ପ୍ରାଚୀ ନଦୀ ପୁନରୁଦ୍ଧାର ପାଇଁ ପରିକ୍ରମା ପଦଯାତ୍ରା - PRACHI PARKIRAMA

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 19, 2025, 8:35 PM IST

ନିଆଳି: ପ୍ରାଚୀ ନଦୀ ପୁନରୁଦ୍ଧାର ପାଇଁ ପ୍ରୟାସ । ଗତକାଲି(ମଙ୍ଗଳବାର)ଠାରୁ ପ୍ରାଚୀ ପରିକ୍ରମା ଏକ ସପ୍ତାହ ଧରି ଅନୁଷ୍ଠିତ ହେଉଛି । କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ଧକପିଳେଶ୍ବର ଶୈବପୀଠ ପ୍ରାଚୀ ନଦୀରୁ ପୂଜାର୍ଚ୍ଚନା ପରେ ପ୍ରାଚୀ ପରିକ୍ରମା ଅନୁଷ୍ଠିତ ହୋଇଛି । ଏଥିରେ ବହୁ ସାଧୁସନ୍ଥ ଓ ବୁଦ୍ଧିଜୀବୀ ଯୋଗଦେଇଛନ୍ତି । ପ୍ରାଚୀ ପରିକ୍ରମା ଦେଉଳିମଠରେ ଶେଷ ହେବ। ସ୍ବାମୀ ପ୍ରଜ୍ଞାନାନନ୍ଦ ସରସ୍ବତୀ ମହାରାଜା କହିଛନ୍ତି ," ୧୪ ବର୍ଷ ଧରି ପ୍ରାଚୀ ନଦୀର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ କ୍ରିୟାଯୋଗ ଆଶ୍ରମ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହେଉଛି ।" ଏହି ପଦଯାତ୍ରାରେ ବହୁ ସାଧୁ ସନ୍ଥ, ବିଶିଷ୍ଟ ବ୍ଯକ୍ତି, ସ୍ଥାନୀୟ ନେତୃବୃନ୍ଦ ଓ ବିଦେଶୀ ପର୍ଯ୍ୟଟକ ସାମିଲ ହୋଇଥିଲେ । 

ଏହା ବି ପଢନ୍ତୁ...ଦଳ ଭିତରେ ପରିଚୟ ଖୋଜୁଛି ପୂଣ୍ୟତୋୟା ପ୍ରାଚୀ: ଦିନେ ଥିଲା ନୌବାଣିଜ୍ୟର ମୂକସାକ୍ଷୀ, ଆଜି ପିଣ୍ଡଦାନ ପାଇଁ ନାକ ଟେକୁଛନ୍ତି ଲୋକେ - Prachi river revival demands
ଏହା ବି ପଢନ୍ତୁ...ବଢୁଛି ବିଶ୍ବ ତାପମାତ୍ରା; ପ୍ରାଚୀ ପରିକ୍ରମା ପଦଯାତ୍ରାରେ କ୍ଷୋଭ ପ୍ରକାଶ କଲେ ସାଧୁସନ୍ଥ

ପ୍ରାଚୀ ପରିକ୍ରମା ନିଆଳି ବ୍ଳକ ନୂଆଗାଁ, ମାଧବାନନ୍ଦ ଜିୟୁ ଦେଇ ଚାରିଛକ, ନୂଆହାଟ, କାକଟପୁର ଓ ଅସ୍ତରଙ୍ଗର କେଳୁଣୀ ମୁହାଣ ପର୍ଯ୍ଯନ୍ତ ହେବ ଏବଂ ପୁନଶ୍ଚ ଅନ୍ଧକପିଳେଶ୍ବର ପ୍ରାଚୀ କୂଳରେ ଉଦଯାପିତ ହେବ । ଗତ ୧୪ ବର୍ଷ ଧରି ପ୍ରଜ୍ଞାନ ମିଶନ କ୍ରିୟାଯୋଗ ଆଶ୍ରମ ପକ୍ଷରୁ ବହୁ ସାଧୁ ସନ୍ଥ, ବିଶିଷ୍ଟ ବ୍ଯକ୍ତି ସ୍ଥାନୀୟ ନେତୃବୃନ୍ଦ ଓ ବିଦେଶୀ ପର୍ଯ୍ୟଟକ ସାମିଲ ହେଉଛନ୍ତି । ପ୍ରାଚୀ ଅବବାହିକାରେ ମଠ, ମନ୍ଦିର ଓ ଇତିହାସକୁ ପୁର୍ନଜୀବିତ କରିବା ଉଦ୍ଦେଶ୍ୟ ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହେଉଛି ।


ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.