ହାଇଦ୍ରାବାଦ: ଚାଇନିଜ କମ୍ପାନୀ ଭାରତୀୟ ବଜାରରେ Vivo V50 ସ୍ମାର୍ଟଫୋନ ପରେ ଆଉ ଏକ 5G ଫୋନ ଲଞ୍ଚ କରିବାକୁ ଯାଉଛି । ନୂଆ ହ୍ୟାଣ୍ଡସେଟ୍ Vivo T4x ସ୍ମାର୍ଟଫୋନ ବଜାରରେ Vivo T3x ସଫଳତା ଭାବରେ ଲଞ୍ଚ ହେବ । ଏହି ଫୋନକୁ କମ୍ପାନୀ ଲଞ୍ଚ କରିବାକୁ ଯାଉଥିବା ନେଇ Xରେ ଏକାଧିକ ପୋଷ୍ଟ କରିଛି । କିନ୍ତୁ ଏହାର ଅଫିସିଆଲ ଲଞ୍ଚ ତାରିଖ ସ୍ପଷ୍ଟ କରିନଥିବାବେଳେ ଏହା ଏକ୍ସକ୍ଲୁସିଭ ଭାବେ ଫ୍ଲିପକାର୍ଟରେ ବିକ୍ରି ଲାଗି ଉପଲବ୍ଧ କରାଇବା ନେଇ କମ୍ପାନୀ ସୂଚନା ଦେଇଛି ।
Vivo T4x: ଦାମ ଓ ଉପଲବ୍ଧତା
- ଭାରତରେ ଏହାର ପୂର୍ବ ମଡେଲ T3xର ଦାମ 13,999 ଟଙ୍କା ରହିଥିଲା । ତେବେ T4xର ଦାମ 15ହଜାର ଟଙ୍କା ତଳେ ରହିପାରେ ବୋଲି ଆଶା କରାୟାଉଛି ।
- ଫୋନଟି ଲଞ୍ଚ ହେବା ପରେ ଏକ୍ସଲୁସିଭ୍ ଭାବେ ବିକ୍ରି ଲାଗି ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଉପଲବ୍ଧ ହେବ ।
The vivo T4x 5G is coming in hot - faster, smarter, stronger.#GetSetTurbo #TurboLife #vivoT4x #ComingSoon pic.twitter.com/h73BpT5ugE
— vivo India (@Vivo_India) February 19, 2025
Vivo T4x: ସ୍ପେଶିଫିକେସନ
- କ୍ୟାମେରା ଓ AI ଫିଚର: ମାଇଁସ୍ମାର୍ଟପ୍ରାଇସ ରିପୋର୍ଟ ଅନୁସାରେ, ଫୋନର ପ୍ରାଇମେରି କ୍ୟାମେରା 50MP AI କ୍ୟାମେରା ହୋଇପାରେ । ଏଥିରେ ଏଆଇ ଫିଚର ଭାବେ AI Erase, AI Photo Enhance, AI Document Mode ଆଦି ମିଳିପାରେ ।
- ବ୍ୟାଟେରୀ: T4xରେ 6500mAh ବ୍ୟାଟେରୀ ମିଳିପାରେ, ଯାହାକି ଏହାର ସେଗମେଣ୍ଟରେ ପ୍ରଥମ ହେବ । T3xରୁ 500mAh ଅଧିକ ବ୍ୟାଟେରୀ ମିଳିବ । T3xରେ ଥିବା 44ୱାଟ୍ ୱେୟାର୍ଡ ଚାର୍ଜରଠାରୁ ଅଧିକ ୱାଟ୍ ମିଳିପାରେ ।
- ପ୍ରୋସେସର: ଏଥିରେ Dimensity 7300 SoC ମିଳିପାରେ । ଯାହାକି T3x ସ୍ମାର୍ଟଫୋନରେ ଥିବା Snapdragon 6 Gen 1 ଦ୍ରୁତ ।
- କଲର ଅପସନ: ଏହା ବ୍ଲାକ୍ ସମେତ Pronto Purple ଓ Marine Blueରେ ଉପଲବ୍ଧ ହୋଇପାରେ ।
କହି ରଖୁଛୁ କି, ଉପରେ ଦିଆଯାଇଥିବା ଫିଚରଗୁଡ଼ିକ ସମ୍ଭବଃ ଫିଚର ଅଟେ । କମ୍ପାନୀ ଲଞ୍ଚ ତାରିଖ ପୂର୍ବରୁ ଫୋନର ଡିଜାଇନ, କ୍ୟାମେରା ଆଦି ସମ୍ପର୍କରେ ସ୍ପଷ୍ଟ କରିବ । କିନ୍ତୁ ଏକାଧିକ ଲିକ୍ ତଥ୍ୟ ଓ କମ୍ପାନୀର X ପୋଷ୍ଟ ଅନୁସାରେ ଫୋନ ସମ୍ପର୍କରେ ଉପରୋକ୍ତ କିଛି ସୂଚନା ଦିଆଯାଇଛି ।
Get ready to live life large and stay turbocharged with the largest battery ever in the segment on the all-new vivo T4x 5G.#GetSetTurbo #TurboLife #vivoT4x #ComingSoon pic.twitter.com/NPaQi2oQm4
— vivo India (@Vivo_India) February 14, 2025
Vivo T3x ସମ୍ପର୍କରେ...
ଭିଭୋ T3x 5G ସ୍ମାର୍ଟଫୋନରେ 6000mAh ବ୍ୟାଟେରୀ ଯାହାକି 44ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ଥିବାବେଳେ ଏହା Snapdragon 6 Gen 1 SoC ପ୍ରୋସେସର ସହ ଆସିଛି । କଲର ଅପସନ ମଧ୍ୟରେ Crimson Bliss, Celestial Green ଓ Sapphire Blue ଉପଲବ୍ଧ । ଫୋନର 4GB + 128GB ଦାମ Rs. 12,499 ଥିବାବେଳେ 6GB ଓ 8GB ଅପସନ ଲାଗି ଯଥାକ୍ରମେ Rs. 13,999 ଓ Rs. 15,499 ରହିଛି ।