ETV Bharat / state

ନେପାଳ ଛାତ୍ରୀ ମୃତ୍ୟୁ ଘଟଣା: ନିରପେକ୍ଷ ତଦନ୍ତ ଦାବି କଲା ନେପାଳୀ ସମାଜ - NEPALI STUDENT DEATH CASE

ଭୁବନେଶ୍ବରର ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣା । ପୋଲିସ କମିଶନରଙ୍କ ଦ୍ବାରସ୍ଥ ହେଲେ ନେପାଳୀ ସମାଜ ସଦସ୍ୟ । ଆଜି ସରୁଛି ଅଭିଯୁକ୍ତର ରିମାଣ୍ଡ ।

NEPALI STUDENT DEATH CASE
NEPALI STUDENT DEATH CASE (ETV Bharat Odisha)
author img

By ETV Bharat Odisha Team

Published : Feb 22, 2025, 1:52 PM IST

ଭୁବନେଶ୍ବର : ନେପାଳୀ ଛାତ୍ରୀ ମୃତ୍ୟୁ ପରେ ତେଜୁଛି ବିବାଦ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରହିଥିବା ବେଳେ ପୋଲିସ କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି ଭୁବନେଶ୍ବରରେ ରହୁଥିବା ନେପାଳୀ ସମାଜ । ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତରେ ଯେପରି କୌଣସି ବାଧା ନଉପୁଜେ ବା ସେନେଇ କୋୖଣସି ଚାପ ପ୍ରୟୋଗ ନ କରାଯାଏ । ସେଥିପାଇଁ ପୋଲିସ କମିସନରଙ୍କ କାର୍ଯ୍ୟଳୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

  • ନିରପେକ୍ଷ ତଦନ୍ତ ପାଇଁ ଦାବି:
    ନେପାଳ ସମାଜ ସଦସ୍ୟ ଗିରିରାଜ କହିଛନ୍ତି," ଯେଉଁଭଳି ଅଭିଯୋଗ ହୋଇଛି ପୋଲିସ ସେହିଭଳି ଦଫା ଲଗାଇ ତଦନ୍ତ କରିବା ନିହାତି ଦରକାର । କାରଣ ଛାତ୍ରୀ ଜଣଙ୍କୁ ପୂର୍ବରୁ ବହୁତ ଥର ନିର୍ଯାତନା କରାଯାଇଥିବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲା । ହେଲେ କାହିଁକି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କଲେ ନାହିଁ ? ଯାହାଫଳରେ ସେ ବାଧ୍ୟରେ ଜୀବନ ହାରିଲା । ତେଣୁ ଏଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଦାୟୀ । "
NEPALI STUDENT DEATH CASE (ETV Bharat Odisha)

ଅତିରିକ୍ତ ଡିସିପି ସୁରେଶ ପାତ୍ର କହିଛନ୍ତି, " ସେମାନେ ସିପି ସାରଙ୍କ ପାଇଁ ଦେଇଥିବା ଦାବିପତ୍ର ଆମେ ଗ୍ରହଣ କରିଛୁ । ସେମାନେ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି । କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନାହିଁ । "

ଏହା ମଧ୍ୟ ପଢନ୍ତୁ...ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଖସି ପଳାଉଥିଲେ ଛାତ୍ର, ବିମାନ ବନ୍ଦରରୁ ବାନ୍ଧିଲା ପୋଲିସ - NEPALI STUDENT DEATH

ଏହା ମଧ୍ୟ ପଢନ୍ତୁ...ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ନ୍ୟାୟ ଦାବି କଲେ ମୃତକଙ୍କ ବାପା, ସରକାର ଗଢ଼ିଲେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି - NEPAL STUDENT DEATH CASE

ଏହା ମଧ୍ୟ ପଢନ୍ତୁ...ନେପାଳୀ ଛାତ୍ରୀ ମୃତ୍ୟୁର ଅନୁଧ୍ୟାନ କଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି - NEPAL STUDENT DEATH CASE

ଆଜି ସରୁଛି ରିମାଣ୍ଡ ଅବଦ୍ଧି :

ମୃତ ଛାତ୍ରୀଙ୍କ ଭାଇ ଅଭିଯୋଗକୁ ଆଧାର କରି ପୋଲିସ ଇନଫୋସିଟି ଥାନାରେ କେସ ନମ୍ବର ୫୪/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଗତ ୧୭ ତାରିଖରେ ଅଭିଯୁକ୍ତ ଅଦବିକ ଶ୍ରୀବାସ୍ତବକୁ ଭୁବନେଶ୍ବର ବିମାନ ବନ୍ଦରରୁ ଗିରଫ କରିଥିଲା ପୋଲିସ । ତାଠାରୁ ଲାପଟପ୍ ଓ ମୋବାଇଲ ଫୋନ ଜବତ କରିବା ସହ କୋର୍ଟ ଚାଲାଣ କରିଥିଲା ପୋଲିସ । ଏହାପରେ ଗତ ୨୦ ତାରିଖରେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରୁଛି ପୋଲିସ । ଆଜି ଅଭିଯୁକ୍ତର ରିମାଣ୍ଡ ଅବଦ୍ଧି ଶେଷ ହେଉଥିବା ବେଳେ ପୋଲିସ ତଦନ୍ତ ଜରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.