ହାଇଦ୍ରାବାଦ: ବର୍ଷ 2024ରେ ଟେକ୍ ଜାଏଣ୍ଟ ଗୁଗଲ୍ ମୋବାଇଲ ୱେବ ସର୍ଚ୍ଚକୁ ଆହୁରି ଉନ୍ନତ କରିବା ଲାଗି ସର୍କଲ-ଟୁ-ସର୍ଚ୍ଚ ଆଣିଥିଲା । ଯାହାଦ୍ବାରା ୟୁଜର ସ୍କ୍ରିନ ଉପରେ ଦୃଶ୍ୟମାନ ହେଉଥିବା ଯେକୌଣସି ଜିନିଷ ସମ୍ପର୍କରେ ଜାଣିବା ଲାଗି ଏହା ଉପରେ ହାତରେ ବୃତ୍ତାକାର ଆଙ୍କି ସହଜରେ ସର୍ଚ୍ଚ କରିପାରିବେ । ଏବେ କମ୍ପାନୀ ଆଇଫୋନ ୟୁଜରଙ୍କ ଲାଗି ଏହିପରି ଫିଚର 'ସର୍ଚ୍ଚ ସ୍କ୍ରିନ ୱିଥ୍ ଗୁଗଲ୍ ଲେନ୍ସ' ଉପଲବ୍ଧ କରାଯାଇଛି । ଫଳରେ ଆଇଫୋନ ଯୁଜର ଉକ୍ତ ଜିନିଷର ସ୍କ୍ରିନସଟ୍ ନେବା ବା ନୂଆ ଟ୍ୟାବ୍ ଖୋଲିବା ବିନା ସର୍ଚ୍ଚ କରିପାରିବେ । ତେବେ ଏହା ଆଣ୍ଡ୍ରଏଡ୍ ଫିଚରଠାରୁ କିପରି ଭିନ୍ନ ଓ ଏହାକୁ ୟୁଜର କିପରି ବ୍ୟବହାର କରିପାରିବେ ନିମ୍ନରେ ଜାଣନ୍ତୁ ।
‘Search Screen with Google Lens’ କଣ ?
- ଗୁଗଲ୍ ସର୍କଲ-ଟୁ-ସର୍ଚ୍ଚ ଫିଚର ପରି ସମାନ ଫିଚର ଆଇଫୋନର ଉପଲବ୍ଧ କରାଇଛି, କିନ୍ତୁ ଏହାର ନାଁ ପରିବର୍ତ୍ତନ କରି ଏହାକୁ 'ସର୍ଚ୍ଚ ସ୍କ୍ରିନ ୱିଥ୍ ଗୁଗଲ୍ ଲେନ୍ସ' ବୋଲି କହିଛି ।
- ଏହି ଫିଚରର ଖାସ୍ କଥା ହେଉଛି ୟୁଜର ହାତରେ ଡ୍ର' କରି, ହାଇଲାଇଟ୍ କରି ବା ଟାପ୍ କରି ସ୍କ୍ରିନ ଉପରେ ଥିବା ଯେକୌଣସି ଟେକ୍ସଟ୍, ଇମେଜ ଓ ବସ୍ତୁକୁ ସିଧାସଳଖ ଗୁଗଲ୍ରେ ସର୍ଚ୍ଚ କରିପାରିବେ । ଯାହାଦ୍ବାରା ୟୁଜରଙ୍କ ବହୁମୂଲ୍ୟ ସମୟ ମଧ୍ୟ ବଞ୍ଚିପାରିବ ।
- ପୂର୍ବରୁ ଏହି ଫିଚର କେବଳ ଆଣ୍ଡ୍ରଏଡ ଫୋନରେ ଉପଲବ୍ଧ ଥିଲା ।
- ଆର୍ଟିକିଲ ପଢିବା, କୌଣସି ପ୍ରଡକ୍ଟର ସପିଂ ବା ଭିଡିଓ ଦେଖିବା ସମୟରେ ଏହି ଫିଚର କାମ କରିବ । ଯାହାଦ୍ବାରା ଖୁବଶୀଘ୍ର ୟୁଜର ଭିଜୁଆଲ ସର୍ଚ୍ଚ କରିପାରିବେ ।

Androidର 'Circle to Search' କିପରି ଭିନ୍ନ ?
ଏହି ଫିଚର iOS ଡିଭାଇସରେ କେବଳ କ୍ରୋମ୍ ଓ ଗୁଗଲ୍ ଆପ୍ରେ କାମ କରିବ । ଆଣ୍ଡ୍ରଏଡ ପରି ଏହା ଆଇଫୋନରେ ସବୁଠି କାମ କରିବ ନାହିଁ । ତଥାପି ଯେଉଁମାନେ ଆଇଫୋନରେ କ୍ରୋମ୍ ଏବଂ ଗୁଗଲ୍ ଆପ୍ ବ୍ୟବହାର କରନ୍ତି, ସେମାନେ ଏହି ଫିଚରକୁ ଲାଭଦାୟକ ମନେ କରିବା ଉଚିତ ।
iPhoneରେ କେମିତି ଫିଚରକୁ ବ୍ୟବହାର କରିବେ ?
- ନିଜ ଆଇଫୋନରେ Chrome ଓ Google App ଖୋଲନ୍ତୁ ।
- ଡାହାଣ ପାର୍ଶ୍ବ ଉପରି ଭାଗରେ ଥିବା ଥ୍ରି ଡଟ୍ ଉପରେ ଟାପ୍ କରନ୍ତୁ ।
- ଏହାପରେ ‘Search Screen with Google Lens’ ଅପସନକୁ ଚୟନ କରନ୍ତୁ ।
- ବର୍ତ୍ତମାନ ସ୍କ୍ରିନରେ ଯେକୌଣସି ଜିନିଷ ଉପରେ ଅଙ୍କନ, ହାଇଲାଇଟ୍ କିମ୍ବା ଟ୍ୟାପ୍ କରନ୍ତୁ ଏବଂ ଗୁଗ୍ଲରେ ସର୍ଚ୍ଚ କରନ୍ତୁ ।