ETV Bharat / sports

ଅଲଗା ହେଲେ କି ଚହଲ-ଧନଶ୍ରୀ ? ସୋସିଆଲ ମିଡିଆରେ ଛାଡପତ୍ର ଚର୍ଚ୍ଚା - YUZVENDRA CHAHAL DIVORCE

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ସହମତିରେ ନେଲେ ଡିଭୋର୍ସ । ସୋସିଆଲ ମିଡିଆରେ ଏପରି କିଛି ଚର୍ଚ୍ଚା ।

YUZVENDRA CHAHAL DIVORCE
YUZVENDRA CHAHAL DIVORCE (IANS)
author img

By ETV Bharat Odisha Team

Published : Feb 21, 2025, 3:37 PM IST

ହାଇଦ୍ରାବାଦ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ଶେଷରେ ଅଲଗା ହୋଇଗଲେ ଟିମ୍ ଇଣ୍ଡିଆର ଅଭିଜ୍ଞ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା । ଉଭୟଙ୍କ ଛାଡପତ୍ର ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପରସ୍ପରର ସହମତିରେ ଉଭୟଙ୍କ ଡିଭୋର୍ସ ହୋଇଛି ବୋଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି । କିଛି ମାସ ହେବ ଉଭୟଙ୍କ ଛାଡପତ୍ର ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ଶେଷରେ ତାହା ହିଁ ସତ ପ୍ରମାଣିତ ହୋଇଛି । ଚହଲ ଓ ଧନଶ୍ରୀ ଅଲଗା ହୋଇଯାଇଥିବା ନେଇ ସୋସିଆଲ ମିଡିଆରେ ଉଭୟ ପୋଷ୍ଟ ସେୟାର କରି ସଙ୍କେତ ଦେଇଛନ୍ତି । ତେବେ ଏନେଇ ଆନୁଷ୍ଠାନିକ ଭାବେ ଉଭୟେ କିଛି ଘୋଷଣା କରିନାହାନ୍ତି ।

ଚହଲ ଓ ଧନଶ୍ରୀଙ୍କ ଛାଡପତ୍ର:

ଛାଡପତ୍ର ନେଇ ଉଭୟ ସୋସିଆଲ ମିଡିଆ ପୋଷ୍ଟରେ ସଙ୍କେତ ଦେଇଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି । ସୂଚନା ଅନୁଯାୟୀ, ଦମ୍ପତିଙ୍କ ଛାଡପତ୍ର ମାମଲା ସହିତ ଜଡିତ ଚୂଡ଼ାନ୍ତ ଶୁଣାଣି ଗୁରୁବାର ଦିନ ହୋଇଥିଲା । ଶୁଣାଣି ସମୟରେ ଉଭୟ ସେଠାରେ ଉପସ୍ଥିତ ଥିଲେ। ରିପୋର୍ଟ ଅନୁଯାୟୀ, ୪୫ ମିନିଟ୍ ଧରି ଚାଲିଥିଲା ​​ଶୁଣାଣି ଚାଲିଥିଲା । ବିଚାରପତି ଉଭୟଙ୍କୁ କାଉନସେଲିଂ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଦୁହେଁ ଏହି ନିଷ୍ପତ୍ତିରେ ସହମତ ନହୋଇ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଚହଲ ଧନଶ୍ରୀଙ୍କ ଭରଣପୋଷଣ ପାଇଁ 60 ଲକ୍ଷ ଟଙ୍କା ଦେବାକୁ ପଡ଼ିପାରେ । ଶୁଣାଣି ଶେଷରେ ବିଚାରପତି ଉଭୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ଏହା ମଧ୍ୟ ପଢନ୍ତୁ-ଅଲଗା ହୋଇଯିବେ ଚହଲ-ଧନଶ୍ରୀ ! ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା - CHAHAL DHANASHREE DIVORCE

ଏହା ମଧ୍ୟ ପଢନ୍ତୁ-ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ; ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା - Hardik pandya Natasa divorce - HARDIK PANDYA NATASA DIVORCE

ଏହା ମଧ୍ଯ ପଢନ୍ତୁ-ଚହଲଙ୍କ ସହ ଛାଡ଼ପତ୍ର ଗୁଜବ ନେଇ ମୁହଁ ଖୋଲିଲେ ଧନଶ୍ରୀ, କହୁ କହୁ କହିଦେଲେ ... - UZVENDRA CHAHAL DIVORCE RUMORS

ଛାଡପତ୍ର ପୂର୍ବରୁ ଉଭୟଙ୍କ ସୋସିଆଲ ମିଡିଆ ପୋଷ୍ଟ:

ଚହଲ ଶୁଣାଣି ପୂର୍ବରୁ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ, ''ଭଗବାନ ମୋତେ ଯେତେଥର ରକ୍ଷା କରିଛନ୍ତି ତାହା ମୁଁ ଗଣି ବି ପାରିବିନି । ତେଣୁ ମୁଁ କେବଳ ଅନୁଭବ କରିପାରିବି ଯେ ମୋତେ କେତେ ଥର ମୋତେ ରକ୍ଷା କରିଛନ୍ତି । ଯାହା ବିଷୟରେ ମୁଁ ଜାଣିନାହିଁ। ଭଗବାନ ମୋ ସହ ସବୁବେଳେ ରହିଥିବାରୁ ତମକୁ ଧନ୍ୟବାଦ, ଯେତେବେଳେ ମୁଁ ଜାଣିବି ନଥାଏ । ''

ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବିଶ୍ୱାସକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, ''ଚାପରୁ ଆଶୀର୍ବାଦ ପର୍ଯ୍ୟନ୍ତ, ଭଗବାନ ଆମର ଚିନ୍ତା ଏବଂ ପରୀକ୍ଷାକୁ କିପରି ଆଶୀର୍ବାଦରେ ପରିଣତ କରିପାରନ୍ତି ତାହା ଆଶ୍ଚର୍ଯ୍ୟଜନକ ନୁହେଁ କି ? ଯଦି ଆପଣ ଆଜି କୌଣସି ବିଷୟକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଜାଣନ୍ତୁ ଯେ ଆପଣଙ୍କ ପାଖରେ ଏକ ବିକଳ୍ପ ଅଛି । ତୁମେ ଚିନ୍ତା କରି ରହିପାରିବ କିମ୍ବା ତୁମେ ସବୁକିଛି ଭଗବାନଙ୍କ ଉପରେ ସମର୍ପଣ କରି ସବୁକିଛି ପାଇଁ ପ୍ରାର୍ଥନା କରିବାକୁ ବାଛିପାରିବ । ଈଶ୍ୱର ଆପଣଙ୍କ ମଙ୍ଗଳ ପାଇଁ ସବୁକିଛି ଏକା ସାଙ୍ଗରେ କରିପାରିବେ ବୋଲି ଏହି ବିଶ୍ୱାସ ରଖିବା ଆବଶ୍ୟକ । ''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.