ବ୍ୟାଟିଂକୁ ବାଦ ଦେଲେ ସ୍ପିନର- ପେସର ମଧ୍ୟରେ କାହାର ପଲ୍ଲା ଭାରି ରହିବ ତାହା ଉପରେ ଦର୍ଶକଙ୍କ ନଜର ରହିବ । ପାକର ପେସ୍ ବାହିନୀକୁ ରୋହିତ ବାହିନୀ ସାମ୍ନା କରିବେ ନା ଧରାଶାୟୀ ହେବେ ତାହା ଉପରେ ସମସ୍ତଙ୍କ ନଜର ।
ବିରାଟଙ୍କ ପାଇଁ ରେକର୍ଡ ସୁଯୋଗ:
ଏହି ମ୍ୟାଚରେ ବିରାଟ କୋହଲିଙ୍କ ପାଇଁ ନୂଆ ରେକର୍ଡ କରିବାର ସୁଯୋଗ ରହିଛି । ଆଜି ୧୫ରନ କଲେ ବିଶ୍ୱର ତୃତୀୟ ବ୍ୟାଟର ଭାବେ ଦିନିକିଆ କ୍ରିକେଟରେ ୧୪ହଜରା ରନ କ୍ଲବରେ ସାମିଲ ହେବେ ବିରାଟ । ଗତ ମ୍ୟାଚଗୁଡିକରେ ବିରାଟ କୋହଲିଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ନଥିବା ବେଳେ ଆଜିର ମ୍ୟାଚରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।
ପିଚ ରିପୋର୍ଟ:
ଦୁବାଇ ପିଚ ଉଭୟ ବ୍ୟାଟିଂ ଓ ବୋଲିଂ ପାଇଁ ଲାଭଦାୟକ । ପିଚ ମନ୍ଥର ହୋଇଥିଲେ ମଧ୍ୟ ନୂଆ ବଲରେ ପେସର ବୋଲରଙ୍କୁ ଓ୍ବିକେଟ ନେବା ସହଜ ହୋଇଥାଏ । ଏହି ପିଚରେ ବ୍ୟାଟର ଥରେ ସେଟ ହୋଇଗଲେ ରନ କରିବା ସହଜ ହୋଇଥାଏ । ଦୁବାଇରେ ଏପର୍ଯ୍ୟନ୍ତ ମୋଟ ୫୯ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି । ତେବେ ଏହି ମ୍ୟାଚଗୁଡିକୁ ଦେଖିଲେ, ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨୨ ଥର ଏବଂ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳ ୩୫ ଥର ବିଜୟୀ ହୋଇଛି । ଏହି ଗ୍ରାଉଣ୍ଡରେ ପ୍ରଥମ ଇନିଂସର ହାରାହାରି ସ୍କୋର ୨୧୮ ଏବଂ ଦ୍ୱିତୀୟ ଇନିଂସର ହାରାହାରି ସ୍କୋର ୧୯୮ ରନ । ଏଠାରେ ସର୍ବାଧିକ ସ୍କୋର ହେଉଛି ୩୫୫ ଏବଂ ସର୍ବନିମ୍ନ ସ୍କୋର ହେଉଛି ୯୧ ରନ ।

ଟସ ଜିତିଲେ ବ୍ୟାଟିଂ:
ଆଜିର ମ୍ୟାଚ ପାଇଁ ଟସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ପୂର୍ବ ମ୍ୟାଚକୁ ଦେଖିଲେ ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତି ନେବା ଶୁଭଙ୍କର ହୋଇପାରେ । ଦ୍ୱିତୀୟ ଭାଗରେ ପିଚ ମନ୍ଥର ହୋଇଯାଉଥିବାରୁ ବ୍ୟାଟିଂ କଷ୍ଟକର ହୋଇପଡୁଛି ।

ପ୍ଲେୟିଙ୍ଗ ଇଲେଭେନ:
ଭାରତ: ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ(ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଲରାଉଣ୍ଡର) , ରବିନ୍ଦ୍ର ଜାଡେଜା (ଅଲରାଉଣ୍ଡର), ଅକ୍ଷର ପଟେଲ (ଅଲରାଉଣ୍ଡର), ହର୍ଷିତ ରାଣା, ମହମ୍ମଦ ସାମି, କୁଳଦୀପ ଯାଦବ ।
ପାକିସ୍ତାନ: ଇମାମ ଉଲ ହକ୍, ବାବର ଆଜମ, ସାଉଦ ସକିଲ, ମହମ୍ମଦ ରିଜଓ୍ବାନ (ଅଧିନାୟକ ଓ ଓ୍ବିକେଟ କିପର), ସଲମାନ ଅଲ୍ଲି ଆଘା, ତୟାବ ତାହିର, ଖୁସଦିଲ ଶାହ, ସାହିନ ଆଫ୍ରିଦି, ନସିମ ଶାହ, ହ୍ୟାରିସ ରୌଫ, ଅବରାର ଅହମ୍ମଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ