ETV Bharat / state

ସମୁଦ୍ର ଲୁଣି ପାଣି ହେବ ମିଠା: IREL ସହ ଏମଓୟୁ, ମଧୁର ଜଳ ପିଇବେ ୨ ଗାଁର ୨୦୦୦ ପରିବାର - MOU WITH IREL

ସମୁଦ୍ର ଜଳକୁ ଟ୍ରିଟମେଣ୍ଟ କରି ମଧୁର ଜଳ ଯୋଗାଣ ଯୋଜନା । ଉପକୃତ ହେବେ ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ଓ ମାଟିଖାଲ ଗ୍ରାମବାସୀ ।

Ganjam District Administration signed MoU with IREL
Ganjam District Administration signed MoU with IREL (ETV Bharat Odisha)
author img

By ETV Bharat Odisha Team

Published : Feb 19, 2025, 8:02 AM IST

Updated : Feb 19, 2025, 9:49 AM IST

ବ୍ରହ୍ମପୁର: ଦୂର ହେବ ଜଳ କଷ୍ଟ । ସମୁଦ୍ରର ଲୁଣିଆ ପାଣିରୁ ମିଳିବ ମଧୁର ଜଳ । ସେହି ପାଣିକୁ ପାଇପ ଯୋଗେ ଗାଁଗୁଡିକୁ ପଠାଯିବ । ଗଞ୍ଜାମ ଜିଲ୍ଲାରେ ଏଭଳି ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଭାରତୀୟ ବିରଳ ମୃତ୍ତିକା ଲିମିଟେଡ୍‌ (ଆଇଆରଇଏଲ) ସହିତ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି । ଆଇଆରଇଏଲ (IREL) ମଧ୍ୟରେ ରହିଥିବା ଲବଣ ଅପସାରଣ ପ୍ଲାଣ୍ଟରେ ସମୁଦ୍ରର ଲୁଣି ଜଳ ମଧୁର ଜଳରେ ପରିବର୍ତ୍ତନ କରାଯିବ । ସେହି ମଧୁର ଜଳକୁ ନିକଟବର୍ତ୍ତୀ ଆର୍ଯ୍ୟପଲ୍ଲୀ ଓ ମାଟିଖାଲ ଗ୍ରାମକୁ ପାଇପ ଲାଇନ ଯୋଗେ ଜଳଯୋଗାଣ କରାଯିବ ।

IREL, ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ MoU :

ସମୁଦ୍ରର ଲୁଣିଆ ପାଣିକୁ ଟ୍ରିଟମେଣ୍ଟ କରି ମଧୁର ଜଳଯୋଗାଣ ମାଧ୍ୟମରେ ୨ ଗ୍ରାମକୁ ପାଣି ଯୋଗାଇବାକୁ IREL ଯୋଜନା କରିଥିବା ବେଳେ ଏନେଇ IREL ଓ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ IRELର ମୁଖ୍ୟଙ୍କ ସମେତ ସମସ୍ତ ଅଧିକାରୀ ଏବଂ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଆଗାମୀ ଏକ ବର୍ଷ ମଧ୍ୟରେ ଏହି ପ୍ଲାଣ୍ଟରୁ ଜଳଯୋଗାଣ ମାଧ୍ୟମରେ ୨ ଗ୍ରାମକୁ ଜଳ ଯୋଗାଇବା କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟତଃ ଏହି ପ୍ଲାଣ୍ଟରେ ପ୍ରତ୍ୟେକ ଦିନ ସମୁଦ୍ରର ଜଳ ୫ ଏମଏଲଡ଼ି ରହିବ । ସେଥିରୁ ୪.୫ ଏମଏଲଡ଼ି ପାଣି ବାହାରିବା ପରେ ସେଥିମଧ୍ୟରୁ IRELର ବ୍ୟବହାର କରିବା ପାଇଁ ଆବଶ୍ୟକ ଜଳର ବ୍ୟବହାର ପରେ ଅବଶିଷ୍ଟ ୧.୫ ଏମଏଲଡ଼ି ମଧୁର ପାଣିକୁ ୨ଟି ଗ୍ରାମକୁ ଛଡ଼ାଯିବ ।

Ganjam District Administration signed MoU with IREL (ETV Bharat Odisha)

ଏଥିପାଇଁ ମୋଟ ୪ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ରହିଥିବା ବେଳେ ତାହା IREL ପକ୍ଷରୁ ଖର୍ଚ୍ଚ କରାଯିବ । ମୁଖ୍ୟତଃ ଏହି ପ୍ରକଳ୍ପ ଭାବା ଅଟୋମିକ୍‌ ରିସର୍ଚ୍ଚ ସେଣ୍ଟରର ଟେକନିକ୍‌ ଦ୍ୱାରା ଏହି ଲବଣ ଅପସାରଣ କାର୍ଯ୍ୟ କରାଯିବ । ସମୁଦ୍ର ଉପକୂଳ କ୍ଷେତ୍ରରେ ଏଭଳି ପରିକଳ୍ପନା ଓଡ଼ିଶାରେ ଏହା ପ୍ରଥମ ବୋଲି କହିଛନ୍ତି ଆଇଆରଇଏଲ ଜେନେରାଲ ମ୍ୟାନେଜର । ଚୁକ୍ତିନାମା ସ୍ୱାକ୍ଷର ପରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏକ ବର୍ଷ ମଧ୍ୟରେ କାମ ଶେଷ କରି ୨ ଗାଁକୁ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Ganjam District Administration signed MoU with IREL
Ganjam District Administration signed MoU with IREL (ETV Bharat Odisha)

୧୫୦୦ରୁ ୨୦୦୦ ପରିବାର ହେବେ ଉପକୃତ:

ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, "ଏହା ମାଧ୍ୟମରେ IRELର ନିକଟବର୍ତ୍ତୀ ୨ ଗ୍ରାମକୁ ପାନୀୟ ଜଳ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ୧.୫ ଏମଏଲଡି ପାଣି ଯୋଗାଇ ଦିଆଯିବ । ଏମ୍ଓୟୁ ମାଧ୍ୟମରେ IREL ତାର ଜ୍ଞାନକୌଶଳ ପ୍ରଦାନ କରିବ । ଆରଡବ୍ଲୁଏସଏସ (RWSS) ଯୋଗାଣ ବ୍ୟବସ୍ଥା ପ୍ରଦାନ କରିବ । ପ୍ରଥମ ପର୍ଯ୍ୟାୟରେ ମାଟିଖାଲ ଏବଂ ଆର୍ଯ୍ୟପଲ୍ଲୀ ଗାାଁକୁ ପାନୀୟ ଜଳ ଯୋଗାଇ ଦେବାକୁ ଯୋଜନା କରାଯାଇଛି । ଏଥିରେ ୧୫୦୦ରୁ ୨୦୦୦ ପରିବାର ଉପକୃତ ହେବେ । ବର୍ତ୍ତମାନ ଏହାକୁ ନେଇ ଡ୍ରଇଂ ଡିଜାଇନ୍ ସହିତ ଫିଜିକାଲ କାର୍ଯ୍ୟ ଆରମ୍ଭ ହୋଇଛି । ଡିଷ୍ଟ୍ରିବ୍ୟୁସନ୍ ନେଟୱର୍କ କାର୍ଯ୍ୟ ଚାଲିଛି । ଖୁବଶୀଘ୍ର କର୍ଯ୍ୟ ଶେଷ କରି ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ପୂର୍ବରୁ ରହିଥିବା ପାଇପ ଲାଇନ୍ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଇବା ସହିତ କେଉଁଠି ଟାଙ୍କି ହେବ ଏବଂ କେଉଁଠି ପମ୍ପହାଉସ୍ ହେବ ସେନେଇ ଯୋଜନା କରାଯିବ । ଏହା ଶେଷ ହେଲେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଯିବ । ପାଇପ୍ ଯୋଗେ ଜଳଯୋଗାଣ ହେବ । ଏହା ମାଧ୍ୟମରେ ବହୁ ମାତ୍ରାରେ ଜଳ ସଙ୍କଟ କମାଇ ଦିଆଯାଇପାରିବ । ଏହି ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଆଗାମୀ ଦିନରେ କିପରି ବିନିଯୋଗ ହୋଇପାରିବ ତାହାକୁ ନେଇ କାର୍ଯ୍ୟକାରୀ କରାଯିବ ।"

ସମୁଦ୍ର କୂଳିଆ ଗାଁରୁ ଦୂର ହେବେ ଜଳ ସଙ୍ଗଟ:

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ବିକାଶ କୁମାର ପତି କହିଛନ୍ତି, "IREL ପ୍ଲାଣ୍ଟ ପରିସରରେ ଏହି ପ୍ରକଳ୍ପ ରହିଥିବା ବେଳେ ଏଥିରୁ ବଳକା ରହୁଥିବା ୧.୫ ଏମଏଲଡି ପାଣିକୁ ନିକଟବର୍ତ୍ତୀ ୨ ଗ୍ରାମକୁ ଯୋଗାଇବାକୁ IREL କର୍ତ୍ତୃପକ୍ଷ ଯୋଜନା କରିଛନ୍ତି । ଏହାକୁ ନେଇ ଏକ ଡିପିଆର ପ୍ରସ୍ତୁତ କରାଯାଇଛି । ଏହି ପ୍ଲାଣ୍ଟ ୨ ଗାଁକୁ ମଧୁର ଜଳଯୋଗାଣ ନେଇ ଟଙ୍କା ସି.ଏସ୍.ଆର୍ ମାଧ୍ୟମରେ ଖର୍ଚ୍ଚ କରିବ IREL । କିନ୍ତୁ ସମସ୍ତ କାର୍ଯ୍ୟ କରିବ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ । ଲବଣ ଅପସାରଣ ପ୍ଲାଣ୍ଟରୁ ମଧୁର ଜଳ ଯୋଗାଣ ନେଇ ଡିପିଆର ପ୍ରସ୍ତୁତ ହେବା ପରେ ବର୍ତ୍ତମାନ ଅନଲାଇନ ଟେଣ୍ଡର ମଧ୍ୟ ହୋଇ ସାରିଛି । ଖୁବଶୀଘ୍ର IREL ମଧ୍ୟରେ ଏକ ପମ୍ପ ହାଉସ ଓ ଲବୋରେଟୋରୀ କରାଯିବ । IREL ଭିତରେ ରହିଥିବା ପ୍ଲାଣ୍ଟରୁ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ପାଇପ କିଛି ରହିଥିବା ବେଳେ ଆଉ କିଛି ଲାଇନ ବିଛାଯିବ । ପ୍ରତିଦିନ ପ୍ଲାଣ୍ଟରୁ ଏହି ୨ଟି ଗାଁକୁ ଯିବା ପାଇଁ ବାହାରିଥିବା ୧.୫ ଏମଏଲଡ଼ି ପାଣିକୁ ଲବୋରେଟୋରୀରେ ପରୀକ୍ଷା କରାଯିବ । ପରୀକ୍ଷାରେ ମଧୁରଜଳ ହେବା ନେଇ ଜଣାପଡ଼ିବା ପରେ ପ୍ଲାଣ୍ଟରୁ ପମ୍ପି କରାଯାଇ ପାଇପ ଯୋଗେ ଆର୍ଯ୍ୟପଲ୍ଲୀ ଓ ମାଟିଖାଲ ଗାଁକୁ ଜଳ ଯୋଗାଣ କରାଯିବ ।"

ଖର୍ଚ୍ଚ ହେବ ୪.୨ କୋଟି:

IREL ଜେନେରାଲ ମ୍ୟାନେଜର ସି.ଭି.ଆର ମୂର୍ତ୍ତି କହିଛନ୍ତି, "ଏହି ପ୍ଲାଣ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୪ ମାର୍ଚ୍ଚ ୨୦୨୪ ମସିହାରେ ଉଦଘାଟନ କରି ଏହି ପ୍ଲାଣ୍ଟକୁ ଶୁଭାରମ୍ଭ କରିଥିଲେ । ଏଥିପାଇଁ ଏମ୍ଓୟୁ ସ୍ୱାକ୍ଷରିତ କରିଥିବା ବେଳେ ୪.୨ କୋଟି ଟଙ୍କା IREL ପକ୍ଷରୁ ପ୍ରଦାନ କରାଯାଇଛି । ଓଡିଶା ଉପକୂଳର ୪୮୦ କିଲୋମିଟର ମଧ୍ୟରେ ଏପରି କାର୍ଯ୍ୟକାରୀ ପ୍ଲାଣ୍ଟରେ ଏହା ପ୍ରଥମ । ଭାରତ ସରକାରଙ୍କ ଅଟମିକ୍ ଏନର୍ଜି ପକ୍ଷରୁ ମିଳିଥିବା ଅନୁଦାନ ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଭାବା ଅଟମିକ୍ ରିସର୍ଚ୍ଚ କେନ୍ଦ୍ରର ଟେକ୍ନିଲୋଜି ବ୍ୟବହାର କରି ଏହାକୁ କାର୍ଯ୍ୟକାରୀ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...

ପାଣି ପଞ୍ଚାୟତରେ ହେବ ନିର୍ବାଚନ ଓ ଅଡିଟ୍, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପୁଣି ସୁନାପୁରକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା, ଗଞ୍ଜାମରେ ଖୁସିର ଲହରୀ

ଇସ୍ରାଏଲ୍ ଏବଂ ଚେନ୍ନାଇରେ ରହିଛି ଏଭଳି ପ୍ଲାଣ୍ଟ:

ସମୁଦ୍ର ଲୁଣିପାଣିକୁ ମଧୁର ଜଳରେ ପରିଣତ କରି ଲୋକଙ୍କୁ ପ୍ରଦାନ କରିବା କାର୍ଯ୍ୟ ଏହା ରାଜ୍ୟରେ ପ୍ରଥମ । ପୂର୍ବରୁ ଇସ୍ରାଏଲ୍ ଏବଂ ଚେନ୍ନାଇରେ ଏଭଳି ପ୍ଲାଣ୍ଟ ରହିଛି । ଯେଉଁଥିରେ ସମୁଦ୍ର ଜଳରୁ ଟ୍ରିଟମେଣ୍ଟ କରି ମଧୁର ଜଳଯୋଗାଣ ମାଧ୍ୟମରେ ଲୋକଙ୍କୁ ଯୋଗାଣ ହେଉଛି । ଯେଭଳି ଆକ୍ୱାଗାର୍ଡରେ ଟେକ୍ନିଲୋଜି ପ୍ରଯୋଗ କରାଯାଇ ସମ୍ଭବପର ହୋଇପାରୁଛି, ସେହି ପ୍ରକ୍ରିୟାରେ ଏଠାରେ କରାଯାଇ ପରୀକ୍ଷା କରି ଲୋକଙ୍କୁ ମଧୁର ଜଳ ଯୋଗାଇ ଦିଆଯିବ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 19, 2025, 9:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.