ETV Bharat / state

ପିଜି ଛାତ୍ରୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ - PG STUDENT INJURED

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ପ୍ରେମ ବ୍ଯାପାରକୁ ନେଇ ଏହି ଘଟଣା ଘଟିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

PG STUDENT INJURED
PG STUDENT INJURED (ETV BHARAT ODISHA)
author img

By ETV Bharat Odisha Team

Published : Feb 20, 2025, 10:47 PM IST

Updated : Feb 20, 2025, 10:59 PM IST

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପିଜି ଛାତ୍ରୀଙ୍କୁ ପଡିଆରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ଘଟଣା । ଛାତ୍ରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଉଛି ରାକେଶ ଦାସ । ଗତ 2 ମାସ ଧରି ସେ ଛାତ୍ରୀଙ୍କ ସହ ଫୋନରେ କଥା ହୋଇ ଆସୁଥିଲେ । ପ୍ରେମ ବ୍ଯାପାରକୁ ନେଇ ଏହି ଘଟଣା ଘଟିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ପ୍ରେମ ବ୍ଯାପାରକୁ ନେଇ ଛାତ୍ରୀଙ୍କୁ ଆକ୍ରମଣ ସନ୍ଦେହ:

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ରାକେଶ ଦାସ ଗତ 2 ମାସ ଧରି ଛାତ୍ରୀଙ୍କ ସହ ଫୋନରେ କଥା ହେଉଥିଲା । ଦୁହେଁଙ୍କ ଭିତରେ ତୃତୀୟ ବ୍ୟକ୍ତି ଏଣ୍ଟ୍ରି ମାରିବାରୁ ଘଟିଛି ଏମିତି ଘଟଣା । ଗତ କିଛି ଦିନ ହେଲା ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କ ସହିତ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ । ଏହି ଖବର ଜାଣିବା ପରେ ରାକେଶ ଯୁବତୀଙ୍କୁ ଅନ୍ଯ ଯୁବକଙ୍କ ସହ କଥା ନହେବାକୁ ବାରମ୍ବାର କହିଥିଲେ । ହେଲେ ସେ ରାକେଶ କଥା ନମାନିବାରୁ ଏକ ନିଛାଟିଆ ସ୍ଥାନକୁ ଡାକି ଆକ୍ରମଣ କରିଲା ଅଭିଯୁକ୍ତ । ଦୁଇ ମାସ ଧରି ଉଭୟେ ଫୋନ ଯୋଗେ କଥାବାର୍ତ୍ତା କରୁଥିବା ଜଣା ପଡିଛି । ଏହା ଏକ ଏକତରଫା ପ୍ରେମ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାରେ ଅଭିଯୁକ୍ତ ରାକେଶ ଦାସଙ୍କୁ ପୋଲିସ ଗିରଫ କରିଛି । ରାକେଶ ଜଣେ ବିବାହିତ ଯୁବକ । ସେପଟେ ଯୁବତୀଙ୍କୁ ଆକ୍ରମଣ ହୋଇଥିବା ପଥର ସହ ମୋବାଇଲ ଫୋନ ଜବତ କରିଛି ପୋଲିସ । ଏହି ଘଟଣା ଘଟିଥିବା ସମୟରେ ସେହି ସ୍ଥାନରେ ଉପସ୍ଥିତ ଥିବା ଲେକେ କ୍ଯାଟରିଙ୍ଗ ଦଳର ବୋଲି ଏସପି କହିଛନ୍ତି । ଘଟଣାସ୍ଥଳରେ ଅଟୋରେ ବସିଥିବା ଯୁବକଙ୍କ ମଧ୍ଯ କୌଣସି ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ଏସପି ।

PG STUDENT INJURED (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର, ପୋଲିସ ଛାନଭିନ - PG STUDENT INJURED

ଏହା ମଧ୍ୟ ପଢନ୍ତୁ-ଅଚ୍ୟୁତ ସାମନ୍ତଙ୍କୁ ନୋଟିସ: ଉଚ୍ଚସ୍ତରୀୟ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ - NEPALI STUDENT DEATH

ଅଭିଯୁକ୍ତ ଗିରଫ:

ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି, '' ଅଭିଯୁକ୍ତ 2 ମାସ ହେଲା ଯୁବତୀଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲା । ଏହା ସହ ଅଭିଯୁକ୍ତ ଜଣକ ଅଧିକାଂଶ ସମୟରେ ଯୁବତୀଙ୍କ କଲେଜ ପାଖରେ ଗତିବିଧି ରହିଛି । ବହୁତ ଗୁଡିଏ ସିସିଟିଭି କ୍ୟାମେରାରୁ ଏହା ଜଣାପଡିଛି । ରାକେଶ ଦାସଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ଘଟଣା ଦିନ ଅଭିଯୁକ୍ତ ସମ୍ପୃକ୍ତ ଯୁବତୀଙ୍କୁ ଏକ ନିଛାଟିଆ ସ୍ଥାନକୁ ଏକୁଟିଆ କଥା ହେବାକୁ ଡାକିଥିଲେ । ସେହିଠାରେ ତାଙ୍କୁ ଏକ ପଥରରେ ଆକ୍ରମଣ କରିଥିଲା । ''

ଇଟିଭି ଭାରତ, ସମ୍ବଲପୁର

Last Updated : Feb 20, 2025, 10:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.