ହାଇଦ୍ରାବାଦ: ଦେଶର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ନୂଆ DM (ଡିରେକ୍ଟ ମେସେଜ) ଫିଚର ସମ୍ପର୍କରେ ଘୋଷଣା କରିଛି । ପ୍ଲାଟଫର୍ମ ନୂଆ ଫିଚର ସହ ୟୁଜରଙ୍କୁ ଅନେକ ନୂଆ ନୂଆ ସୁବିଧା ପ୍ରଦାନ କରି ଉନ୍ନତ ଅନୁଭବ ଦେବାକୁ ଲକ୍ଷ୍ୟ ରଖିଛି । ମେଟା ମାଲିକାନାରେ ଥିବା ଏହି ଫଟୋ ଓ ଭିଡିଓ ସେୟାରିଂ ଆପ୍ରେ ୟୁଜର ମେସେଜ ଟ୍ରାନ୍ସଲେସନ୍, ମ୍ୟୁଜିକ୍ ଷ୍ଟିକର, ସେକ୍ୟୁଲ ମେସେଜ, ପିନ୍ଡ କଣ୍ଟେଣ୍ଟ ଓ ଗ୍ରୁପ ଚାଟ୍ QR କୋଡ୍ ସୁବିଧା ପାଇପାରିବେ ।
ଇନଷ୍ଟାଗ୍ରାମର ନୂଆ DM ଫିଚର

- ମେସେଜ ଟ୍ରାନ୍ସଲେସନ: ଇନଷ୍ଟାଗ୍ରାମ ଏକ ନୂଆ ମେସେଜ ଅନୁବାଦ ଫିଚର ଆଣିଛି, ଯାହାକି ୟୁଜରଙ୍କୁ ସେମାନଙ୍କର DMରେ ମେସେଜ ଅନୁବାଦ କରିବାକୁ ଅନୁମତି ଦେଇଥାଏ । ଏହାଦ୍ବାରା ପୂରା ବିଶ୍ବରେ ୟୁଜରଙ୍କ ଅନ୍ୟ ବନ୍ଧୁମାନଙ୍କ ସହିତ ଯୋଗାଯୋଗ ସହଜ ହେବ ବୋଲି ଆଶା କରାଯାଉଛି । ଚାଟ୍ରେ ଏକ ମେସେଜ ଅନୁବାଦ କରିବାକୁ ଆପଣଙ୍କୁ ମେସେଜ୍ ଉପରେ ଧରି 'Translate' ଟ୍ୟାପ୍ କରିବାକୁ ପଡ଼ିବ । ମେସେଜର ଅନୁବାଦିତ ସଂସ୍କରଣ ଚାଟ୍ରେ ମୂଳ ମେସେଜ ତଳେ ଦେଖାଯିବ ।

- ମ୍ୟୁଜିକ୍ ଷ୍ଟିକର: ସମସ୍ତଙ୍କ ସହ ଗୀତ ସେୟାର କରିବା ପାଇଁ ଇନଷ୍ଟାଗ୍ରାମ ଏକ ନୂତନ ଉପାୟ ଆପ୍ରେ ଯୋଡିଛି, ଯାହା ଆପଣଙ୍କୁ DMରୁ ବ୍ୟାକ୍ ଯିବାର ଆବଶ୍ୟକ ପଡ଼ିବ ନାହିଁ । ଏକ ଗୀତ ସେୟାର କରିବାକୁ ୟୁଜର ଚାଟ୍ରେ ଷ୍ଟିକର ଟ୍ରେ ଖୋଲିପାରିବେ ଏବଂ ଇନଷ୍ଟାଗ୍ରାମ ଅଡିଓ ଲାଇବ୍ରେରୀରେ ଯେକୌଣସି ଗୀତ ଖୋଜିବା ପାଇଁ 'Music' ଉପରେ ଟ୍ୟାପ୍ କରିପାରିବେ । ଏହାପରେ 30 ସେକେଣ୍ଡର ଗୀତକୁ ପଠାଇପାରିବେ ।

- ସ୍କେଡ୍ୟୁଲ ମେସେଜ: ଇନଷ୍ଟାଗ୍ରାମ DMରେ ଏବେ ସେକ୍ୟୁଲ ଫିଚର ଉପଲବ୍ଧ ହୋଇଛି ଯାହାକି ୟୁଜରଙ୍କୁ ନିର୍ଦ୍ଦିଷ୍ଟ ମେସେଜ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ସେଟ୍ କରିବାକୁ ଅନୁମତି ଦିଏ । ଏକ ମେସେଜ ସ୍କେଡ୍ୟୁଲ କରିବାକୁ ହେଲେ ଆପଣ ପ୍ରଥମେ ଏକ ମେସେଜ ଟାଇପ୍ କରନ୍ତୁ ଓ ଏହାପରେ Send ବଟନ୍ ଉପରେ ଧରି ରଖନ୍ତୁ । ବର୍ତ୍ତମାନ ଆପଣଙ୍କର ମେସେଜ ପଠାଯିବାକୁ ଥିବା ତାରିଖ ଏବଂ ସମୟ ଚୟନ କରନ୍ତୁ । ତା’ପରେ ସ୍କେଡ୍ୟୁଲ ପାଇଁ 'Send' ବଟନ୍ ଉପରେ ଟ୍ୟାପ୍ କରନ୍ତୁ ।

- ପିନଡ୍ କଣ୍ଟେଣ୍ଟ: ଇନଷ୍ଟାଗ୍ରାମ ପୂର୍ବରୁ ୟୁଜରଙ୍କୁ ସେମାନଙ୍କର DM ଇନବକ୍ସରେ 3ଟି ଚାଟ୍ ଥ୍ରେଡ୍ ପିନ୍ କରିବାକୁ ଅନୁମତି ଦେଇଥାଏ, ଯାହା ଗୁରୁତ୍ବପୂର୍ଣ୍ଣ ବାର୍ତ୍ତାଳାପ ଖୋଜିବା ସହଜ କରିଥାଏ । ବର୍ତ୍ତମାନ ଏହା ୟୁଜରଙ୍କୁ ନିର୍ଦ୍ଦିଷ୍ଟ ମେସେଜଗୁଡ଼ିକୁ ଯେକୌଣସି ବ୍ୟକ୍ତିଗତ କିମ୍ବା ଗ୍ରୁପ୍ ଚାଟ୍ ପାଇଁ ଅନୁମତି ଦେଉଛି । କୌଣସି ଏକ ମେସେଜ୍, ଇମେଜ୍, ମିମ୍ କିମ୍ବା ରିଲ୍ ଆପଣଙ୍କ ଚାଟ୍ ଉପରେ ରଖିବାକୁ ମେସେଜ୍ ଉପରେ ଧରି 'Pin' ଟ୍ୟାପ୍ କରନ୍ତୁ । ଆପଣ ବାର୍ତ୍ତାଳାପ ପାଇଁ 3ଟି ମେସେଜ ପିନ୍ କରିପାରିବେ । ସେହିଭଳି ଭାବରେ ମେସେଜଗୁଡ଼ିକୁ 'Unpin' ବି କରିପାରିବେ ।

- ଗ୍ରୁପ୍ ଚାଟ୍ QR କୋଡ୍: ଇନଷ୍ଟାଗ୍ରାମ ଏବେ ୟୁଜରଙ୍କୁ ଗ୍ରୁପ୍ ଚାଟ୍ ପାଇଁ ଏକ ବ୍ୟକ୍ତିଗତ QR ସେୟାର କରିବାକୁ ଅନୁମତି ଦେଉଛି, ଯାହାଦ୍ବାରା ନୂତନ ସଦସ୍ୟଙ୍କୁ ଆମନ୍ତ୍ରଣ କରିବା ସହଜ ହେବ । DMରେ ଏକ QR କୋଡ୍ ସୃଷ୍ଟି କରିବାକୁ, ଆପଣ ଅନ୍ୟମାନଙ୍କୁ ଆମନ୍ତ୍ରଣ କରିବାକୁ ଚାହୁଁଥିବା ଗ୍ରୁପ୍ ଚାଟ୍ ଖୋଲନ୍ତୁ ଏବଂ ଉପରି ଭାଗରେ ଥିବା ଗ୍ରୁପ୍ ନାଁରେ ଉପରେ ଟ୍ୟାପ୍ କରନ୍ତୁ । ଇନଭାଇଟ୍ ଲିଙ୍କ୍ ଟ୍ୟାପ୍ କରନ୍ତୁ ଏବଂ ତାପରେ କୋଡ୍ ଇନଭାଇଟ୍ ଦେଖିବାକୁ “QR କୋଡ୍” ଚୟନ କରନ୍ତୁ । ଉପଲବ୍ଧ ଥିବା ଯେକୌଣସି ଉପାୟରେ ଆପଣ ଏହି QR କୋଡ୍ ସେୟାର କରିପାରିବେ କିମ୍ବା ପରେ ବ୍ୟବହାର କରିବାକୁ କ୍ୟାମେରା ରୋଲରେ ସେଭ୍ କରିପାରିବେ । ଉଲ୍ଲେଖଯୋଗ୍ୟ, ଗ୍ରୁପ୍ ଆଡମିନି ଯେକୌଣସି ସମୟରେ QR କୋଡ୍ ରିଫ୍ରେସ୍ କରିପାରିବ, ଗ୍ରୁପରେ କିଏ ଯୋଗଦେବେ ତାହା ଉପରେ ନିୟନ୍ତ୍ରଣ ରଖିପାରିବେ ।