ETV Bharat / bharat

ମିଳିଲାନି ଟ୍ରେନ ଟିକେଟ, ବାଇକରେ ମହାକୁମ୍ଭ ମେଳାରେ ବୃଦ୍ଧ ଦମ୍ପତି - MAHA KUMBH 2025

ଇଚ୍ଛା ଶକ୍ତି ଆଗରେ ହାର ମାନିଲା ବୟସ । ମୋଟର ସାଇକେଲରେ ଆସି ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ଗୁଜୁରାଟର ପଟେଲ ଦମ୍ପତି ।

MAHA KUMBH ON MOTORCYCLE
MAHA KUMBH ON MOTORCYCLE (ETV Bharat)
author img

By ETV Bharat Odisha Team

Published : Feb 22, 2025, 12:05 PM IST

ଲକ୍ଷ୍ନୌ: ବୟସ ଆଗରେ ହାର ମାନିଲା ଦୃଢ଼ ଇଚ୍ଛା ଶକ୍ତି । ମିଳିଲାନି ଟ୍ରେନ ଟିକେଟ, ବାଇକରେ ମହାକୁମ୍ଭ ମେଳା ଆସିଲେ ବୃଦ୍ଧ ଦମ୍ପତି । ବିଶ୍ବାସ ରହିଛି ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ କୋଟି ପୂଣ୍ୟ ମିଳେ । ତେଣୁ ଗୁଜୁରାଟର ଜଣେ ବୃଦ୍ଧ ଦମ୍ପତି ବାଇକରେ ଶହ ଶହ କିଲୋମିଟର ଅତିକ୍ରମ କରି କୁମ୍ଭମେଳାରେ ବୁଡ଼ ପକାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଟ୍ରେନ ଟିକେଟ ନ ମିଳିବାରୁ କୌଣସି ଘାତ ପ୍ରତିଘାତକୁ ନଡରି ୭୦ ବର୍ଷ ବୟସରେ ମଧ୍ୟ ବାଇକରେ ଆସିଥିଲେ ଏହି ଦମ୍ପତି ।

  • ବାଇକରେ ଗୁଜୁରାଟରୁ ମହାକୁମ୍ଭ ଯାତ୍ରା :

ଏହି ଦମ୍ପତି ହେଲେ ଗୁଜୁରାଟର ମୈସାନା ଜିଲ୍ଲାର ଭାମଚ ଗାଁର ମହେନ୍ଦ୍ର ପଟେଲ (୭୩) ଓ ତାଙ୍କ ପତ୍ନୀ ଅସ୍ମିତା ପଟେଲ (୬୭) । ଏହି ଦମ୍ପତି ପ୍ରୟାଗରାଜ ମହାକୁମ୍ଭ ମେଳାରେ ବୁଡ଼ ପକାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ପ୍ରୟାଗରାଜ ଆସିବା ପାଇଁ କୌଣସି ଟ୍ରେନ ଟିକେଟ ମିଳିନଥିଲା । ଯାହାଫଳରେ ସେମାନେ ନିଜ ବାଇକରେ ଆସିବା ପାଇଁ ସ୍ଥିର କଲେ । ଫେବୃଆରୀ ୫ ତାରିଖରେ ଗୁଜୁରାଟରୁ ପ୍ରୟାଗରାଜ ଅଭିମୁଖେ ବାହରିଥିଲେ ମହେନ୍ଦ୍ର ଏବଂ ଅସ୍ମିତା । ହେଲେ ପ୍ରୟାଗରାଜରେ ପ୍ରବଳ ଭିଡ଼ ଥିବାରୁ ଦୁହେଁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ । ଏହାପରେ ଉତ୍ତର ଭାରତର ବିଭିନ୍ନ ମନ୍ଦିର ଭ୍ରମଣ କରି ଗତ ୨୦ ତାରିଖ ଦିନ ମହାକୁମ୍ଭ ମେଳାରେ ପହଞ୍ଚି ବୁଡ଼ ପକାଇଥିଲେ । ଏହାପରେ ସେମାନେ ମହାକାଳ ନଗରୀ ଉଜ୍ଜୟିନୀକୁ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି ।

MAHA KUMBH ON MOTORCYCLE
MAHA KUMBH ON MOTORCYCLE (ETV Bharat)
  • 'ଯେପର୍ଯ୍ୟନ୍ତ ସାହସ ଅଛି, ସେପର୍ଯ୍ୟନ୍ତ ତୀର୍ଥଯାତ୍ରା ଜାରି ରହିବ':

ମହେନ୍ଦ୍ର ପଟେଲ କହିଛନ୍ତି,"ପ୍ରୟାଗରାଜରେ ପ୍ରବଳ ଭିଡ଼ ହେତୁ ଆମେ ବୈଷ୍ଣୋ ଦେବୀ ବାହାରିଥିଲୁ । ବିକାନେରରୁ ପଞ୍ଜାବର ଅମୃତସରରେ ପହଞ୍ଚି ସ୍ବର୍ଣ୍ଣ ମନ୍ଦିର ଦେଇ ମାତା ବୈଷ୍ଣୋ ଦେବୀଙ୍କ ଦରବାରରେ ପୂଜାର୍ଚ୍ଚନା କଲୁ । ସେଠାରୁ ଆମେ ଉତ୍ତରାଖଣ୍ଡ ଅଭିମୁଖେ ଯାଇ ଚାରିଧାମ ମାର୍ଗ ଦେଇ ଉତ୍ତର ପ୍ରଦେଶରେ ପହଞ୍ଚିଲୁ । ଯେଉଁଠାରେ ଆମେ ମଥୁରା, ବୃନ୍ଦାବନ, ଗୋକୁଳ ଇତ୍ୟାଦି ମନ୍ଦିର ପରିଦର୍ଶନ କରିଥିଲୁ । ଏହା ପରେ ଅଯୋଧ୍ୟା ଏବଂ ବାରାଣସୀ ପରିଦର୍ଶନ କରିବା ପରେ ଗତ 20 ତାରିଖରେ ପ୍ରୟାଗରାଜରେ ପହଞ୍ଚି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲୁ । ଏହାପରେ ଆମେ ମହାକାଳ ନଗରୀ ଉଜ୍ଜୟିନୀକୁ ଯାତ୍ରା କରୁଛୁ । ଏହି ଯାତ୍ରା ସମୟରେ ଆମେ ପୁରା ଦିନ ଯାତ୍ରା କରୁଥିବା ବେଳେ ରାତିରେ କେବଳ 4 ରୁ 6 ଘଣ୍ଟା ବିଶ୍ରାମ ନେଉଥିଲୁ । ଯେ ପର୍ଯ୍ୟନ୍ତ ସାହସ ଅଛି, ସେପର୍ଯ୍ୟନ୍ତ ତୀର୍ଥଯାତ୍ରା ଜାରି ରହିବ । "

GUJARAT ELDERLY COUPLE IN MAHA KUMBH MELA
GUJARAT ELDERLY COUPLE IN MAHA KUMBH MELA (ETV Bharat)

ଏହା ମଧ୍ୟ ପଢନ୍ତୁ...ସରୁଛି ଦିନ ବଢୁଛି ରାଜସ୍ବ, ମହାକୁମ୍ଭ ମେଳାର ଆୟ ଆମେରିକା ଓ କାନାଡା ଜନସଂଖ୍ୟା ସହ ସମାନ - MAHA KUMBH 2025

ଏହା ମଧ୍ୟ ପଢନ୍ତୁ...ମହାକୁମ୍ଭରେ ବୁଡ଼ ପକାଇଲେ ବିଜୟ ଦେବରକୋଣ୍ଡା - VIJAY DEVERAKONDA IN MAHAKUMBH

ଏହା ମଧ୍ୟ ପଢନ୍ତୁ...ନ୍ୟାସନାଲ ଖେଳାଳୀ ଏବେ ସ୍ବାଧୀ, ମହାକୁମ୍ଭରେ ପହଞ୍ଚିଛନ୍ତି ଶୈଳଜା ଦେବୀ - MAHAKUMBH MELA 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.