ETV Bharat / lifestyle

ରାଶିଫଳ: ଏହି ୬ ରାଶିଙ୍କ ଉପରେ ହେବ ମା' ଲକ୍ଷ୍ମୀଙ୍କ କୃପା - DAILY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ କ'ଣ ରହିଛି ? ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ ।

Odia Horoscope Predictions
Odia Horoscope Predictions (ETV Bharat)
author img

By ETV Bharat Odisha Team

Published : Feb 20, 2025, 12:01 AM IST

ମେଷ: ଆଜି ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ଶେଷ କରିବେ । ପ୍ରେମ ସମ୍ପର୍କ ମଧୁରମୟ ହେବ । ବିବାହ ସ୍ଥିର ହୋଇପାରେ । ସୁସ୍ବାଦୁ ଖାଦ୍ୟ ଖାଇବେ । ଆଜି ଆପଣଙ୍କର ଲୋଭଶକ୍ତି ବଢ଼ିପାରେ । ମାତ୍ର ଏଥିପାଇଁ ଆପଣ ଲାଭବାନ ହେବେ । ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ ।ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟରୁ ଲାଭବାନ ହେବ । ଧାର କରଜ ଦେଇଥିବା ଟଙ୍କା ଫେରିପାଇବେ ।

Odia Horoscope Predictions
Odia Horoscope Predictions (ARIES)

ବୃଷ: ଆଜି ଆପଣ ଯାହା କିଛି ଆରମ୍ଭ କରିବେ ସେଥିରେ ସଫଳତା ମିଳିବାର ସମ୍ଭାବନା ଅଛି । ଦ୍ୱିପ୍ରହରରେ ବିତ୍ତୀୟ ଦେଣନେଣ ଉଭୟ ଲାଭଦାୟକ ଓ ସନ୍ତୋଷଜନକ ହେବ । ବ୍ୟବସାୟରେ ଲାଭବାନ ହେବେ । ଆଜିର ଦିନ ଆଶାନୁରୂପକ ରୋମାଞ୍ଚକର ହୋଇ ନ ପାରେ । ସନ୍ଧ୍ୟା କଷ୍ଟଦାୟକ ଓ କ୍ଳାନ୍ତଭରା ହେବ । ଋତୁପରିବର୍ତ୍ତନ ଜନିତ ଯେପରିକି ଥଣ୍ଡା, କାଶ ଭଳି ସମସ୍ୟା ସମ୍ମୁଖିନ ହୋଇପାରନ୍ତି ।

Odia Horoscope Predictions
Odia Horoscope Predictions (TAURUS)

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ମନେହେବ । ବୃତ୍ତିଗତ ଜୀବନରେ ଆପଣ ଅସମ୍ପୁର୍ଣ୍ଣ ଥିବା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ପାରିବେ ଏବଂ ଏଥିପାଇଁ ପ୍ରଶଂସିତ ହେବେ । ଆଜି ଅର୍ଥଲାଭ ହେବ ମାତ୍ର ଏହା ସଙ୍ଗେସଙ୍ଗେ ଖର୍ଚ୍ଚର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇପାରେ । କିଛି ଅଯଥାରେ ଖର୍ଚ୍ଚ ଉପରେ ଧ୍ୟାନ ଦେଲେ ସଞ୍ଚୟ କରିପାରିବେ । ଆଜି ଆପଣ କୌ଼ଣସି କାରଣରୁ ଉତ୍ତେଜିତ କିମ୍ଵା କ୍ରୋଧାନ୍ୱିତ ହେବେନାହିଁ । ଆପଣ ନିଜର ବାର୍ତ୍ତାଳପରେ ସଞ୍ଜମତା ରକ୍ଷାକଲେ ଏହା ସମ୍ଭବ ହୋଇପାରିବ ।

Odia Horoscope Predictions
Odia Horoscope Predictions (GEMINI)

କର୍କଟ: ଆଜି ଆପଣ ଶାଶ୍ୱତ ଓ ଆଶାଵାଦୀ ହେବେ । ଆପଣଙ୍କର ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ସନ୍ଧ୍ୟାରେ ପରିଵାର ସଦସ୍ୟଙ୍କ ସହିତ ସମୟ ବିତାଇ ଆନନ୍ଦଲାଭ କରିବେ । ନିଜ ପରିଵାରର ମୂଲ୍ୟବୋଧ ଓ ପରିକଳ୍ପନା ପାଇଁ ଆପଣଙ୍କର ସମ୍ମାନ ବଢ଼ିବ ଓ ଆପଣ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରଚେଷ୍ଟା କରିବେ । ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ । ଆୟ ବୃଦ୍ଧି ହେବ ।

Odia Horoscope Predictions
Odia Horoscope Predictions (CANCER)

ସିଂହ: ଆଜି ଦିନଟି ସେତେଟା ଶୁଭଫଳ ପ୍ରଦାନ କରିବ ନପାରେ । ଆପଣ ଏକକାଳୀନ ବିଷର୍ଣ୍ଣତା, ଶିଥିଳତା ଏବଂ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି । ମାତ୍ର ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ଝଗଡା ମଧ୍ୟ ହୋଇପାରେ । ଏଥିପାଇଁ ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଏବଂ ସରକାରୀ କାର୍ଯ୍ୟ କଲାବେଳେ ଅତ୍ୟଧିକ ସତର୍କତା ଅବଲମ୍ଵନ କରନ୍ତୁ ।

Odia Horoscope Predictions
Odia Horoscope Predictions (LEO)

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍ତମ ରହିବ । ଆପଣଙ୍କ ଭାଇଭଉଣୀ ଆପଣଙ୍କ ବ୍ୟକ୍ତିତ୍ୱର ଭଲପାଇବା ଦିଗରୁ ଆପଣଙ୍କୁ ଦେଖିପାରନ୍ତି । ତେଣୁ ସେମାନଙ୍କ ସହ ମଧୁର ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆଜି ବନ୍ଧୁମିଳନ ଘଟିପାରେ । ଆପଣ ଯେଉଁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ସହ ଆତ୍ମିୟତା ଆହୁରି ଗାଢ ହୋଇପାରେ । ଅଫିସରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ସାରିବେ । ଅର୍ଥଲାଭ ହେବାର ସୁବର୍ଣ୍ଣ ସୁଯୋଗ ମିଳିପାରେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।

Odia Horoscope Predictions
Odia Horoscope Predictions (VIRGO)

ତୁଳା: ଆପଣ ଆଜି କୌଣସି ସିଦ୍ଧାନ୍ତରେ ଉପନିତ ହେବା ଅତ୍ୟନ୍ତ କଷ୍ଟକର ହୋଇପାରେ । ତେଣୁ ଆପଣଙ୍କୁ ଧିରସ୍ଥିତ ଚିତ୍ତରେ ଅପେକ୍ଷା କରିବାକୁ ପଡିବ । ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିଅନ୍ତୁ ନାହିଁ । ପାରିବାରିକ ଜୀବନରେ ଆପଣ ଜିଦ୍‍ଖୋର ଏବଂ କଠୋର ସ୍ୱଭାବକୁ ପରିତ୍ୟାଗ କରି ଶାନ୍ତ ଓ ନମ୍ର ହୁଅନ୍ତୁ । ଆପଣ ନିଜର ଚଳଣିକୁ ପରିବର୍ତ୍ତନ କରିପାରିଲେ ପରିବାରରେ କୌଣସି ସମସ୍ୟା ରହିବନାହିଁ । ଶାରୀରିକ ବାବରେ ଅସୁସ୍ଥତା ରହିପାରନ୍ତି । ଖର୍ଚ୍ଚର ପରିମାଣ ବଢ଼ିବାର ସମ୍ଭାବନା ରହିଛି ।

Odia Horoscope Predictions
Odia Horoscope Predictions (LIBRA)

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣ ନିଜର ମେଳାପୀ ଓ ସ୍ନେହୀ ପ୍ରକୃତି ଯୋଗୁଁ ପ୍ରିୟଜନ ଓ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ । ହସଖୁସିରେ ସମୟ ବିତାଇବା ପାଇଁ ଏକ ପରିଭ୍ରମଣର ଆୟୋଜନ କରିବେ । ଦିବସର ଶେଷାର୍ଦ୍ଧରେ ଏକ ଖୁସି ଖବର ପାଇ ଉତ୍ସାହିତ ହୋଇପାରନ୍ତି । ଅର୍ଥ ଲାଭର ସଂକେତ ରହିଛି ।

Odia Horoscope Predictions
Odia Horoscope Predictions (SCORPIO)

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ସେତଟା ଶୁଭଦାୟକ ହୋଇ ନପାରେ । ଆଜି ଆପଣ ନିଜର ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିପାରନ୍ତି । ତେଣୁ ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳପରେ ସଞ୍ଜମତା ରକ୍ଷା କରନ୍ତୁ । ଧିରେସୁସ୍ଥେ ଗାଡି ଚଳାନ୍ତୁ, ନଚେତ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇପାରେ । ପ୍ରଥମରୁ ଦିନଟି ଭଲରେ କଟିଲେ ଶେଷାର୍ଦ୍ଧରେ ମଧ୍ୟ ଭଲରେ କଟିବ । ସତର୍କତା ଅବଲମ୍ଵନ କରନ୍ତୁ । ଆପଣଙ୍କ ଖର୍ଚ୍ଚର ମାତ୍ରା ବୃଦ୍ଧି ପାଇପାରେ ।

Odia Horoscope Predictions
Odia Horoscope Predictions (SAGITTARIUS)

ମକର: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟକ । ଆଜି ଦିନରେ ଆପଣ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସଙ୍ଗେ ମୌଜ ମଜଲିସରେ ସମୟ କାଟିବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ଦିନଟିକୁ ମଧୁରମୟ କରିବା ପାଇଁ ଏକ ବିଳାସପୂର୍ଣ୍ଣ ପରିଭ୍ରମଣର ଯୋଜନା କରିପାରନ୍ତି । ଅପ୍ରତ୍ୟାଶିତ ଭାବେ ଏକ ଶୁଭ କର୍ମ ପାଳନରେ ସାମିଲ ହୋଇପାରନ୍ତି ।

Odia Horoscope Predictions
Odia Horoscope Predictions (CAPRICORN)

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ ରହିବ । ଆଜି ଆପଣ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ବ୍ୟକ୍ତିଗତ ଜୀବନରେ ଆପଣ ଦିନ ତମାମ ପ୍ରଫୁଲ୍ଳ ରହିବେ । ଅର୍ଥ ଲାଭର ସମ୍ଭାବନା ଅଛି । ଗୁରୁଜନମାନଙ୍କ ଆଶୀର୍ବାଦ ଆପଣଙ୍କୁ ଖୁସି କରାଇବ ।

Odia Horoscope Predictions
Odia Horoscope Predictions (AQUARIUS)

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ସେତେଟା ଶୁଭଦାୟକ ରହି ନପାରେ । ମାତ୍ର ଆଜି ସନ୍ଧ୍ୟାଟି ମଧୁମୟ ହେବ । ବିଶ୍ରାମହୀନ, ଶିଥିଳତା ଏବଂ ଉତ୍କଣ୍ଠିତ ହୋଇ ଦିନଟିକୁ ଅଶାନ୍ତ କରନ୍ତୁ ନାହିଁ । ଯଥା ସମ୍ଭବ ନିଜେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାର ଆପଣଙ୍କ ମାନସିକ ଶାନ୍ତି ଫେରିଆସିବା ସହିତ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆପଣ ଉପକୃତ ହେବେ । ବୃତ୍ତିଗତ ଜୀବନରେ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ଏପରିକି ଆପଣଙ୍କ ଗୋଟିଏ ସାମାନ୍ଯ ତ୍ରୁଟି ପାଇଁ ଗାଳି ଶୁଣିବାକୁ ପଡିପାରେ । କୌଣସି ସିଦ୍ଧାନ୍ତ ନେବା ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ । ପରିବାରରେ ଆପଣଙ୍କ ସନ୍ତାନସନ୍ତତିଙ୍କ ଚିନ୍ତାରେ ବ୍ୟସ୍ତ ହୋଇପାରନ୍ତି ।

Odia Horoscope Predictions
Odia Horoscope Predictions (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.