ETV Bharat / state

ବଞ୍ଚି ଥାଉ ଥାଉ ମାରିଦେଲେ ! ବୃଦ୍ଧାଙ୍କୁ ମିଳୁନି ଭତ୍ତା - BENEFICIARY NOT GETTING PENSION

ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ମାଳତୀ । ବଞ୍ଚି ଥାଉ ଥାଉ ମୃତ ଦର୍ଶାଇ ହିତାଧିକାରୀ ତାଲିକାରୁ ନାଁ ବାଦ ପଡିଛି । ପ୍ରତିଶ୍ରୁତି ଦେଲେ ବିଡିଓ

Beneficiary Not Getting Pension
Beneficiary Not Getting Pension (ETV Bharat Odisha)
author img

By ETV Bharat Odisha Team

Published : Feb 19, 2025, 10:40 PM IST

ଯାଜପୁର: ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ହିତାଧିକାରୀ ତାଲିକାରୁ ନାଁ ବାଦ୍ ଦିଆଯାଇଛି । ଫଳରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଜଣେ ବୃଦ୍ଧା । ରାଜ୍ୟ ସରକାରଙ୍କ ପକ୍ଷରୁ ବୃଦ୍ଧ ଓ ବୃଦ୍ଧାଙ୍କୁ ସହଯୋଗ କରିବା ପାଇଁ ଭତ୍ତା ପ୍ରଦାନ କରାଯାଉଛି l ହେଲେ ଏହା କ'ଣ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି କି ? କିଛି ଅସାଧୁ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ପାଇଁ ଯୋଜନାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକର ମାଳତୀ ସେଠୀଙ୍କ କ୍ଷେତ୍ରରେ ।

Beneficiary Not Getting Pension
Beneficiary Not Getting Pension (ETV Bharat Odisha)

ଜୀବିତଙ୍କୁ ଦର୍ଶାଗଲା ମୃତ:

ଅନେକ ସମୟରେ ଭତ୍ତା ପାଇଁ ବୃଦ୍ଧ ଓ ବୃଦ୍ଧାମାନେ ବ୍ଲକକୁ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି । ବହୁ କଷ୍ଟପରେ ଭତ୍ତା ପାଇଁ ଯଦିଓ ବ୍ୟବସ୍ଥା ହୋଇଯାଉଛି, କିନ୍ତୁ ଅସାଧୁ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁ ବଞ୍ଚିତ ହେଉଛନ୍ତି ବୃଦ୍ଧା ଓ ବୃଦ୍ଧମାନେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଞ୍ଚାୟତର ରାଣୀଗୋଡ଼ା ଗାଁରେ l ଏହି ଗାଁରେ ତିନି ପୁଅ ବୋହୂଙ୍କୁ ନେଇ ବସବାସ କରନ୍ତି ବୃଦ୍ଧା ମାଳତୀ ସେଠି l ମାଳତୀ ଏବେ ପକ୍ଷାଘାତ ରୋଗରେ ପୀଡିତ । ହେଲେ ମୃତ୍ୟୁ ହୋଇଯାଇଥିବା ନେଇ ସରପଞ୍ଚ ଭୁଲ ରିପୋର୍ଟ ଦେବା ଯୋଗୁ ଆଜି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ମାଳତୀ ।

ବିଧାୟକ ଓ ବିଡିଓଙ୍କୁ ଅଭିଯୋଗ:

ରାଣୀଗୋଡା ଗାଁର ସ୍ବର୍ଗତଃ ବାବାଜୀ ସେଠୀଙ୍କ ପତ୍ନୀ ହେଉଛନ୍ତି ମାଳତୀ ସେଠୀ l ବୟସ ପାଖାପାଖି 78 ବର୍ଷ ହେବ । ସେ କେନ୍ଦ୍ର ସରକାରଙ୍କ ଏନଏସପି ଯୋଜନା ମାଧ୍ୟମରେ ମାସକୁ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ l ତାଙ୍କ କ୍ରମିକ ନଂ-ଓଆରଏସ 04068823 l କିନ୍ତୁ ଅଚାନକ ଗତ ଦୁଇମାସ ହେବ ହଠାତ ଟଙ୍କା ବ୍ୟାଙ୍କ ଖାତାକୁ ଆସିବା ବନ୍ଦ ହୋଇଗଲା l ଏହି କଥା ତାଙ୍କ ପୁଅ ଦୟାନିଧି ସେଠୀ ଜାଣିବା ପରେ ପ୍ରଥମେ ପଞ୍ଚାୟତ ଓ ପରବର୍ତ୍ତୀ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଭତ୍ତା ଟଙ୍କା ନଆସିବା ପଛର କାରଣ ଜାଣିବାକୁ ଯାଇଥିଲେ l ଏଥିସହିତ ବିଭାଗକୁ ପଚାରିବାରୁ ସେ ଜାଣିବାକୁ ପାଇଥିଲେ ଯେ, ସ୍ଥାନୀୟ ସରପଞ୍ଚ ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ତାଙ୍କ ମା'ଙ୍କର ମୃତ୍ୟୁ ହେବା ଦର୍ଶାଯାଇଛି । ଫଳରେ ପୋର୍ଟାଲରୁ ନାଁ କଟାଯାଇଛି । ଭତ୍ତା ପ୍ରଦାନ କରୁଥିବା ଅଧିକାରୀଙ୍କ ଠାରୁ ଏହି କଥା ଶୁଣିବା ପରେ ଦୟାନିଧି କୋରେଇ ବିଧାୟକ ଓ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ l

'ଭତ୍ତା ଦିଅ ସରକାର'

ସେପଟେ ବୃଦ୍ଧା ମାଳତୀ ଏବେ ପକ୍ଷାଘାତ ରୋଗରେ ପୀଡିତ ଥିବାବେଳେ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ମାଳତୀ କହିଛନ୍ତି, "ମୁଁ ଚଳିବି କେମିତି? ମୋ ପୁଅ ଯାହା ଯେମିତି କରି ଦୁଃଖେ ସୁଖେ ଚଳାଉଛି । ସରକାର ସାହାଯ୍ୟ କରନ୍ତୁ ।" ସେପଟେ ମା' ଜୀବିତ ଥିବାବେଳେ ଏଭଳି ମୃତ ଦର୍ଶାଇ ଭତ୍ତା ଟଙ୍କା ବନ୍ଦ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତକଙ୍କ ପୁଅ ଦୟାନିଧି ସେଠୀ l

ଏହା ବି ପଢନ୍ତୁ...ETV Bharat IMPACT: ତ୍ରୁଟି ସୁଧାରିଲା ପ୍ରଶାସନ, ଶତାୟୁ ବୃଦ୍ଧାଙ୍କୁ ମିଳିଲା ଭତ୍ତା

ଏହା ବି ପଢନ୍ତୁ...ଗଞ୍ଜାମରେ ମନ୍ତ୍ରୀ ବାଣ୍ଟିଲେ ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା

କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ:

ଏହି ଘଟଣାକୁ ନେଇ ଦୃଢ ନିନ୍ଦା କରିବା ସହିତ ଏହି ଅସହାୟ ବୃଦ୍ଧାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରି ସହିତ ଘଟଣାର ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ରବୀନ୍ଦ୍ର କୁମାର ନାୟକ l ସେପଟେ ବିଡିଓ ଅବନୀକାନ୍ତ ସାହୁ କହିଛନ୍ତି, "ଏହି ଘଟଣା ସମ୍ପର୍କରେ ଅବଗତ ଅଛି । ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଭତ୍ତା ପାଇଁ ମାଳତୀଙ୍କ ନାଁ ପୋର୍ଟାଲରେ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.