ETV Bharat / technology

Apple ପରି ଭାରତରେ ଷ୍ଟୋର୍‌ ଖୋଲିବାକୁ ଯାଉଛି Google; ସବୁଠୁ ଆଗରେ ଏହି ସହର - GOOGLE FIRST RETAIL STORES IN INDIA

ଆପଲ୍‌ ପରେ ଏବେ ଗୁଗଲ୍‌ ଭାରତରେ ଏହାର ପ୍ରଥମ ରିଟେଲ୍‌ ଷ୍ଟୋର୍‌ ଖୋଲିବାକୁ ଯାଉଛି । ଆସନ୍ତା 6ମାସ ମଧ୍ୟରେ ଏହି ସହରରେ ଖୋଲିପାରେ ଷ୍ଟୋର୍‌ । ଅଧିକ ପଢନ୍ତୁ

Google set to open its first retail stores in India
Google set to open its first retail stores in India (Reuters)
author img

By ETV Bharat Tech Team

Published : Feb 22, 2025, 11:34 AM IST

ହାଇଦ୍ରାବାଦ: ଆପଲ୍‌ ପରେ ଏବେ ଗୁଗଲ୍‌ ଭାରତରେ ନିଜର ଫିଜିକାଲ୍‌ ଷ୍ଟୋର୍‌ ଖୋଲିବାକୁ ଯୋଜନା କରୁଛି । ଯଦି ଏପରି ହୁଏ ତେବେ ଏହା ଆମେରିକା ବାହାରେ କମ୍ପାନୀର ପ୍ରଥମ ରିଟେଲ୍‌ ଷ୍ଟୋର୍‌ ହେବ । ରଏଟର୍ସ ରିପୋର୍ଟ ଅନୁସାରେ ଏହି ଷ୍ଟୋର୍‌ ଲାଗି ଦିଲ୍ଲୀ ଓ ମୁମ୍ବାଇ ନିକଟବର୍ତ୍ତୀ ଅଞ୍ଚଳରେ ସ୍ଥାନ ଖୋଜା ଚାଲିଛି । ନିକଟରେ ଆପଲ୍‌ ଭାରତରେ 4ଟି ଆପଲ୍‌ ଷ୍ଟୋର୍‌ ଖୋଲିଥିବାବେଳେ ଏହି ରଣନୀତି କମ୍ପାନୀକୁ ସଫଳତା ପ୍ରଦାନ କରିଛି । ଏବେ ଗୁଗଲ୍‌ ବି ସମାନ ରାସ୍ତାରେ ଚାଲିବାକୁ ଯୋଜନା କରୁଛି ।

ଗୁଗଲ୍‌ରେ ଭାରତର ପ୍ରଥମ ଷ୍ଟୋର୍‌

ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ଏହାର ରିଟେଲ୍‌ ଷ୍ଟୋର୍‌ଗୁଡିକ ପାଇଁ ସ୍ଥାନ ଚୂଡ଼ାନ୍ତ କରିବାରେ ଗୁଗଲ୍ ଅନ୍ତିମ ପର୍ଯ୍ୟାୟରେ ଅଛି । ଟେକ୍ ଜଏଣ୍ଟ୍ ଗୁରୁଗ୍ରାମକୁ ଅନ୍ୟ ଏକ ସମ୍ଭାବ୍ୟ ସ୍ଥାନ ଭାବରେ ବିଚାର କରୁଥିବାବେଳେ ବେଙ୍ଗାଲୁରୁକୁ ଏହି ପ୍ରକ୍ରିୟାରେ ପୂର୍ବରୁ ରହିଛି । ଷ୍ଟୋର୍‌ଗୁଡିକ ପ୍ରାୟ 15,000 ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇପାରେ ଏବଂ ଆସନ୍ତା 6ମାସ ମଧ୍ୟରେ ଖୋଲିପାରେ ବୋଲି ଆଶା କରାଯାଉଛି । ଏହି ଆଉଟଲେଟ୍ ଗୁଡିକ ପିକ୍ସେଲ ସ୍ମାର୍ଟଫୋନ୍, ସ୍ମାର୍ଟୱାଚ୍ ଏବଂ ଇଅରବଡ୍ ସହିତ ଗୁଗଲ୍‌ର ହାର୍ଡୱେର୍ ଇକୋସିଷ୍ଟମ୍ ଉପଲବ୍ଧ କରାଇବ ।

Google Store
Google Store (Image Credit: Google)

ଏବେ ଗୁଗଲ୍‌ ପାଖରେ କେତେ ଷ୍ଟୋର୍‌ ?

ଗୁଗଲ୍‌ ନିକଟରେ ଏବେ ମୋଟ 5ଟି ଫିଜିକାଲ୍‌ ଷ୍ଟୋର୍‌ ଥିବାବେଳେ ସମସ୍ତ ଷ୍ଟୋର୍‌ଗୁଡ଼ିକ ଆମେରିକାରେ ଅଛି । ଏଠାରେ କମ୍ପାନୀ ନିଜର ପିକ୍ସେଲ ଫୋନ୍‌, ୱାଚ୍‌, ଇଅରବଡ୍ସ ବିକ୍ରି କରୁଛି । ଏବେ ଭାରତରେ ନିଜର ପ୍ରଡକ୍ଟ ବିକ୍ରି କରିବା ଲାଗି ଗୁଗଲ୍‌ ପ୍ରାଧିକୃତ ରିଟେଲର୍‌ଙ୍କ ଉପରେ ନିର୍ଭର କରୁଛି । ଅନ୍ୟପଟେ ଆପଲ୍‌ ସାରା ବିଶ୍ବରେ 500ରୁ ଅଧିକ ଷ୍ଟୋର୍‌ ଖୋଲିଛି । ଗୁଗଲ୍‌ ନିଜର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଆପଲ୍‌କୁ ଟକ୍କର ଦେବା ଲାଗି ଏହା ଉପରେ ଧ୍ୟାନ ଦେଉଛି । ଯଦି ସଫଳତା ମିଳେ, ତେବେ ଆଉ ଷ୍ଟୋର୍‌ ଖୋଲିବ ଗୁଗଲ୍‌ ।

ଭାରତରେ ଗୁଗଲ୍‌ ଲାଗି ସୁଯୋଗ

ଏହି ରିଟେଲ୍‌ ଷ୍ଟୋରଗୁଡ଼ିକର ଆଧିକାରିକ ଲଞ୍ଚ ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ, କିନ୍ତୁ ଗୁଗଲ୍‌ର ପ୍ରଥମ ରିଟେଲ୍‌ ଷ୍ଟୋର୍‌ ଭାରତୀୟ ବଜାରରେ ଏହାର ଉପସ୍ଥିତିକୁ ପୂର୍ବାପେକ୍ଷା ଅଧିକ ସୁଦୃଢ କରିବ । ଯେହେତୁ କମ୍ପାନୀ ସିଧାସଳଖ ଆପଲ୍‌ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି, ଏଥିଲାଗି ଭାରତୀୟ ଉପଭୋକ୍ତା ଖୁବଶୀଘ୍ର ଗୁଗଲ୍‌ଠାରୁ ପ୍ରିମିୟମ, ହ୍ୟାଣ୍ଡ୍ସ-ଅନ୍‌ ରିଟେଲ୍‌ ଅନୁଭବର ଆଶା ରଖିଛନ୍ତି ।

Google Store
Google Store (Image Credit: Google)

କହି ରଖୁଛୁ କି, ଗୁଗଲ୍‌ ପୂର୍ବରୁ ହିଁ ଭାରତରେ ଏହାର ପିକ୍ସେଲ ସ୍ମାର୍ଟଫୋନର ଉତ୍ପାଦନ କରି ସ୍ଥାନୀୟ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟାସ କରିଛି ଯାହାକି ଭାରତ ସରକାରଙ୍କ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ସମର୍ଥନ କରୁଛି ।

ଏହା ବି ପଢନ୍ତୁ
  1. Apple Retail Store In India: ଭାରତରେ ପ୍ରଥମ ଷ୍ଟୋର୍ ଖୋଲିଲା ଆପଲ୍
  2. Apple's Delhi store: ଦିଲ୍ଲୀରେ ଖୋଲିଲା ଆପଲ୍‌ର ଦ୍ବିତୀୟ ଷ୍ଟୋର୍
  3. ରାଜସ୍ବ ସଂଗ୍ରହରେ ଭାରତରେ Appleର ବଡ଼ ରେକର୍ଡ; ଆଉ 4ଟି ଷ୍ଟୋର ଖୋଲିବାକୁ ଘୋଷଣା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.