ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି 2025ର ଚିକମିକ୍ ଟ୍ରଫି ଏବଂ ହ୍ୱାଇଟ୍ ଜ୍ୟାକେଟ୍ ପାଇବା ପାଇଁ ବିଶ୍ୱର ଟପ୍-8 ODI ଦଳ ମଧ୍ୟରେ ଆରମ୍ଭ ହୋଇସାରିଛି ଘମାସାନ ଲଢେଇ । 2017 ପରେ ପ୍ରଥମ ଥର ପାଇଁ ଏହି ମେଗା ଇଭେଣ୍ଟ ପାକିସ୍ତାନ ଏବଂ ୟୁଏଇରେ ଆୟୋଜିତ ହେଉଛି । ସମଗ୍ର ବିଶ୍ୱରେ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଟୁର୍ନାମେଣ୍ଟର ସବୁଠାରୁ ବଡ ମ୍ୟାଚ୍, ଭାରତ-ପାକିସ୍ତାନ ଲଢେଇକୁ ଅପେକ୍ଷା କରିଛନ୍ତି । ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଆସନ୍ତୁ ଜାଣିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ହେଡ୍ ଟୁ ହେଡ୍ ରେକର୍ଡ ।
ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ରେକର୍ଡ-
ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ବିପକ୍ଷରେ ପାକିସ୍ତାନ ପଲ୍ଲା ଭାରି ରହିଛି । ଫେବୃଆରୀ 2025 ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ 5 ଥର ମୁହାଁମୁହିଁ ହୋଇଛନ୍ତି । ଏହି ଅବଧି ମଧ୍ୟରେ ପାକିସ୍ତାନ 3 ଟି ମ୍ୟାଚ୍ ଜିତିଛି । ଏଥି ସହିତ ଭାରତ 2 ଟି ମ୍ୟାଚ୍ ଜିତିଛି । ଚାମ୍ପିଅନ୍ସ ଟ୍ରଫି 2004, 2009 ଏବଂ 2013 ରେ ଥରେ ଏବଂ ଦୁଇଥର ଚାମ୍ପିଅନ୍ସ ଟ୍ରଫି 2017 ରେ ଦୁଇ ଟିମ୍ ମୁହାଁମୁହିଁ ହୋଇଥିଲେ ।
Team India’s captain, #RohitSharma, is all set to take on the fiercest rivals and clinch his 4th ICC Title
— Star Sports (@StarSportsIndia) February 21, 2025
The Greatest Rivalry awaits – ROK SAKO TOH ROK LO!
📺📱 Start Watching FREE on JioHotstar#ChampionsTrophyOnJioStar 👉 #INDvPAK | SUN, 23rd FEB, 1:30 PM on Star Sports! pic.twitter.com/xZkgjT5G4C
ଚାମ୍ପିଅନ୍ସ ଟ୍ରଫି 2017 ଫାଇନାଲରେ ଭାରତକୁ ମାତ ଦେଲା ପାକିସ୍ତାନ-
ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ଟୁର୍ନାମେଣ୍ଟର 2017 ସଂସ୍କରଣର ଅନ୍ତିମ ମ୍ୟାଚରେ । ଲଣ୍ଡନର ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟାଇଟଲ ମ୍ୟାଚରେ ଭାରତୀୟ ଦଳକୁ 180 ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ପରାଜୟ ସହିତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍ ଜିତିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଗଲା । ଏହି ମ୍ୟାଚରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ପାକିସ୍ତାନ ବୋଲରଙ୍କ ଆଗରେ ମାଟି କାମୁଡିଥିଲା । ଏହି ମ୍ୟାଚ ଜିତି ଡିଫେଣ୍ଡିଂ ଚାମ୍ପିଅନ ହୋଇଥିଲା ପାକିସ୍ତାନ ଟିମ୍ ।
India Vs Pakistan poster by Star Sports. pic.twitter.com/qOUhLt56eH
— Mufaddal Vohra (@mufaddal_vohra) January 16, 2025
ବର୍ଷ | ସ୍ଥାନ | ଫଳାଫଳ |
2004 | ଏଜବାଷ୍ଟନ୍ ବର୍ମିଂହାମ | ପାକିସ୍ତାନ 3 ୱିକେଟରେ ବିଜୟୀ |
2009 | ସୁପରସ୍ପୋର୍ଟ ପାର୍କ, ସେଞ୍ଚୁରିଅନ୍ | ପାକିସ୍ତାନ 54 ରନରେ ବିଜୟୀ |
2013 | ଏଜବାଷ୍ଟନ୍, ବର୍ମିଂହାମ | ଭାରତ 8 ୱିକେଟରେ ବିଜୟୀ |
2017 | ଏଜବାଷ୍ଟନ୍, ବର୍ମିଂହାମ୍ | ଭାରତ 124 ରନରେ ବିଜୟୀ |
2017 | ଓଭାଲ, ଲଣ୍ଡନ | ପାକିସ୍ତାନ 180 ରନରେ ବିଜୟୀ |
23 ଫେବୃଆରୀ ଭାରତ-ପାକିସ୍ତାନ ମେଗା ମ୍ୟାଚ୍-
ଚାମ୍ପିଅନ୍ସ ଟ୍ରଫି 2025 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ 23 ଫେବୃଆରୀ 2025 ରବିବାର ଦିନ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହା ଦୁଇ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ୍ । 2017 ସଂସ୍କରଣର ଫାଇନାଲରେ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରାଯାଉଛି ।