ETV Bharat / sports

କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ - SOURAV GANGULY CAR ACCIDENT

ପଶ୍ଚିମବଙ୍ଗ ଦୁର୍ଗାପୁର ଏକ୍ସପ୍ରେସ ୱେରେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ କୁ ପଛରୁ ପିଟିଲା ଅନ୍ୟ ଗାଡ଼ି ।

SOURAV GANGULY CAR ACCIDENT
SOURAV GANGULY CAR ACCIDENT (IANS Photo)
author img

By ETV Bharat Odisha Team

Published : Feb 21, 2025, 11:44 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତବେଗରେ ଆସୁଥିବା ଏକ ମାଲବାହୀ ଟ୍ରକ ହଠାତ ଗାଙ୍ଗୁଲିଙ୍କ କାର ସାମ୍ନାକୁ ଆସିଯାଇଥିଲା । ସୌରଭଙ୍କ ଡ୍ରାଇଭର ହଠାତ୍ ବ୍ରେକ୍ ମାରିବାରୁ ପଛରେ ଥିବା କାରଗୁଡ଼ିକ ପରସ୍ପର ସହିତ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣା ଗତକାଲି (ଗୁରୁବାର) ରାତିରେ ପଶ୍ଚିମବଙ୍ଗର ଦୁର୍ଗାପୁର ଏକ୍ସପ୍ରେସୱେରେ ଘଟିଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ସୌରଭଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ:

ମିଡିଆ ରିପୋର୍ଟ ଅନୁସାରେ, ଗତକାଲି(ଗୁରବାର)ରାତିରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବର୍ଦ୍ଧମାନ ଯାଉଥିଲେ । ଏହି ସମୟରେ ଦୁର୍ଗାପୁର ଏକ୍ସପ୍ରେସୱେରେ ଏକ ମାଲବାହୀ ଗାଡ଼ି ହଠାତ ସୌରଭ ଗାଙ୍ଗୁଲିଙ୍କ ଗାଡ଼ି ଆଗକୁ ଆସି ଯାଇଥିଲା । ସେପଟେ ସୋରଭଙ୍କ ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡ଼ିର ବ୍ରେକ ମାରିଥିଲେ । ଗାଡ଼ିଟି ହଠାତ ଅଟକିବା ଫଳରେ ପଛରେ ଆସୁଥିବା କିଛି ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲେ । ଏହାସହ ଗାଙ୍ଗୁଲିଙ୍କ ଗାଡ଼ିକୁ ପଛରୁ ଆଉ ଏକ ଗାଡ଼ି ଧକ୍କା ଦେଇଥିଲା । ସୌଭାଗ୍ୟ ବଶତଃ, ଦୁର୍ଘଟଣାରେ କାହାକୁ ଆଘାତ ଲାଗିନାହିଁ । କାହାର କିଛି କ୍ଷତି ହୋଇ ନଥିବା ବେଳେ ସୌରଭ ଗାଙ୍ଗୁଲି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...

ଦିଲ୍‌ ନେଲେ ଗିଲ୍‌, ମାରିଲେ ସେଞ୍ଚୁରୀ: ବିଜୟରୁ ଟିମ ଇଣ୍ଡିଆର ଚାମ୍ପିଅନ୍ସ ଟ୍ରଫି ଅଭିଯାନ

ହାଟ୍ରିକରୁ ଅଳ୍ପକେ ବର୍ତ୍ତିଲେ ଅକ୍ଷର, ହାତ ଯୋଡି କ୍ଷମା ମାଗିଲେ ରୋହିତ

ଚାମ୍ପିଅନ୍ସ ଟ୍ରଫିରେ ହଇଚଇ ରଚିବେ ଟିମ୍ ଇଣ୍ଡିଆର ଟପ୍-5 ବ୍ୟାଟର ! ଦେଖନ୍ତୁ ରେକର୍ଡ

ସୌରଭ ଗାଙ୍ଗୁଲିଙ୍କ କ୍ରିକେଟ କ୍ୟାରିୟର:

ସୌରଭ ଗାଙ୍ଗୁଲି ୧୯୯୨ରୁ ୨୦୦୮ ମସିହା ପର୍ଯ୍ୟନ୍ତ ଭାରତ ପାଇଁ କ୍ରିକେଟ ଖେଳିଛନ୍ତି । ସେ ଭାରତ ପାଇଁ ଟେଷ୍ଟ ଏବଂ ଦିନିକିଆ (ୱାନଡେ) ଫର୍ମାଟ ଖେଳିଛନ୍ତି । ଗାଙ୍ଗୁଲି ଭାରତ ପାଇଁ ୧୧୩ ଟେଷ୍ଟ ମ୍ୟାଚ୍‌ର ୧୮୮ ଇନିଂସରେ ୧୬ ଶତକ ଏବଂ ୩୫ ଅର୍ଦ୍ଧଶତକ ସହିତ ୭୨୧୨ ରନ୍ କରିଛନ୍ତି । ଏହା ବ୍ୟତୀତ ସେ ୩୧୧ଟି ODI ମ୍ୟାଚ୍‌ର ୩୦୦ ଇନିଂସରେ ୨୨ ଶତକ ଏବଂ ୭୨ଟି ଅର୍ଦ୍ଧଶତକ ସହିତ ୧୧୩୬ ରନ କରିଛନ୍ତି । ଏହା ବ୍ୟତୀତ, ଜଣେ ବୋଲର ଭାବରେ, ସେ ଟେଷ୍ଟ ମ୍ୟାଚରେ ୩୨ଟି ଏବଂ ଦିନିକିଆରେ ୧୦୦ଟି ୱିକେଟ ମଧ୍ୟ ନେଇଛନ୍ତି । ସୌରଭ ଗାଙ୍ଗୁଲି ବର୍ତ୍ତମାନ ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଜଣେ ମେଣ୍ଟର ଭାବରେ ଜଡିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.